ETV Bharat / state

ସରିଛି ପ୍ରସ୍ତୁତି, ଅପେକ୍ଷା ନୂଆଁଖାଇକୁ - ସରିଛି ପ୍ରସ୍ତୁତି

ସରିଲାଣି ପ୍ରସ୍ତୁତି, ରାତି ପାହିଲେ ନୂଆଁଖାଇ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ ଜିଲ୍ଲା । ଘର ଦ୍ବାର ଲିପାପୋଛା ଠାରୁ ଆରମ୍ଭ କରି କୁରେପତ୍ର ତୋଳିବାରେ ଲାଗିପଡିଥିଲେ ସଭିଏଁ । ସେପଟେ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ଘର ବାହୁଡା ଯୋଗୁଁ ବହୁତ ଉତ୍ସାହିତ ଅଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Sep 2, 2019, 11:45 PM IST

ବରଗଡ଼: ସରିଛି ନୂଆଁଖାଇର ସମସ୍ତ ପ୍ରସ୍ତୁତି । ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ଗାଁ ଠାରୁ ସହର ବେଶ ଚଳଚଞ୍ଚଳ । ବରଗଡ଼ ଜିଲ୍ଲାରେ ମଧ୍ୟ ଏହି ପର୍ବକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଘର ଦ୍ବାର ଲିପାପୋଛା ଠାରୁ ଆରମ୍ଭ କରି କୁରେପତ୍ର ତୋଳିବାରେ ଲାଗିପଡିଥିଲେ ସଭିଏଁ । ଚାଷୀ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀକୁ ଅର୍ପଣ କରିବାକୁ ବ୍ୟଗ୍ର ହୋଇପଡିଛି ।

