ETV Bharat / state

ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ଆକ୍ରାନ୍ତ ସଂଖ୍ୟା - ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

ସୋମବାର ବରଗଡ ଜିଲ୍ଲାରେ 35 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଅଧିକ ପଢନ୍ତୁ...

ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

author img

By

Published : Aug 17, 2020, 9:27 PM IST

ବରଗଡ: ସୋମବାର ବରଗଡ ଜିଲ୍ଲାରେ 35 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ରାଜ୍ୟ ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଟ୍ବିଟରରେ ଉଲ୍ଲେଖ କରିଛନ୍ତି ।

ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା
ବରଗଡରେ 35 କୋରୋନା ସଂକ୍ରମିତ, 884 ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

ତେବେ ବରଗଡ ଜିଲ୍ଲାରେ ସୋମବାର ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ପଜିଟିଭ ସଂଖ୍ୟା 884ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 3 ରହିଛି । ସେହିପରି ବରଗଡ ଜିଲ୍ଲାରେ 548 ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ 333 ଜଣ କୋରୋନାରେ ସକ୍ରିୟ ରହିଛନ୍ତି ।

ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କୋରୋନାରେ ସଂକ୍ରମିତ ହୋଇଥିବା ନେଇ ଟ୍ଵିଟରରେ ଜଣାଇଛନ୍ତି । ଏହା ସହ ତାଙ୍କ ସହିତ ଯେଉଁମାନେ ସମ୍ପର୍କରେ ଆସିଛନ୍ତି ସେମାନଙ୍କୁ ମନ୍ତ୍ରୀ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତକାଲି ମନ୍ତ୍ରୀଙ୍କ ସ୍ୱାବ ପରୀକ୍ଷା ପରେ ସେ ପଜିଟିଭ ଥିବା ଜଣାପଡ଼ିଥିଲା । ସେ ଏବେ ଭୁବନେଶ୍ୱର ଠାରେ ହୋମ ଆଇସୋଲେସନରେ ରହିଥିବା ଜଣାପଡ଼ିଛି ।

ତାଙ୍କର ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ବରଗଡ଼ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରେସ ମିଟରେ ମନ୍ତ୍ରୀ ଯୋଗ ଦେଇଥିଲେ । ଗଙ୍ଗାଧର ମେଗା ଜଳସେଚନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ସଂପର୍କୀୟ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ କଲ୍ୟାଣୀ ଦାଶଙ୍କ ସମେତ ବରଗଡର ଛାପା, ଇଲେକଟ୍ରୋନିକ୍ସ ଏବଂ ୱେବ ମିଡ଼ିଆର ବହୁ ପ୍ରତିନିଧି ଉପସ୍ଥିତ ଥିଲେ । ତେବେ ବରଗଡର ସାମ୍ବାଦିକ ମାନଙ୍କୁ ସତର୍କତା ଅବଲମ୍ବନ କରିବାପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ନିବେଦନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.