ETV Bharat / state

ବରଗଡ଼ ଚିନିକଳ ବିକ୍ରି ଯୋଜନା ! ବିରୋଧ କଲା ଆପ୍‌ - ବରଗଡ଼ ସ୍ଥିତ ସମବାୟ ଚିନିକଳ ପୁନରୁଦ୍ଧାର ଦାବି

ବରଗଡ଼ ସ୍ଥିତ ସମବାୟ ଚିନିକଳ ପୁନର୍ବାର ଖୋଲିବାକୁ ଆମ ଆଦମୀ ପାର୍ଟିର ଦାବି । ଅଧିକ ପଢ଼ନ୍ତୁ

aap demands restarting of bargarh sugar mill
ବରଗଡ଼ ସ୍ଥିତ ସମବାୟ ଚିନିକଳ ପୁନରୁଦ୍ଧାର ଦାବି
author img

By

Published : May 13, 2023, 8:19 PM IST

ବରଗଡ଼ ସ୍ଥିତ ସମବାୟ ଚିନିକଳ ପୁନରୁଦ୍ଧାର ଦାବି

ବରଗଡ଼: ଦୀର୍ଘ ବର୍ଷରୁ ବନ୍ଦ ପଡିଥିବା ବରଗଡ଼ର ଚିନିକଳର ପୁନରୁଦ୍ଧାର ଦାବି ହୋଇଛି । ସମବାୟ ଚିନିକଳକୁ ବନ୍ଦ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତି ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆମ୍ ଆଦମୀ ପାର୍ଟି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି । ବିଜୁ ଜନତା ଦଳର ସରକାର ବରଗଡ଼ ଚିନିକଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଥିବା ଆପ୍ ବରଗଡ଼ ଜିଲ୍ଳା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି ।

ଚିନିକଳ ବିକ୍ରି କରାଯିବାର ଯୋଜନା ଚାଲିଥିବା ଖବର ସାମ୍ନାକୁ ଆସିବା ପରେ କାର୍ଯ୍ୟରତ ଶତାଧିକ କର୍ମଚାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟିଏ ପଟେ ବରଗଡ଼ ଚିନିକଳରେ କାର୍ଯ୍ୟରତ ଶତାଧିକ କର୍ମଚାରୀଙ୍କୁ ଦୀର୍ଘ 68 ମାସର ଦରମା ଦିଆଯାଇନଥିବା ବେଳେ ବକେୟା ଦରମା ଆଶାରେ ଅନେକ କର୍ମଚାରୀ ଏବେ ମଧ୍ୟ ଚିନିକାଳକୁ ଜଗି ରହିଛନ୍ତି ଏବଂ ବହୁ କଷ୍ଟରେ ବିନା ଦରମାରେ ପରିବାର ପୋଷଣ କରୁଛନ୍ତି । ସରକାର ମଧ୍ୟ ସେମାନଙ୍କୁ ତାଙ୍କ ବକେୟା ଅର୍ଥ ଦିଆଯିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ବର୍ଷବର୍ଷ ଗଡାଇ ଚାଲିଥିବାବେଳେ ପ୍ରାପ୍ୟ ମିଳିନଥିବା ଅଭିଯୋଗ ହୋଇଛି । ଏପରି ପରିସ୍ଥିତିରେ ଶତାଧିକ କର୍ମଚାରୀଙ୍କୁ ତାଙ୍କ ବକେୟା ପାଉଣା ନଦେଇ ରାଜ୍ୟ ସରକାର ଚିନିକଳକୁ ବିକ୍ରି କରିଦେବାର ହୀନ ଯୋଜନା କରିଥିବା ଆପ୍ କହିଛି ।

ଏନେଇ ଆପ୍ ବରଗଡ଼ ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି, "ଚିନିକଳ ବିକ୍ରି ଚକ୍ରାନ୍ତର ମୁଖ୍ୟ ସୂତ୍ରଧାର ହେଲା ବିଜେଡି ସରକାର । ୧୯୬୯ ମସିହାରୁ ଆରମ୍ଭ ହୋଇଥିବା ବରଗଡ଼ ଚିନିକଳ ଓଡ଼ିଶା ମାନଚିତ୍ରରେ ଶିଳ୍ପ ନଗରୀର ମାନ୍ୟତା ପାଇଥିଲା । କିନ୍ତୁ ବିଜେଡି ସରକାର ସମୟରେ ଏହି ସଂସ୍ଥା ଧୀରେଧୀରେ କ୍ଷତି ଆଡକୁ ଚାଲିଗଲା । ୬୮ ମାସ ହେଲା କର୍ମଚାରୀମାନେ ଦରମା ନପାଇ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି କର୍ମଚାରୀ । ମୁଖ୍ୟମନ୍ତ୍ରୀ ଚିନିକଳ ପାଇଁ ପ୍ୟାକେଜ ଘୋଷଣା କରିଥିଲେ । କିନ୍ତୁ ଟଙ୍କା ଟିଏ ବି ସହାୟତା ନମିଳିବାରୁ ବରଗଡ଼ ଓ ଚିନିକଳ ପ୍ରତି ବିଜେଡି ସରକାରଙ୍କ ମନୋଭାବ କଣ ରହିଛି ତାହା ଜଣାପଡୁଛି ।" ଜିଲ୍ଲାରେ ପୂର୍ବରୁ ଗଢ଼ି ଉଠିଥିବା ବହୁ କଳକାରଖାନାଗୁଡିକ ବନ୍ଦ ହୋଇଯାଇଛି କିମ୍ବା ଶାଗମାଛ ଦରରେ ବିକ୍ରି କରିଦିଆ ଯାଇଛି । ତୋରାରେ ଥିବା ସୂତାକଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଗଲା ଏବଂ ତାହାର ଚିହ୍ନବର୍ଣ୍ଣ ମଧ୍ୟ ଆଜି ନାହିଁ । ସେହିପରି ତୋରାରେ ରହିଥିବା ଆଉ ଏକ ଚିନି କାରଖାନାକୁ ବହୁ ବର୍ଷ ବନ୍ଦ କରିଦିଆଯିବା ପରେ ଏବେ ବିକ୍ରି କରିବାର ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଜନସାଧାରଣ ତଥା ବିରୋଧୀ ଦଳ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.