ETV Bharat / state

ବରଗଡରେ କୋଭିଡ଼ ଚିକିତ୍ସା ବ୍ୟବସ୍ଥାକୁ ସଂକ୍ରମିତ ମହିଳାଙ୍କ ସମାଲୋଚନା

author img

By

Published : Jun 26, 2020, 4:03 AM IST

କୋରୋନା ଚିକିତ୍ସା ନେଇ ବରଗଡ ଜିଲ୍ଲାରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ କୌଣସି ଚିକିତ୍ସା କରାଯାଉନଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

After recover , infected women slams Covid-19 treatment system in Bargarh
ବରଗଡରେ କୋଭିଡ଼ ଚିକିତ୍ସା ବ୍ୟବସ୍ଥାକୁ ସଂକ୍ରମିତ ମହିଳାଙ୍କ ସମାଲୋଚନା

ବରଗଡ: କୋରୋନା ଚିକିତ୍ସା ନେଇ ବରଗଡ ଜିଲ୍ଲାରୁ ଆସିଛି ସାଙ୍ଘାତିକ ଅଭିଯୋଗ । ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ କୌଣସି ଚିକିତ୍ସା କରାଯାଉନଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । କେବଳ ଅନୁଧ୍ୟାନ ପାଇଁ ରଖାଯାଉଛି ଏବଂ ସ୍ଵାସ୍ଥ୍ୟବସ୍ଥା ଅତି ବିଗିଡିଲେ ଅନ୍ୟତ୍ର ସ୍ଥାନକୁ ଚିକିତ୍ସା ପାଇଁ ନିଆଯାଉଛି । ଏହି ଅଭିଯୋଗ ଆଣିଛନ୍ତି ବରଗଡର ପ୍ରଥମ କୋରୋନା ସଂକ୍ରମିତ ମହିଳା ଓ ତାଙ୍କ ପରିବାର ।

ବରଗଡରେ ଆଉ କୌଣସି ବ୍ୟକ୍ତି କୋରୋନା ସଂକ୍ରମିତ ହେଲେ ମହିଳା ଜଣକ ଦାୟୀ ରହିବେ ବୋଲି ତାଙ୍କୁ କହଯାଇଥିବା ସେ ଦାବି କହିଛନ୍ତି । ଏଥିସହିତ ଏକ ସାଧା କାଗଜରେ ପ୍ରଶାସନ ପକ୍ଷରୁ ଦସ୍ତଖତ ପାଇଁ ବାଧ୍ୟ କରିବା କେତେ ଦୂର ଯଥାର୍ଥ ବୋଲି ସେ ପ୍ରଶ୍ନ କରିଛନ୍ତି । କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମହିଳା ଜଣକ । ସୋସିଆଲ ମିଡିଆରେ ପୁରା ପରିବାରର ଫୋଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ନେଇ ସେ ଅସନ୍ତୋଷ ଜାହିର କରିଛନ୍ତି ।

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର କୋଭିଡ କେୟାର ସେଣ୍ଟରରେ ଉତ୍ତମ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ସମସ୍ତ ପଞ୍ଚାୟତରେ କ୍ବାରେଣ୍ଟିନ ସେଣ୍ଟରର ବ୍ୟବସ୍ଥା କରିଛନ୍ତି । ରାଜ୍ୟ ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କୁ ଭଲ ଖାଦ୍ୟ ପେୟର ବ୍ୟବସ୍ଥା କରିଛନ୍ତି । ଏପରିକି କରୋନା ସଂକ୍ରମିତଙ୍କ ପାଇଁ ମାଗଣାରେ ସ୍ଵତନ୍ତ୍ର ଚିକିତ୍ସା ଯୋଗେଇ ଦେଉଛନ୍ତି ରାଜ୍ୟ ସରକାର । ମାତ୍ର ବରଗଡ ଜିଲ୍ଲାରେ କରୋନାରେ ସଂକ୍ରମିତ ହୋଇଥିବା ପ୍ରଥମ ମହିଳା ଜଣକ ସୁସ୍ଥ ହୋଇ ଘରକୁ ଫେରିବା ପରେ, ଯାହା କିଛି ଗଣମାଧ୍ୟମ ସାମ୍ନାରେ ବଖାଣିଛନ୍ତି ତାହା କିଛି ଅଲଗା ବୟାନ କରୁଛି । ଜିଲ୍ଲା ପ୍ରଶାସନ ଯେପରି ବ୍ୟବାହାର ସେମାନଙ୍କୁ କରିଛନ୍ତି, ଆଉ କାହା ସହିତ ସେପରି ନହେଉ ବୋଲି କହିଛନ୍ତି ପରିବାର ଲୋକେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.