ETV Bharat / state

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲାନି ପ୍ରଶାସନ, ହଟାଇଲା ଜବରଦଖଲ - ସ୍ଥଗିତ ନିର୍ଦ୍ଦେଶ ନମାନି ପ୍ରଶାସନ ଭାଙ୍ଗିଲା ଘର

ପୌରପରିଷଦ ଅଞ୍ଚଳର ଗୋବିନ୍ଦପାଳି ଠାରେ ରହିଥିବା ବେଆଇନ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଦେଇଛି ପ୍ରଶାସନ । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ଷ୍ଟେ ଅର୍ଡରକୁ ପ୍ରଶାସନ ବେଖାତିର ଅଭିଯୋଗ

author img

By

Published : Aug 17, 2023, 9:34 AM IST

ହାଇକୋର୍ଟଙ୍କ ଷ୍ଟେ ଅର୍ଡରକୁ ପ୍ରଶାସନ ବେଖାତିର ଅଭିଯୋଗ

ବରଗଡ: ସହରରେ ଆଜି ପୁଣି ଚାଲିଲା ପୌର ପରିଷଦର ଉଚ୍ଛେଦ । ବରଗଡ ଲେଙ୍ଗୁ ମିଶ୍ର ଛକ ଠାରୁ ଲମ୍ବାବିଲଡିଙ୍ଗ ପର୍ଯ୍ୟନ୍ତ ବେଆଇନ ଦଖଲ ହଟାଇବା ପାଇଁ ବରଗଡ ପୌରପରିଷଦ ପକ୍ଷରୁ 59 ଗୋଟି ଘର ଓ ଦୋକାନକୁ ଉଚ୍ଛେଦ କରିବାକୁ ଅଣ୍ଟା ଭିଡିଥିଲା । ମାତ୍ର ଦୁଇ ଦିନ ପର୍ଯ୍ୟନ୍ତ ଲଗାତାର ଉଚ୍ଛେଦ କାମ କରି 41 ଗୋଟି ଘର ଭାଙ୍ଗିବା ପରେ ଜବରଦଖଲକାରୀମାନେ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ଆଗାମୀ 23 ତାରିଖ ପର୍ଯ୍ୟନ୍ତ ଷ୍ଟେ ଅର୍ଡର ଦେବା ପରେ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟରୁ ବନ୍ଦ କରିଥିଲା । ତେବେ ପୌରପରିଷଦ ଅଞ୍ଚଳର ଗୋବିନ୍ଦପାଳି ଠାରେ ରହିଥିବା ବେଆଇନ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଦେଇଛି ପ୍ରଶାସନ । ଯାହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।

ବରଗଡ଼ ସହରରେ ବେଆଇନ ଜବର ଦଖଲ ପାଇଁ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ବ୍ୟାପକ ଟ୍ରାଫିକ ସମସ୍ୟା କାରଣରୁ 5 ମିନିଟର ରାସ୍ତାକୁ ଅତିକ୍ରମ କରିବାକୁ ଅତିକମରେ 20 ମିନିଟ ସମୟ ଲାଗୁଛି ଅଭିଯୋଗ ହୋଇଛି । ବରଗଡ ସହରରେ ରହିଥିବା ପୁରୁଣା ଜାତୀୟ ରାଜପଥକୁ ବେଆଇନ ଭାବେ କବ୍ଜା କରି ରାସ୍ତା କଡରେ ବ୍ୟାପାର ଚଳାଇଥିବାରୁ ସହର ଭିତରେ ପ୍ରତିଦିନ ଟ୍ରାଫିକ ସାମସ୍ୟାର ଶିକାର ହେଉଛନ୍ତି ଲୋକେ । ଏପରିକି ବରଗଡ ସହରବାସୀ ଗୁରୁତର ରୋଗୀକୁ ଡାକ୍ତରଖାନାକୁ ହଠାତ ନେବାକୁ ହେଲେ ମଧ୍ୟ ଟ୍ରାଫିକ ଭିତରେ ଫସି ବହୁ ହଇରାଣ ହେଉଛନ୍ତି । ବରଗଡବାସୀଙ୍କ ଏହି ସମସ୍ୟା ଶେଷରେ ବ୍ୟାପକ ଜନଆନ୍ଦୋଳନର ରୂପ ନେବାପରେ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଜବରଦଖଲ ଉଚ୍ଛେଦ କରିବାକୁ ଆଗେଇଆସିଥିଲା ।

ମାତ୍ର କିଛିଟା ଦୋକାନ ଏବଂ ଘର ଭାଙ୍ଗିବା ପରେ ହାଇକୋର୍ଟ ସ୍ଥଗିତ ନିର୍ଦ୍ଦେଶନାମା ଜାରି କରିଥିଲେ । ହେଲେ ସହରର ଅନ୍ୟ ଅଞ୍ଚଳରେ ବେଆଇନ ଦଖଲ ହଟାଇବାକୁ ପୁଣି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହେଲା ପୁଣି ଉଚ୍ଛେଦ କାର୍ଯ୍ୟକ୍ରମ । ବରଗଡ ସହରରେ ଥିବା ଗୋବିନ୍ଦପାଲିରେ ଜବରଦଖଲ ହେଇଥିବା ଏକ ଦୁଇ ମହଲା ବିଶିଷ୍ଠ ଘରକୁ JCB ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ତେବେ ଘର ମାଲିକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ 23 ତାରିଖ ପର୍ଯ୍ୟନ୍ତ ଷ୍ଟେ ଅର୍ଡର ଥିବା ସତ୍ତ୍ବେ ପୌରପ୍ରଶାସନ ଏହି ନିର୍ଦ୍ଦେଶର ଅବମାନନା କରିଛି ବୋଲି ଅଭିଯୋଗ ଆଣିଛନ୍ତି । କୋର୍ଟଙ୍କ ନିର୍ଦେଶକୁ ପାଳନ ନକରି ଘରକୁ ଭଙ୍ଗା ଯାଇଥିବା ଘର ମାଲିକ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.