ETV Bharat / state

ମମିତା ମର୍ଡର ମିଷ୍ଟ୍ରି: ମନ୍ତ୍ରୀଙ୍କ ବହିଷ୍କାର ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା - Am Aadmi party

ସାରା ରାଜ୍ୟରେ ଜାରି ରହିଛି କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପ୍ରତିବାଦ । ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ସମେତ ବିଭିନ୍ନ ବର୍ଗର ଲୋକେ ଏବେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା: ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଆମ୍ ଆଦମୀର କ୍ୟାଣ୍ଡେଲ ଶୋଭାଯାତ୍ରା

author img

By

Published : Oct 23, 2021, 7:57 AM IST

ବରଗଡ଼: ମମିତା ହତ୍ୟାକାଣ୍ଡ ଘଟଣାରେ ଜିଲ୍ଲାରେ ଜେର୍ ଧରିଛି ତାତି । ଏନେଇ ଆମ୍ ଆଦମୀ ପକ୍ଷରୁ ଶୁକ୍ରବାର ସହରର ଗାନ୍ଧିଛକ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ନିରବ ପ୍ରାର୍ଥନା କରିବା ସହିତ ମମିତା ମେହେରଙ୍କ ହତ୍ୟାକାରୀକୁ ଦଣ୍ଡିତ କରିବା ସହ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛି ଦଳ । ତେବେ ଏହି ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି ତରଫରୁ ବିଜେଡି ଦଳର ନେତା ଓ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ତା ସହିତ ହତ୍ୟାକାଣ୍ଡ ଘଟଣାରେ ଜଡିତ ଥିବା ରାଜ୍ୟ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଓ ଦୋଷୀମାନଙ୍କୁ ଦଣ୍ଡ ଦେବା ଦାବିରେ ସ୍ବର ଉଠାଇଛି ଦଳ ।

ମମିତା ହତ୍ୟାକାଣ୍ଡ ଘଟଣା: ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ଆମ୍ ଆଦମୀର କ୍ୟାଣ୍ଡେଲ ଶୋଭାଯାତ୍ରା

ଏଥିରେ ଜିଲ୍ଳା ଆବାହକ ଭବାନୀ ସାହୁ, ମରିୟମ ବାର୍ଲା, ଅସିତ ସାହୁ, ଗୋଲାପୀ ସୁନା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ସେପଟେ ବରଗଡ଼ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଯଦି ଆଗାମୀ ଦିନରେ ସେ ଦିଗରେ ଦୃଷ୍ଟି ଦିଆ ନଯାଏ ତେବେ ଦଳ ଆନ୍ଦୋଳନ ପନ୍ଥା ଗ୍ରହଣ କରିବ ବୋଲି ଆପ୍‌ ଆବାହକ ଭବାନୀ ସାହୁ ଚେତାବନୀ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.