ETV Bharat / state

ଦିନକରେ 81 ସଂକ୍ରମଣ ଚିହ୍ନଟ, ୫୬୮କୁ ଛୁଇଁଲା ସଂକ୍ରମିତ ସଂଖ୍ୟା

author img

By

Published : Aug 6, 2020, 7:59 PM IST

ଗୁରୁବାର ବରଗଡ ଜିଲ୍ଲାରେ ସର୍ବାଧିକ ୮୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ୫୬୮ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିନକରେ 81 ସଂକ୍ରମଣ ଚିହ୍ନଟ, ୫୬୮କୁ ଛୁଇଁଲା ସଂକ୍ରମିତ ସଂଖ୍ୟା
ଦିନକରେ 81 ସଂକ୍ରମଣ ଚିହ୍ନଟ, ୫୬୮କୁ ଛୁଇଁଲା ସଂକ୍ରମିତ ସଂଖ୍ୟା

ବରଗଡ଼: ଗୁରୁବାର ବରଗଡ ଜିଲ୍ଲାରେ ସର୍ବାଧିକ ୮୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ବରଗଡ଼ ପୌରାଞ୍ଚଳରୁ ୩୨, ସୋହେଲା ବ୍ଲକରୁ ୪, ଭେଡ଼େନ ବ୍ଲକରୁ ୩, ଭଟଲି ବ୍ଲକରୁ ୧୧, ଗାଇସିଲେଟ ବ୍ଲକରୁ ୧୫, ଅମ୍ବାଭୋନା ବ୍ଲକରୁ ୪, ପଦ୍ମପୁର ଏନଏସିରୁ ୩, ବରପାଲି ଏନଏସିରୁ ୮ ଏବଂ ବରଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଆଜି ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୮ରେ ପହଞ୍ଚିଛି ।

ଜିଲ୍ଲାରେ ପୂର୍ବରୁ ଗୋଟେ ଦିନରେ ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇନଥିବାବେଳେ ଆଜି ୮୧ ଜଣ ସଂକ୍ରମିତ ଚିହ୍ନଟ ଘଟଣା ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବରଗଡ଼ ସହରରେ ଦୋକାନ ବଜାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା କରିବାର ନିଷ୍ପତ୍ତି ନେବାର ପରଦିନ ହିଁ ଟାଉନରେ କେବଳ ୩୨ ଜଣ ସଂକ୍ରମିତ ଚିହ୍ନଟ ଘଟଣା ଜିଲ୍ଲା ପ୍ରଶାସନର ଚିନ୍ତା ବଢିଯାଇଛି ।

ସେପଟେ ଏହି ସଂଖ୍ୟକ ବୃଦ୍ଧି ପାଇବା ନେଇ ସହରବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ତେବେ ବରଗଡ ଟାଉନ ୭ ନମ୍ବର ୱାର୍ଡ଼ର ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧ ନମ୍ବର ୱାର୍ଡ଼ ନିଗମାନନ୍ଦ ବିହାରରୁ ୬ ଜଣ, ୧୬ ନମ୍ବର ୱାର୍ଡ଼ ବାଦରିପ୍ରସାଦ ଅପାର୍ଟମେଣ୍ଟରୁ ୨, ୪ ନମ୍ବର ୱାର୍ଡ଼ ତଳିପଡାରୁ ୨, ୮ ନମ୍ବର ୱାର୍ଡ଼ ବ୍ୟାଙ୍କ ଅଫ ବରୋଦା ନିକଟରେ ୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ୨ ନମ୍ବର ୱାର୍ଡ଼ ନଦିପଡା, PHD ପଡା, 13 ନମ୍ବର ୱାର୍ଡ଼ ମିନିଷ୍ଟାଡିୟମ ପଛପଟ, ୧୮ ନମ୍ବର ୱାର୍ଡ଼ ଭାରତୀ ନଗର, ବାନ୍ଦୁ ଟିକିରା ସୁନାରିଗଳି, ୩ ନମ୍ବର ୱାର୍ଡ଼ ହାଟପଦା, ୧ନମ୍ବର ୱାର୍ଡ଼ ଭୁର୍ସୁଙ୍ଗ ବନ୍ଦ ପଦାର , ୭ ନମ୍ବର ୱାର୍ଡ଼ ଏବଂ ଭଟଲି ଛକସ୍ଥିତ ଶ୍ରୀକୁଞ୍ଜ ହାଇଟସରୁ ଜଣେ ଲେଖାଏଁ କୋରୋନା ଚିହ୍ନଟ ହୋଇଛନ୍ତି । ଏପରି କେବଳ ଟାଉନ ମଧ୍ୟରେ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.