ETV Bharat / state

ପିସି ନଦେବାରୁ ଦରମା କାଟିଲେ ସୁପରଭାଇଜର, ଲଗାଇଲେ ମିଥ୍ୟା ଆରୋପ !

ପିସି ମାଗିଲେ, ମନା କରିବାରୁ ଦରମା କାଟିଲେ । ପୁଣି ଗ୍ରାମବାସୀଙ୍କୁ ଉସୁକାଇ ଅଭହେଳା ଅଭିଯୋଗ ମଧ୍ୟ ଆଣିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ଥାଇ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏଭରି ଅଭିଯୋଗ ଆଣିଛନ୍ତି ଅଙ୍ଗନୱାଡ଼ି କର୍ମଚାରୀ ବ୍ରଜେଶ୍ବରୀ ପଧାନ ।

author img

By

Published : Nov 1, 2019, 2:58 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ଼: ସୁପରଭାଇଜର ମାଗିଲେ ପିସି । ନଦେବାରୁ ଗ୍ରାମବାସୀଙ୍କ ଜରିଆରେ ଦେଲେ ଅବହେଳା ଅଭିଯୋଗ । ଏଭଳି ଅଭିଯୋଗ ହୋଇଛି ବରଗଡ଼ ବ୍ଲକର ଗଂଝିଆଟିକ୍ରା ଗ୍ରାମରେ । ବ୍ୟକ୍ତିଗତ କାରଣରୁ ଛୁଟିରେ ଥିବା ଅଙ୍ଗନୱାଡ଼ି କର୍ମଚାରୀ ବ୍ରଜେଶ୍ବରୀ ପଧାନଙ୍କୁ ପିସି ମାହଗିଥିଲେ ସରସରା ସେକ୍ଟରର ସୁପରଭାଇଜର ସୁବର୍ଣ୍ଣପ୍ରଭା ନାଏକ । ବ୍ରଜେଶ୍ବରୀ ପିସି ନଦେବାରୁ କାର୍ଯରେ ଅବହେଳା ନେଇ ତାଙ୍କ ନାମରେ ହୋଇଛି ଅଭିଯୋଗ ।

ପିସି ନଦେବାରୁ ଦରମା କାଟିଲେ ସୁପରଭାଇଜର

ICDS ଅଧୀନରେ ଦୀର୍ଘ ୧୨ ବର୍ଷ ହେଲା ଗଂଝିଆଟିକ୍ରା ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଭାବରେ କାମକରି ଆସୁଛନ୍ତି ବ୍ରଜେଶ୍ବରୀ ପଧାନ । ପ୍ରସବ କାଳୀନ କାରଣ ଛୁଟିରେ ଥିବାବେଳେ ସରସରା ସେକ୍ଟର ସୁପରଭାଇଜର ସୁବର୍ଣ୍ଣପ୍ରଭା ତାଙ୍କୁ ମାଗିଥିଲେ ଲାଞ୍ଚ । ଏପରିକି ବ୍ରଜେଶ୍ବରୀଙ୍କ ଦରମା ମଧ୍ୟ ବନ୍ଦ କରିଦେଇ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଅଙ୍ଗନୱାଡ଼ି କର୍ମଚାରୀ ।

ବ୍ରଜେଶ୍ୱରୀ ପ୍ରସଵ କାଳୀନ ଛୁଟିରେ ଥିବାବେଳେ ସିଡ଼ିପିଓ ତାଙ୍କୁ କାର୍ଯ୍ୟରେ ଅବହେଳା କରୁଥିବାରୁ କାରଣ ଦର୍ଶାଅ ନୋଟିସ ଦେଲେ କାହିଁକି ? ତାଙ୍କର କୌଣସି ଭୁଲ ନଥାଇ ୨୨/୦୯/ ୨୦୧୮ ରୁ ତାଙ୍କର ଦରମା ବନ୍ଦ କରାଗଲା କାହିଁକି ? ସିଡ଼ିପିଓ ଏବଂ ସୁପରଭାଇଜର ଉଭୟେ ମିଶି ଆକ୍ରୋଶ ମନୋଭାବ ନେଇ ବ୍ରଜେଶ୍ୱରୀ ଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ତେବେ ବ୍ରଜେଶ୍ୱରୀ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଦରମା ବନ୍ଦ କରିଦେଇଥିବାରୁ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ସେ ଗୁହାରୀ କରିଛନ୍ତି । ଅନ୍ୟପକ୍ଷେ ସୁପ୍ରରଭାଇଜର ସୁବର୍ଣ୍ଣପ୍ରଭା ନାଏକ ଲୋକଙ୍କୁ ଉସୁକାଉଥିବାର ଏକ ଭିଡ଼ିଓର ସତ୍ୟାସତ୍ୟ ପଦାକୁ ପଡ଼ିଥିବା ବେଳେ ସେ ଏହି ବିଷୟରେ କିଛି କହିବାକୁ ମନା କରିଦେଇଛନ୍ତି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ରାଜ୍ୟ ସରକାର ସରକାରୀ କଲକୁ ଦୁର୍ନୀତି ମୁକ୍ତ କରିବା ପାଇଁ ନାନା ପଦକ୍ଷେପ ନେଉଥିବା ବେଳେ କିନ୍ତୁ ପି.ସି ନଦେବାରୁ ମାନସିକ ନିର୍ଯାତନା ସହିତ ଚାକିରୀରୁ ତଡ଼ିଦେବାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ବରଗଡ଼ ଜିଲ୍ଲାପାଳଙ୍କ ଠାରେ । ଏପରିକି ଉଚ୍ଚ ପଦବୀର ଦୁରୂପଯୋଗ କରି ଦରମା ବନ୍ଦ କରିଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

