ETV Bharat / state

ଲକଡାଉନକୁ ବିତିଛି 40 ଦିନ, ଏବେ ବି ଡାଲି ବଣ୍ଟନରୁ ବଞ୍ଚିତ ଗରିବ - ଲକଡାଉନରେ ଗରିବଙ୍କୁ ମିଳୁନି ଡାଲି

ଲକଡାଉନକୁ 40 ଦିନ ପୁରିଲା ପରେ ବି ବରଗଡ ଜିଲ୍ଲାରେ ସମସ୍ତ ଗରିବଙ୍କୁ କେବଳ ଚାଉଳ ବଣ୍ଟା ଯାଇଛି । ହେଲେ ମିଳିପାରି ନାହିଁ ଡାଲି ।

pulses distribution irregularity in bargarh, bargarh latest news, poor not getting pulses in lockdown, lockdown in bargarh, ବରଗଡରେ ଡାଲି ବଣ୍ଟନରେ ଅନିୟମିତତା, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ଲକଡାଉନରେ ଗରିବଙ୍କୁ ମିଳୁନି ଡାଲି, ବରଗଡରେ ଲକଡାଉନ
ଲକଡାଉନକୁ ବିତିଛି 40 ଦିନ, ଏବେ ବି ଡାଲି ବଣ୍ଟନରୁ ବଞ୍ଚିତ ଗରିବ
author img

By

Published : May 5, 2020, 8:28 PM IST

ବରଗଡ: ମହାମାରୀ କୋରୋନାଜନିତ ଲକଡାଉନ ସମୟରେ ସମସ୍ତ ଗରିବଙ୍କୁ ଚାଉଳ ଏବଂ ଡାଲି ଯୋଗାଇ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ମାତ୍ର ଲକଡାଉନକୁ 40 ଦିନ ପୁରିଲା ପରେ ବି ବରଗଡ ଜିଲ୍ଲାରେ ସମସ୍ତ ଗରିବଙ୍କୁ କେବଳ ଚାଉଳ ବଣ୍ଟା ଯାଇଛି । ହେଲେ ମିଳିପାରି ନାହିଁ ଡାଲି । ତେଣୁ ଲୋକଙ୍କ ପାଖରେ ବର୍ତ୍ତମାନ ପ୍ରଚୁର ମାତ୍ରାରେ ଚାଉଳ ଗଚ୍ଛିତ ରହିଥିବା ବେଳେ ଡାଲି ଓ ଅନ୍ୟ ରାସନ ସାମଗ୍ରୀର ଦେଖା ଦେଇଛି ଅଭାବ ।

ଲକଡାଉନକୁ ବିତିଛି 40 ଦିନ, ଏବେ ବି ଡାଲି ବଣ୍ଟନରୁ ବଞ୍ଚିତ ଗରିବ

ତେବେ କେଉଁ କାରଣରୁ ଆଜି ଯାଏଁ ଜିଲ୍ଲାରେ ଗରିବଙ୍କୁ ଡାଲି ବଣ୍ଟା ଯାଇନାହିଁ ସେନେଇ ଜିଲ୍ଲାପାଳଙ୍କୁ ଭେଟି ପ୍ରଶ୍ନ କରିଛନ୍ତି ଜିଲ୍ଲା ବିଜେପି ଦଳ। ବିଜେପି ଦଳର ରାଜ୍ୟ ସମ୍ପାଦକ ସୁଶାନ୍ତ ମିଶ୍ର ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଦାବି କରି କହିଛନ୍ତି ଯେ କେନ୍ଦ୍ର ସରକାର ଦେଇଥିବା ଡାଲିକୁ ଯଦି ଆଗାମୀ ଦୁଇ ଦିନ ମଧ୍ୟରେ ଗରିବଙ୍କୁ ବଣ୍ଟା ନଯାଏ ତାହେଲେ ଜିଲ୍ଲା ବିଜେପି ଆନ୍ଦୋଳନକୁ ଓହ୍ଲାଇବ । ଏଥିସହ ଲକଡାଉନ ସମୟରେ ଯଦି ଡାଲି ଦିଆନଯାଏ ତେବେ ପରବର୍ତ୍ତୀ ସମୟରେ ଡାଲି ଘୋଟାଲାର ସମ୍ଭାବନା ରହିଛି ବୋଲି ଦଳ ପକ୍ଷରୁ ଆଶଙ୍କା ପ୍ରକାଶ ପାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.