ETV Bharat / state

ବରଗଡରୁ ବଜ୍ରକାପ୍ତା କାତି ସହ ଅହିରାଜ ସାପ ଉଦ୍ଧାର, 6 ଗିରଫ

author img

By ETV Bharat Odisha Team

Published : Sep 16, 2023, 11:54 AM IST

ବରଗଡ ଜିଲ୍ଲା ବନ ବିଭାଗକୁ ସଫଳତା । ବନ୍ୟଜନ୍ତୁ ଶିକାର କରିବା ସହିତ ବନ୍ୟ ପ୍ରାଣୀଙ୍କ ଚମଡା, ନଖ ଓ କାତି ସଂଗ୍ରହ କରି ବେଆଇନ କାରବାର କରୁଥିବା ଏକ ରାକେଟକୁ ଗିରଫ କରିବାରେ ସଫଳ ହୋଇଛି ବରଗଡ ଜିଲ୍ଲା ବନଖଣ୍ଡ ବିଭାଗ । 6 ଜଣ ଗିରଫ ଓ ସେମାନଙ୍କ ଠାରୁ ଜିଅନ୍ତା ଅହିରାଜ ସାପ, ଭାଲୁ ନଖ ଓ ବଜ୍ରକାପ୍ତାର କାତି ଉଦ୍ଧାର।

5-pangolins and kingcobra snake-rescue-by-baragarh forest department 6 arrested

ବରଗଡ ଜିଲ୍ଲା ବନ ବିଭାଗକୁ ସଫଳତା

ବରଗଡ: ବରଗଡ ଜିଲ୍ଲା ବନଖଣ୍ଡ ବିଭାଗକୁ ମିଳିଲା ବଡ ସଫଳତା । ବନ୍ୟଜନ୍ତୁ ଶିକାର କରିବା ସହିତ ବନ୍ୟ ପ୍ରାଣୀଙ୍କ ଚମଡା, ନଖ ଓ କାତି ସଂଗ୍ରହ କରି ବେଆଇନ କାରବାର କରୁଥିବା ଏକ ରାକେଟକୁ ଗିରଫ କରିବାରେ ସଫଳ ହୋଇଛି ବରଗଡ ଜିଲ୍ଲା ବନଖଣ୍ଡ ବିଭାଗ । ଏଥିସହ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଜୀବନ୍ତ ଅହିରାଜ ସାପ, ଭାଲୁ ନଖ ଓ ବହୁମାତ୍ରାରେ ବଜ୍ରକାପ୍ତାର କାତି ମଧ୍ୟ ଉଦ୍ଧାର କରାଯାଇଛି । ଏହି ବନ୍ୟଜନ୍ତୁ ବେଆଇନ କାରବାରର ଚେର ଓଡିଶାରୁ ମହାରାଷ୍ଟ୍ର ଯାଏ ଲମ୍ୱିଥିବା ଜାଣିବାକୁ ପାଇଛି ବନଖଣ୍ଡ ବିଭାଗ ।

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ଭଟଲି ରେଞ୍ଜ ସମ୍ବରଦରହା ଠାରେ ଚନ୍ଦ୍ରଭାନୁ ନାଏକ ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସ ଠାରେ ବେଆଇନ କାରବାର ଚାଲୁଥିବା ନେଇ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା ବରଗଡ ବନଖଣ୍ଡ ବିଭାଗ । ଏହାପରେ ଗତ 14 ତାରିଖରେ ଘଟଣାସ୍ଥଳରେ ଚଢାଉ କରି ଏକ ବୋଲେରୋକୁ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ବୋଲେରୋଟି ଦ୍ରୁତ ଗତିରେ ବରଗଡ ସହର ପଟକୁ ଚାଲିଯାଇଥିଲା । ତେବେ ବନଖଣ୍ଡ ବିଭାଗ ବରଗଡ ଟାଉନ ପୋଲିସର ସହାୟତାରେ ବରଗଡ ଭଟଲି ରୋଡ ସ୍ଥିତ ମଙ୍ଗଳମ ପ୍ୟାଲେସ ସମ୍ମୁଖରେ ବୋଲେରୋଟିକୁ ଅଟକାଇବା ସହ ସମସ୍ତଙ୍କୁ କାବୁ କରିଥିଲା ।