Body:ବରଗଡ଼ ବ୍ଲକ ଗ୍ରାମାଞ୍ଚଳ ICDS ଅଧୀନରେ ଦୀର୍ଘ ୧୨ ବର୍ଷ ହେଲା ଗଂଝିଆଟିକ୍ରା ଗ୍ରାମରେ ଅଙ୍ଗନବାଡ଼ି କର୍ମୀ ଭାବରେ କାମକରୁଥିବା ବ୍ରଜେଶ୍ୱରୀ ପଧାନ ପ୍ରସବ କାଳୀନ ଛୁଟିରେ ଥିବାବେଳେ ସରସରା ସେକ୍ଟର ସୁପରଭାଇଜର ସୁବର୍ଣପ୍ରଭା ନାଏକ ତାଙ୍କୁ ପିସି ମାଗିଥିଲେ କିନ୍ତୁ ବ୍ରଜେଶ୍ୱରୀ ଏଥିରେ ରାଜି ନହେବାରୁ ଗ୍ରାମର କିଛି ହିତାଧିକାରୀଙ୍କୁ ଉସୁକାଇ ବ୍ରଜେଶ୍ୱରୀ ଙ୍କ ନାମରେ ଅବହେଳା ଅଭିଯୋଗ ଆଣି ବ୍ରଜେଶ୍ୱରୀଙ୍କ ଦରମା ବନ୍ଦ କରିଦେଇଥିବା ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ ବ୍ରଜେଶ୍ୱରୀ ।
ବ୍ରଜେଶ୍ୱରୀ ପ୍ରସଵ କାଳୀନ ଛୁଟିରେ ଥିବାବେଳେ CDPO ତାଙ୍କୁ କାର୍ଯ୍ୟରେ ଅବହେଳା କରୁଥିବାରୁ କାରଣ ଦର୍ଶାଅ ନୋଟିସ ଦେଲେ କାହିଁକି ? ତାଙ୍କର କୌଣସି ଭୁଲ ନଥାଇ ୨୨/୦୯/ ୨୦୧୮ ରୁ ତାଙ୍କର ଦରମା ବନ୍ଦ କରାଗଲା କାହିଁକି ? ସିଡ଼ିପିଓ ଏବଂ ସୁପରଭାଇଜର ଉଭୟେ ମିଶି ଆକ୍ରୋଶ ମନୋଭାବ ନେଇ ବ୍ରଜେଶ୍ୱରୀ ଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ତେବେ ବ୍ରଜେଶ୍ୱରୀ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଦରମା ବନ୍ଦ କରିଦେଇଥିବାରୁ ତାଙ୍କ ପରିବାର ପୋଷଣ ପାଇଁ ଭାରି କଷ୍ଟ ହେଉଥିବା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପଧାନଙ୍କ ଠାରେ ଗୁହାରୀ କରିଛନ୍ତି । ଅନ୍ୟପକ୍ଷେ ସୁପ୍ରରଭାଇଜର ସୁବର୍ଣପ୍ରଭା ନାଏକ ଲୋକଙ୍କୁ ଉସୁକାଉଥିବାର ଏକ ଭିଡ଼ିଓ ରେ ସତ୍ୟାସତ୍ୟ ପଦାକୁ ପଡ଼ିଥିବା ବେଳେ ସେ ଏହି ବିଷୟରେ କିଛି କହିବାକୁ ମନା କରିଦେଇଥିଲେ ।

ବାଇଟ ୧- ବ୍ରଜେଶ୍ୱରୀ ପଧାନ ( ଅଭିଯୋଗକାରୀ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.