ETV Bharat / state

ଉପକାରାଗାରରେ 83 କଏଦୀ କୋରୋନା ସଂକ୍ରମିତ, ଚିନ୍ତାରେ ପ୍ରଶାସନ

କୋରୋନାରୁ ବାଦ୍ ପଡିନି ଜେଲ୍ ପରିସର । ଦିନକୁ ଦିନ କଏଦୀମାନଙ୍କର ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଅଧିକ ପଢନ୍ତୁ..

author img

By

Published : May 23, 2021, 10:30 PM IST

ଉପକାରାଗାରରେ 83 କଏଦୀ କୋରୋନା ସଂକ୍ରମିତ, ଚିନ୍ତାରେ ପ୍ରଶାସନ
ଉପକାରାଗାରରେ 83 କଏଦୀ କୋରୋନା ସଂକ୍ରମିତ, ଚିନ୍ତାରେ ପ୍ରଶାସନ

ବରଗଡ: ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି । ଆଉ ପ୍ରତିଦିନ 300 ଉପରକୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଜେଲ୍ ଭିତରେ ରହିଥିବା କଏଦୀମାନେ ମଧ୍ୟ ଏହି ସଂକ୍ରମଣରୁ ବର୍ତ୍ତି ପାରିନାହାଁନ୍ତି । ପଦ୍ମପୁର ସବ୍ ଜେଲ୍ ଭିତରେ ରହିଥିବା 83 ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ସବ୍ ଜେଲରେ କୋଭିଡ ପରୀକ୍ଷା କରାଯାଇଥିଲା, ତେବେ ୮୩ ଜଣ ଅନ୍ତେବାସୀଙ୍କର କୋଭିଡ ଟେଷ୍ଟ ପଜିଟିଭ ବାହାରିଥିବାବେଳେ ଉଭୟ ପ୍ରଶାସନ ଏବଂ ଜନ ସାଧାରଣଙ୍କ ଚିନ୍ତା ବଢାଇଦେଇଛି । ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼କ୍ଟର ତହସିଲ ସାହୁଙ୍କର ସୂଚନା ଅନୁଯାୟୀ ଗତ କାଲି ସବ୍ ଜେଲରେ ୧୨୪ ଜଣ ଅନ୍ତେବାସୀଙ୍କ ସହ ୮ ଜଣ ଷ୍ଟାଫଙ୍କର କୋଭିଡ୍ ପରୀକ୍ଷା କରାଯାଇଥିବାବେଳେ ୮୩ ଜଣ ଅନ୍ତେବାସୀଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାରୁ ପ୍ରଶାସନ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ଅନ୍ୟ ପଟେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତରଣ କରାଯାଇଥିବାବେଳେ ତା ମଧ୍ୟରୁ ଜଣେ ଆକ୍ରାନ୍ତଙ୍କୁ ଅକ୍ସିଜେନ୍ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ନେଇ ସୂଚନା ମିଳିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.