ETV Bharat / state

ବରଗଡରେ 3 ନୂଆ ଆକ୍ରାନ୍ତ ଚିହ୍ନଟ, 11 ଛୁଇଁଲା ସଂଖ୍ୟା

ରାଜ୍ୟରେ ବଢିବାରେ ଲାଗିଛି କୋରୋନା ପ୍ରଭାବବ । ସୋମବାର ବରଗଡ ଜିଲ୍ଲାରେ ପୁଣି 3 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିବ ପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏ ବିଷୟରେ ଗଣମାଧ୍ୟମକୁ ଜଣାଇଛନ୍ତି ।

author img

By

Published : Jun 1, 2020, 7:42 PM IST

corona in bargarh, corona update, corona situation in odisha, corona situation in bargarh, bargarh latest news, ବରଗଡରେ କୋରୋନା, କୋରୋନା ଅପଡେଟ, ରାଜ୍ୟରେ କୋରୋନା ସ୍ଥିତି, ବରଗଡରେ କୋରୋନା ସ୍ଥିତି, ବରଗଡ ଲାଟେଷ୍ଟ ନ୍ୟୁଜ୍‌
ବରଗଡରେ 3 ନୂଆ ଆକ୍ରାନ୍ତ ଚିହ୍ନଟ, 11 ଛୁଇଁଲା ମୋଟ ସଂଖ୍ୟା

ବରଗଡ: ରାଜ୍ୟରେ ବଢିବାରେ ଲାଗିଛି କୋରୋନା ପ୍ରଭାବ । ସୋମବାର ବରଗଡ ଜିଲ୍ଲାରେ ପୁଣି 3 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିବ ପରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏ ବିଷୟରେ ଗଣମାଧ୍ୟମକୁ ଜଣାଇଛନ୍ତି । ସଂକ୍ରମିତ 3 ଜଣ ବିଜେପୁର ବ୍ଲକର ହୋଇଥିବା ବେଳେ ଜଣେ ପୁଟୁକି ଗ୍ରୀଞ୍ଜେଲ ଗ୍ରାମର 24 ବର୍ଷୀୟ ଯୁବକ । ସେହିପରି ଲାଉମୁଣ୍ଡା ହାଇସ୍କୁଲ କ୍ବାରେଣ୍ଟାଇନ ସେଣ୍ଟରର 2 ଜଣ ତାମିଲନାଡୁ ଫେରନ୍ତା 22 ଓ 19 ବର୍ଷର ଯୁବକ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି ଖବର ଜଣା ପଡିବା ପରେ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ ଲାଉମୁଣ୍ଡାର ଦୁଇ ଜଣ ପୁରୁଷ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ ପୁଟୁକୀ ଗ୍ରୀଞ୍ଜେଲର ପୁରୁଷ ଜଣକ ସେଠାରୁ ଘରକୁ ଫେରିଥିଲେ । ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟ ପୁଟୁକୀ ଗ୍ରୀଞ୍ଜେଲ ଏବଂ ଲାଉମୁଣ୍ଡା ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଘରକୁ ଘର ବୁଲି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛନ୍ତି ।

କୈଳାଶ ପୁର, ପୁଟୁକା, ଲାଉମୁଣ୍ଡା, ଟାଙ୍ଗୁରୁ ପଦର ଓ ଖଣ୍ଡା ଗ୍ରାମମାନଙ୍କୁ ବଫର ଜୋନ ଘୋଷଣା କରାଯାଇଥିବା ବେଳେ ରାନିମାଳ ପ୍ରାଥମିକ ବିଦ୍ୟାଳୟ ଏବଂ ଲାଉମୁଣ୍ଡା ହାଇସ୍କୁଲର କ୍ବାରେଣ୍ଟାଇନ ସେଣ୍ଟର କଣ୍ଟେନମେଣ୍ଟ ଜୋନରେ ରହିଛି । ଏହି ସମସ୍ତ ଅଞ୍ଚଳ ଗୁଡିକରେ ପ୍ରଶାସନର କଡା ନଜର ରହିଛି । ସମସ୍ତ ଆକ୍ରାନ୍ତଙ୍କୁ ବରଗଡ କୋଭିଡ କେୟାର ସେଣ୍ଟରକୁ ଚିକିତ୍ସା ପାଇଁ ପଠାଯାଇଛି ।

ସେପଟେ ସୋମବାରର ନୂଆ 3 ଜଣ ସଂକ୍ରମିତଙ୍କୁ ମିସାଇ ଏଯାବତ୍‌ ବରଗଡ ଜିଲ୍ଲାରେ ମୋଟ 11 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.