ETV Bharat / state

ବରଗଡ଼ରେ ଭୟଙ୍କର ହେଲାଣି କୋରୋନା: ଏକା ସଙ୍ଗେ ଜଳିଲା 7 ଜୁଇ

ବରଗଡ଼ ଜିଲ୍ଲାରେ ଅଣାୟତ୍ତ ହୋଇଯାଇଛି କୋରୋନା ସଂକ୍ରମଣ । ଆଜି ବରଗଡ଼ କୋଭିଡ଼ ହସ୍ପିଟାଲ ଭିତରୁ ଏକା ସଙ୍ଗେ 7 ଗୋଟି ମୃତଦେହ ବାହାର କରାଯାଇ ସତ୍କାର କରାଯାଇଥିଲା । ଅଧିକ ପଢନ୍ତୁ...

ବରଗଡ଼ରେ ଭୟଙ୍କର ହେଲାଣି କୋରୋନା: ଏକା ସଙ୍ଗେ ଜଳିଲା 7 ଜୁଇ
ବରଗଡ଼ରେ ଭୟଙ୍କର ହେଲାଣି କୋରୋନା: ଏକା ସଙ୍ଗେ ଜଳିଲା 7 ଜୁଇ
author img

By

Published : May 4, 2021, 9:06 AM IST

ବରଗଡ଼: ଜିଲ୍ଲାର ସ୍ଥିତି ଖୁବ ଭୟାବହ ହେବାକୁ ଲାଗିଲାଣି ଏବଂ ପ୍ରଦିଦିନ କୋଭିଡ଼ ସଂକ୍ରମଣରେ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିବା ସତ୍ବେ ଏବେ ଯାଏଁ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିନାହିଁ । ବରଗଡ଼ରେ ସର୍ବାଧିକ ଗୋଟିଏ ଦିନରେ 511 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପ୍ରତିଦିନ 300ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ବରଗଡ଼ରେ ଭୟଙ୍କର ହେଲାଣି କୋରୋନା: ଏକା ସଙ୍ଗେ ଜଳିଲା 7 ଜୁଇ

ତେବେ ବରଗଡ ଜିଲ୍ଲାରେ ସଂକ୍ରମଣ ବଢୁଥିବାବେଳେ କୋଭିଡ଼ ହସ୍ପିଟାଲରେ ନାଁ ଦିଆଯାଉଛି ଉତ୍ତମ ଚିକିତ୍ସା ନାଁ ଅଛି ଆବଶ୍ୟକତା ଅନୁଯାୟୀ ICU ଏବଂ ଭେଣ୍ଟିଲେଟର । ଫଳରେ ଚିକିତ୍ସା ଅଭାବରୁ ବହୁ ରୋଗୀଙ୍କ ମୃତ୍ୟୁ ହେଉଛି । ଆଜି ବରଗଡ କୋଭିଡ଼ ହସ୍ପିଟାଲରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିବାବେଳେ ଏକା ସାଙ୍ଗରେ 7 ଗୋଟି ମୃତଦେହ ଦାହ କରାଯାଇଥିଲା ପିପଳମୁଣ୍ଡାସ୍ଥିତ କୋଭିଡ଼ ସ୍ବର୍ଗଦ୍ବାରରେ ।

ତେବେ ସତ୍କାର ପାଇଁ ସ୍ଥାନ ଅଭାବ ହେବାରୁ ଏକା ସାଙ୍ଗେ 7 ଜଣଙ୍କ ମୃତଦେହ ସତ୍କାର କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଦୃଶ୍ୟ ପ୍ରଥମ ଥର ପାଇଁ ବରଗଡ଼ ଇତିହାସରେ ପ୍ରଥମ ଥର ଦେଖିବାକୁ ମିଳିଛି । ତେବେ ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକେ ସାମାଜିକ ଦୂରତା ସହିତ ମାସ୍କ ପରିଧାନ ଓ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।

ବରଗଡ଼ରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.