ETV Bharat / state

ଆଜିଠୁ ଦୁଇ ଦିନିଆ ବଗରଡ ଗସ୍ତରେ 5T ସଚିବ, ଜିଲ୍ଲାପାଳଙ୍କ ବିରୋଧରେ ଏତଲା ଦେଲା ବିଜେପି

author img

By

Published : Jun 26, 2023, 9:54 AM IST

ବରଗଡ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ଓଡିଶା ସରକାରଙ୍କ 5T ସଚିବ ଭି.କେ ପାଣ୍ଡିଆନ । ଟାଉନ ଥାନାର ଦ୍ବାରସ୍ଥ ହେଲେ ଭାରତୀୟ ଜନତା ପାର୍ଟିର ସଦସ୍ୟ ମଣ୍ଡଳୀ । ଅଧିକ ପଢନ୍ତୁ

5t secretary to visit bargarh
5t secretary to visit bargarh

5t secretary to visit bargarh

ବରଗଡ: ବରଗଡ଼ ଟାଉନ ଥାନାର ଦ୍ବାରସ୍ଥ ହେଲେ ଭାରତୀୟ ଜନତା ପାର୍ଟିର ସଦସ୍ୟ ମଣ୍ଡଳୀ । ଆଜି ବରଗଡ଼ ଜିଲ୍ଲାକୁ 5T ସଚିବ ଗସ୍ତ କରୁଥିବା ବେଳେ ବେଆଇନ ଭାବେ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି । ଆଜି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀ ଏହାକୁ ନେଇ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିବା ସହ ବରଗଡ଼ ଜିଲ୍ଲାପାଳଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି ।

ସୂଚନା ମୁତାବକ, ଓଡିଶା ସରକାରଙ୍କ 5T ସଚିବ ଭି.କେ ପାଣ୍ଡିଆନ ଆସନ୍ତା 26 ଓ 27 ତାରିଖରେ ବରଗଡ ଜିଲ୍ଲା ଗସ୍ତରେ ଆସି ଅନେକ କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ତେବେ ଏନେଇ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର 2200 ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସମ୍ପୃକ୍ତ ସ୍କୁଲ ଏବଂ କଲେଜର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଉକ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମ ସ୍ଥାନକୁ ଆଣିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡକୁ ମଧ୍ୟ ଆବଶ୍ୟକ ଯାନବାହାନ ଯୋଗୋଇବା ପାଇଁ ନିର୍ଦେଶ ଦେଇଛନ୍ତି । ଯାହା ସଂପୂର୍ଣ୍ଣ ବେଆଇନ ଅଟେ ।

ତେବେ ଅଭିଭାବକ ମାନଙ୍କ ବିନା ଅନୁମତିରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କୁ 5T ସଚିବଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ନିର୍ଦେଶ ଦେଇଥିବାରୁ ବରଗଡ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ବରଗଡ ତରଫରୁ ବରଗଡ ଟାଉନ ଥାନାରେ ଅଭିଯୋଗ କରିଛି । ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡଙ୍ଗୀଙ୍କ ନେତୃତ୍ବରେ ବିଜେପି ଦଳର ଏକ ପ୍ରତିନିଧି ଦଳ ଗତକାଲି ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ।

ଆଜି(ସୋମବାର) 5T ସଚିବ ଭି.କେ ପାଣ୍ଡିଆନ ଦୁଇ ଦିନ ପାଇଁ ବରଗଡ ଜିଲ୍ଲା ଗସ୍ତରେ ଆସୁଥିବା ବେଳେ ବରଗଡରେ 26 ତାରିଖରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି 27ରେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ୨ ଦିନରେ ବରଗଡ ଜିଲ୍ଲାର ଅତାବିରା ନିର୍ବାଚନ ମଣ୍ଡଳୀ, ଭଟଲି ନିର୍ବାଚନ ମଣ୍ଡଳୀ, ବିଜେପୁର ନିର୍ବାଚନ ମଣ୍ଡଳୀ, ପଦ୍ମପୁର ନିର୍ବାଚନ ମଣ୍ଡଳୀ ଓ ବରଗଡ ଟାଉନର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ 5T ସଚିବ ଭିକେ ପାଣ୍ଡିଆନ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.