ETV Bharat / state

ହଜିଯାଉଥିବା କଳାର ନୂତନ ଦିଗଦର୍ଶନ ‘ବରଗଡର ଲୋକକଳା ମହୋତ୍ସବ’ - ବରଗଡ ଲୋକକଳା ମହୋତ୍ସବ

ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲା ଲୋକକଳା ମହୋତ୍ସବ ପାଳିତ ହୋଇଯାଇଛି । ପଦ୍ମପୁର ବ୍ଲକ ଅନ୍ତର୍ଗତ ଢୋଲବନ୍ଦ ଗ୍ରାମରେ ଦୁଇଦିନ ଧରି ଚାଲିଥିଲା ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ।

bargarh lokakala mahotsav, lokakala mahotsav, reviving heritage culture, ଲୁପ୍ତପ୍ରାୟ କଳାର ପୁନରୁଦ୍ଧାର, ବରଗଡ ଲୋକକଳା ମହୋତ୍ସବ, ଲୋକକଳା ମହୋତ୍ସବ
ହଜିଯାଉଥିବା କଳାର ନୂତନ ଦିଗଦର୍ଶନ, ‘ବରଗଡର ଲୋକକଳା ମହୋତ୍ସବ’
author img

By

Published : Mar 14, 2020, 11:20 AM IST

ବରଗଡ: ଜିଲ୍ଲାରେ ପ୍ରଥମ ଥର ପାଇଁ ଜିଲ୍ଲା ଲୋକକଳା ମହୋତ୍ସବ ପାଳିତ ହୋଇଯାଇଛି । ପଦ୍ମପୁର ବ୍ଲକ ଅନ୍ତର୍ଗତ ଢୋଲବନ୍ଦ ଗ୍ରାମରେ ଦୁଇଦିନ ଧରି ଚାଲିଥିଲା ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାରେ ସଞ୍ଚାର, ପାଲା, ଦାସକାଠିଆ, ସଂପ୍ରଦା, କୃଷ୍ଣଗୁରୁ, ଖଞ୍ଜଣୀ ଭଜନ, ଡାଳଖାଇ ନୃତ୍ୟ, ମାଇଲାଜଡ ଓ ରସରକେଲୀ ପରି ବିଭିନ୍ନ ପ୍ରକାରର ଲୋକକଳା ରହିଛି । ତେଣୁ ଏହି ହଜିଯାଉଥିବା ଲୋକକଳା ଓ କଳାକାରମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି ।

ହଜିଯାଉଥିବା କଳାର ନୂତନ ଦିଗଦର୍ଶନ, ‘ବରଗଡର ଲୋକକଳା ମହୋତ୍ସବ’

ବିଭିନ୍ନ ଲୋକକଳାକୁ ବଞ୍ଚାଇ ରଖିଥିବା କଳାକାରମାନଙ୍କୁ ରାଜ୍ୟ ସରକାର କଳାକାର ଭତ୍ତା ପ୍ରଦାନ କରିବା ସହିତ ନାନା ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିୟୋଜିତ କରିବାର ସୁନ୍ଦର ପ୍ରୟାସକୁ କଳାକାର ମହଲରେ ସ୍ଵାଗତ କରାଯାଇଛି । ଦୁର୍ଦ୍ଦିନରେ ଦିନ କାଟୁଥିବା ଛୋଟ ଛୋଟ କଳାକାରମାନଙ୍କୁ ଅଣଦେଖା କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ନେଇ କଳାକାରମାନଙ୍କୁ ରୋଜଗାରକ୍ଷମ କରିବା ସହିତ କଳାକାର ପରିବାର ପାଇଁ ଏକ ସାହାରା ପାଲଟିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.