ମନ୍ଦିର ଓ ଘରଦ୍ବାର ସବୁଠି ସରିଛି ସଫାସୁତୁରା କାମ। ରାତି ପାହିଲେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ନବାନ୍ନ ବା ନୂଆଁଖାଇ ଗଣପର୍ବ ପାଇଁ ବିଶେଷ କରି ଗୃହିଣୀ ଘର ସଜାଡ଼ିବାରେ ଲାଗିଛନ୍ତି। ନୂଆଁଖାଇକୁ ନେଇ ବେଶ ଉତ୍ସାହର ସହିତ ମହିଳା, ଘର ଲିପାପୋଛା ଠାରୁ ଆରମ୍ଭକରି ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ନୂଆଁଖାଇ ଯେହେତୁ ଏକ କୃଷିଭିତ୍ତିକ ପର୍ବ, ତେଣୁ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବାର ପରମ୍ପରା ରହିଆସିଛି । ତେଣୁ ମୁଗ, ବିରି ଠାରୁ ଆରମ୍ଭ କରି ପନି ପରିବା ଏବଂ ବିଶେଷ କରି ନୂତନ ଧାନ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ପରିବାର ସମସ୍ତେ ନବାନ୍ନ ଗ୍ରହଣ କରିବାର ବିଧି ରହିଛି। ଅନ୍ୟପଟେ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ନୂଆଁଖାଇରେ ଘର ବାହୁଡା ଯୋଗୁଁ ବହୁତ ଉତ୍ସାହିତ ଅଛନ୍ତି ସେମାନେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ରାତିପାହିଲେ ନୂଆଖାଇ ପର୍ବ ଏବଂ ଏଥିପାଇଁ ଗୃହିଣୀ ମାନଙ୍କ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି | ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନେଇ ଗାଁ ଠାରୁ ସହର ବେଶ ଚଳଚଞ୍ଚଳ ହୋଇଉଠିଥିବା ବେଳେ ବରଗଡ଼ ଜିଲ୍ଲାର ପୂରପଲ୍ଲିରେ ଏହାକୁ ନେଇ ବେଶ ଉତ୍ସାହ ମଧ୍ୟ ଦେଖାଦେଇଛି । ନୂଆଁ ଖାଇକୁ ନେଇ ସମସ୍ତେ ଚଳଚଞ୍ଚଳ ହୋଇପଡିଛନ୍ତି | କିଏ ଘର ଲିପାପୋଛା କରୁଛି ତ ଆଉ କିଏ ପତ୍ର ତୋଲିବାରେ ବ୍ୟସ୍ତ ଅଛି । ଚାଷୀ ତାର ଉତ୍ପାଦିତ ଶସ୍ୟ କୁ ଇଷ୍ଟଦେବୀଂକୁ ଅର୍ପଣ କରିବାକୁ ବ୍ୟସ୍ତଥିବା ବେଳେ କବି ନିଜ କବିତାରେ ବ୍ୟସ୍ତ ଅଛି । ବୁଢ଼ା ମାଁ ବାପା ଦୂର ଦୁରାନ୍ତ ରେ ଥିବା ନିଜ ସନ୍ତାନ କୁ ଏକାଠି ପାଇବା ନେଇ ବେସ ଆନନ୍ଦିତ ଅଛନ୍ତି |
Body:ମନ୍ଦିର ଠାରୁ ଆରମ୍ଭ କରି ଘର ଦ୍ୱାର ସବୁଆଡେ ସଫାସୁତୁରା ଶେଷ ହୋଇଯାଇଛି ନୂଆଁଖାଇ ପାଇଁ । ଆସନ୍ତା କାଲୀ ଭାଦ୍ରବ ପଞ୍ଚମୀ ତିଥିରେ ନବାନ୍ନ ବା ନୂଆଁଖାଇ ଗଣପର୍ବ ହେବାକୁ ଥିବାବେଳେ ବିଶେଷ କରି ଗୃହିଣୀମାନେ ଘର ସଜାଡ଼ିବାରେ ଲାଗିପଡିଛନ୍ତି । ନୂଆଁଖାଇକୁ ନେଇ ବେଶ ଉତ୍ସାହର ସହିତ ମହିଳା ମାନେ ଘର ଲିପାପୋଛା ଠାରୁ ଆରମ୍ଭକରି ସମସ୍ତ ପ୍ରସ୍ତୁତି ଶେଷ କରିଦେଇଛନ୍ତି | କିଏ ନୂଆଁଖାଇ ପାଇଁ ପତ୍ର ତୋଲିବାରେ ବ୍ୟସ୍ତ ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ ରହିଛି ।
ନୂଆଁଖାଇ ଯେହେତୁ ଏକ କୃଷିଭିତ୍ତିକ ପର୍ବ, ତେଣୁ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟ କୁ ଇଷ୍ଟଦେବୀଂକୁ ଅର୍ପଣ କରିବାର ପରମ୍ପରା ରହିଆସିଛି । ତେଣୁ ମୁଗ, ବିରିଠାରୁ ଆରମ୍ଭ କରି ପନି ପରିବା ଏବଂ ବିଶେଷ ଭାବେ ନୂତନ ଧାନ ନିଜ ଇଷ୍ଟଦେବୀଂକୁ ଅର୍ପଣ କରିବାର ପରଂପରା ରହିଆସିଛି । ଯାହାକୁ ନେଇ ଚାଷୀ ଏବେ ନୂଆଁଖାଇକୁ ନେଇ ବେଶ ଉତ୍ସାହ ଥିବା ଦେଖାଦେଇଛି । ଅନ୍ୟପଟେ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ନୂଆଁଖାଇ ରେ ଘର ବାହୁଡା଼ ଯୋଗୁଁ ବହୁତ ଉତ୍ସାହିତ ଅଛନ୍ତି ଲୋକେ ।
Conclusion:ନୂଆଁଖାଇ କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବରଗଡ଼ ସହର । ଗହଳ ହୋଇଛି ରାସ୍ତା ଘାଟ, ଭିଡ଼ ଜମିଛି ଦୋକାନ ବଜାର, ନୂଆଁଖାଇ କୁ ନେଇ ସବୁଠି ଉତ୍ସାହ ଦେଖାଦେଇଥିବା ବେଳେ ନୂଆଁଖାଇର ମହକରେ ବରଗଡ଼ର ପୁରପଲ୍ଲି ଉଲ୍ଲାସିତ ହୋଇଉଠିଛି ।
ବାଇଟ 1- ନୀଳିମା ମହାପାତ୍ର ( ଗୃହିଣୀ )
ବାଇଟ 2- ରାଧା ଦେବୀ (ଗୃହିଣୀ )
ବାଇଟ 3- ରୀତାରାନୀ ବେହେରା ( ଗୃହିଣୀ ) (Edited with voice over )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.