ETV Bharat / state

5T ସଚିବଙ୍କ ବରଗଡ଼ ଗସ୍ତ, ବିଭିନ୍ନ ପ୍ରକଳ୍ପ କଲେ ପରିଦର୍ଶନ

author img

By

Published : Jun 28, 2023, 1:59 PM IST

ବରଗଡ ଗସ୍ତର ଦ୍ବିତୀୟ ଦିନରେ ୫ଟି ସଚିବ ପ୍ରଥମେ ବରଗଡରୁ ବାହାରି ଗ୍ରୀସୁଲରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ର କାର୍ଯ୍ୟ ତଦାରଖ କରିଥିଲେ । ଅଧିକ ପଢନ୍ତୁ

5T secretary VK Pandian
5T secretary VK Pandian
5T ସଚିବଙ୍କ ବରଗଡ଼ ଗସ୍ତ

ବରଗଡ: ବରଗଡ ଦୁଇ ଦିନିଆ ଗସ୍ତରେ ଥିଲେ ୫ଟି ସଚିବ ଭିକେ ପାଣ୍ଡିଆନ । ଗସ୍ତର ଦ୍ବିତୀୟ ଦିନରେ ୫ଟି ସଚିବ ପ୍ରଥମେ ବରଗଡରୁ ବାହାରି ଗ୍ରୀସୁଲରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟ ତଦାରଖ କରିଥିଲେ । ଏଥିସହ ତୁରୁଙ୍ଗା ସ୍ଥିତ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ଯୋଜନାର ପମ୍ପ ହାଉସକୁ ପରିଦର୍ଶନ କରିଥିଲେ । ଏହାପରେ 5T ସଚିବ ସୋହେଲା ବ୍ଲକ ଗସ୍ତ କରି 5T ଅନ୍ତର୍ଭୁକ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଥିଲେ । ତେବେ ଏହି ଅବସରରେ ବରଗଡ ସୋହେଲା ଡାକ୍ତରଖାନା ପରିଦର୍ଶନ ସହ ଜାରି ରହିଥିବା ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ସୋହେଲାର ବୁଦ୍ଧିଜୀବୀ, ଚାଷୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାଙ୍କ ସହ ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଭାବ ବିନିମୟ କରିଥିଲେ ।

ଏହାପରେ ସେ ଅମ୍ବାଭୋନା ବ୍ଲକ କୁରୁମକେଲ ଠାରେ ହୀରାକୁଦ ନଦୀ ବନ୍ଧ ଯୋଗୁଁ ବିସ୍ଥାପିତ ଗାଁ ଲୋକଙ୍କୁ ଥଇଥାନ କରାଯାଇଥିବା ନୂତନ କଲୋନୀକୁ ଯାଇ ସେଠାକାର ଲୋକଙ୍କ ସହ ଆଲୋଚନା କରିଥିଲେ । ସେହିପରି ହେଲିକପ୍ଟର ସାହାଯ୍ୟରେ ପାଇକମାଳ ଯାଇ ପାଇକମାଲ 5T ହାଇସ୍କୁଲ ପରିଦର୍ଶନ ଓ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ, କସ୍ତୁରବା ଗାନ୍ଧୀ ମାତୃନିକେତନ ପରିଦର୍ଶନ ଓ ଶିଶୁମାନଙ୍କ ସହ ଭାବ ବିନିମୟ କରିଥିଲେ ।

ସେହିପରି ପଦ୍ମପୁର ଆର,ବି ହାଇସ୍କୁଲ ପଡ଼ିଆରେ ଜନ ସାଧରଣଙ୍କ ସହ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଲୋଚନା କରିଥିଲେ । ପରେ ପଦ୍ମପୁର ସ୍ଥିତ ଅନ୍ୱେଷା ହଷ୍ଟେଲ ପରିଦର୍ଶନ ଓ ନଦୀ ବନ୍ଧ ଯୋଜନା କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାପରେ ଅପରାହ୍ନରେ ସେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଯାଇ ସେଠାରୁ ସେ ଭୁବନେଶ୍ୱର ଫେରିଯାଇଥିଲେ ।

ପ୍ରକାଶ ଥାଉକି, ୫ଟି ସଚିବ ବରଗଡ ଗସ୍ତର ପ୍ରଥମ ଦିନରେ ଅତାବିରା ଏନଏସି ଅନ୍ତର୍ଗତ ସରଣ୍ଡାର ବିଶ୍ଵେଶ୍ବର ମନ୍ଦିର, ଅତାବିରାର ମାଁ ଦୂର୍ଗା ମନ୍ଦିର, ଲଦେରପାଲିର ରଣେଶ୍ବର ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହିତ ଉନ୍ନତିକରଣ ନିମିତ୍ତ ବହୁମୂଖୀ ବିକାଶ ଯୋଜନା ସମ୍ବନ୍ଧରେ ଟ୍ରଷ୍ଟ ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ମନ୍ଦିର, ମସଜିଦ, ଗୁରୁଦ୍ଵାର, କମ୍ୟୁନିଟି ସେଣ୍ଟର ଆଦିର ଦରଖାସ୍ତ ଗ୍ରହଣ କରିବା ସହିତ ଆଗାମୀ ୭ ଦିନ ମଧ୍ୟରେ ଏ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଉନ୍ନତିକରଣ ପାଇଁ ଭଲ ଖବର ପାଇବେ ବୋଲି ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଦୁଇ ଦିନିଆ ବରଗଡ ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନ

ଚାଷୀ ମାନଙ୍କର ଆପତ୍ତି ଅଭିଯୋଗ ଥିଲେ, ତାହାକୁ ଅଗ୍ରାଧ‌ିକାର ଭିଭିରେ ସମାଧାନ କରାଯିବ ବୋଲି କହିଥିଲେ । ଆନନ୍ଦ କଲ୍ୟାଣ ମଣ୍ଡପ ଏବଂ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ସ୍ବୟଂ ସହାୟକ ଗୋଷ୍ଠୀ ମା' ମାନଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ସଂଗଠନର ଦାବି ପତ୍ର ଗ୍ରହଣ କରିଥିଲେ । ସ୍ବୟଂ ସହାୟକ ଗୋଷ୍ଠୀ ମା'ମାନଙ୍କ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରଦାନ କରିଥ‌ିବାର ସୂଚନା ଦେଇ ପ୍ରତ୍ୟେକ ମା' ମାନେ ତାଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରି ଋଣ ସହାୟତାର ସୁବିଧା ନେବା ପାଇଁ ପରାମର୍ଶ ଦେଇଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.