ETV Bharat / state

ସରିଲା ବିଜେପୁର ଉପନିର୍ବାଚନ, ପଦ୍ମପୁର ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା ନିର୍ବାଚନୀ ସାମଗ୍ରୀ - ବିଜେପୁର ଉପନିର୍ବାଚନ

ସରିଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ । କଡା ସୁରକ୍ଷା ବଳୟ ଭିତରେ ପୋଲିଂ କର୍ମଚାରୀମାନେ ଇଭିଏମ ମେସିନ, ଭିଭିପାଟ ଓ ସମସ୍ତ ନିର୍ବାଚନୀ ସାମଗ୍ରୀଗୁଡିକୁ ପଦ୍ମପୁରରେ ରହିଥିବା ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 22, 2019, 3:58 AM IST

ବରଗଡ: ସରିଛି ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାଚନ । ସୋମବାର ସକାଳ 7ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 5ଟାରେ ସରିଥିଲା ମତଦାନ । ଏହାପରେ କଡା ସୁରକ୍ଷା ବଳୟ ଭିତରେ ପୋଲିଂ କର୍ମଚାରୀମାନେ ଇଭିଏମ ମେସିନ, ଭିଭିପାଟ ଓ ସମସ୍ତ ନିର୍ବାଚନୀ ସାମଗ୍ରୀଗୁଡିକୁ ପଦ୍ମପୁରରେ ରହିଥିବା ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତର କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ମୁତାବକ ଜିଲ୍ଲାର 1800ରୁ ଅଧିକ ପୋଲିଂ କର୍ମଚାରୀଙ୍କ ସହିତ ନିୟୋଜିତ ହୋଇଥିବା ପୋଲିସମାନେ ନିଜ ନିଜ ବୁଥର ନିର୍ବାଚନୀ ସାମଗ୍ରୀ ନେଇ ପଦ୍ମପୁର ଅଭିମୁଖେ ବାହାରିଥିଲେ । ପଦ୍ମପୁରରେ ନିର୍ବାଚନୀ ସାମଗ୍ରୀ ସବୁ ଗ୍ରହଣ କରାଯାଇ ସେଠାରେ ରହିଥିବା ଷ୍ଟ୍ରଙ୍ଗ ରୁମରେ ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ କଏଦ କରାଯାଇଛି ।

ଆସନ୍ତା 24 ତାରିଖରେ ଭୋଟ ଗଣନା କରାଯିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ଆଜି ସକାଳ ୭ ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଶାନ୍ତି ଶୃଙ୍ଖଳାର ସହିତ ସନ୍ଧ୍ୟା ୫ ଟା ରେ ଶେଷ ହୋଇଥିଲା । ତେବେ ଏହି ମତଦାନ ପ୍ରକ୍ରିୟାରେ ନିୟୋଜିତ ହୋଇଥିବା ପୋଲିଙ୍ଗ କର୍ମଚାରୀ ମାନେ EVM ମେସିନ , VVPAD ଓ ସମସ୍ତ ନିର୍ବାଚନୀ ସାମଗ୍ରୀ ଗୁଡ଼ିକୁ ପଦ୍ମପୁର ରେ ରହିଥିବା ଷ୍ଟ୍ରଙ୍ଗ ରୁମକୁ ସୁରକ୍ଷିତ ପହଞ୍ଚାଇବା ପାଇଁ ଲାଗିପଡିଛନ୍ତି।

Body: ଜିଲ୍ଲାର ୧୮୦୦ ରୁ ଅଧିକ ପୋଲିଙ୍ଗ କର୍ମଚାରୀ ସହିତ ନିୟୋଜିତ ହୋଇଥିବା ପୋଲିସ ମାନେ ନିଜ ନିଜ ବୁଥର ନିର୍ବାଚନୀ ସାମଗ୍ରୀ ନେଇ ପଦ୍ମପୁର ଅଭିମୁଖେ ବହାରିପଡ଼ିଛନ୍ତି ।
ପଦ୍ମପୁର ରେ ନିର୍ବାଚନୀ ସାମଗ୍ରୀ ସବୁ ଗ୍ରହଣ କରାଯିବ ଏବଂ ସେଠାରେ ରହିଥିବା ଷ୍ଟ୍ରଙ୍ଗ ରୁମ ରେ ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ କଏଦ କରାଯିବ । ଆସନ୍ତା ୨୪ ତାରିଖରେ ଭୋଟ ଗଣନା କରାଯିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ଘୋଷଣା କରାହେବ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.