ସେମାନଙ୍କ ଠାରୁ 32"ର ପିସ୍ତଲ, 7ଟି ଜୀବନ୍ତ ଗୁଳି, ଡିଜିଟାଲ କ୍ୟାମେରା, 2ଟି ମୋବାଇଲ, 21ଟି ବଜ୍ରକାପ୍ତାର କାତି ଓ 5 ଗୋଟି ଭାଲୁ ନଖ ଜବତ କରିଥିଲା । ଅନ୍ୟପଟେ ଅଭିଯୁକ୍ତ ମାନଙ୍କୁ ଜେରା ସମୟରେ ସେମାନେ ଭଟଲି ରେଞ୍ଜର ସମ୍ବରଦରାହ ଠାରେ ଥିବା ଚନ୍ଦ୍ରଭାନୁ ନାଏକଙ୍କର ଫାର୍ମ ହାଉସ ସମ୍ପର୍କରେ ସୂଚନା ଦେଇଥିଲେ । ସେଠାରେ ଚଢାଉ ସମୟରେ ଗୋଟିଏ ଜୀବନ୍ତ ଅହିରାଜ ସାପ ଓ 5ଟି ବଜ୍ରକାପ୍ତା କାତି ଉଦ୍ଧାର କରିଥିଲା ।

ଏହାମଧ୍ୟ ପଢନ୍ତୁ.. ବଜ୍ରକାପ୍ତା ଉଦ୍ଧାର: ଗ୍ରାହକ ବେଶରେ ବନ ବିଭାଗର ଚଢାଉ

ଫାର୍ମ ହାଉସ ମାଲିକ ଚନ୍ଦ୍ରଭାନୁ ନାଏକ ଅହିରାଜ ସାପକୁ ଛାଡି ଦେବାକୁ ଚେଷ୍ଟା କରୁଥିବା ସମୟରେ ସାପଟି ଚନ୍ଦ୍ରଭାନୁକୁ କାମୁଡି ଦେଇଥିଲା । ତେବେ ଚନ୍ଦ୍ରଭାନୁଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଗିରଫ ଅନ୍ୟ 6 ଜଣଙ୍କୁ କୋର୍ଟକୁ ଚାଲାଣ କରାଯାଇଛି । ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ମହାରାଷ୍ଟ୍ରର 30 ବର୍ଷୀୟ ଗୁରୁନାଥ କିଷାନ କୁମ୍ଭାର, ବାଲେଶ୍ଵର ଜିଲ୍ଲାର ସଞ୍ଜୟ ଦାସ ଓ ମନୋରଞ୍ଜନ ନନ୍ଦ, ବରପାଲି ବ୍ଲକ ଧୀରପୁର ଗ୍ରାମର ବ୍ୟାସଦେବ ମହାରଣା, ଭଟଲି ବ୍ଲକ ସମ୍ବରଦରହାର ପଞ୍ଚନ ପ୍ରଧାନ ଓ ବରଗଡ ଭଟଲି ରୋଡର ଚନ୍ଦ୍ରଭାନୁ ନାଏକ ।

ଚନ୍ଦ୍ରଭାନୁ ନାଏକଙ୍କ ନାମରେ ପୂର୍ବରୁ ମଧ୍ୟ ବରଗଡ ଏବଂ ମହାରାଷ୍ଟ୍ର ଠାରେ ବେଆଇନ ସାପ ବିକ୍ରି ଅଭିଯୋଗରେ ଅନେକ ମାମଲା ରୁଜୁ ହୋଇଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଥିବା ବରଗଡ ଜିଲ୍ଲା ବନ ଖଣ୍ଡ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବନ୍ୟଜନ୍ତୁ ବେଆଇନ ବିକ୍ରି କାରବାରର ଚେର ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ୱିଥିବା ନେଇ ଜାଣିବାକୁ ପାଇଛି ବନ ବିଭାଗ । ଏହି ରାକେଟରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ବରଗଡ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.