ETV Bharat / state

ଘରୋଇ ସ୍କୁଲ ହଷ୍ଟେଲରେ ସପ୍ତାହକ ମଧ୍ୟରେ 19 ଛାତ୍ରଛାତ୍ରୀ ସଂକ୍ରମିତ, ବଢିଲା ୩ୟ ଲହର ଭୟ - bargargh news

ବରଗଡ ଜିଲ୍ଲାର ଏକ ଘରୋଇ ସ୍କୁଲ ହଷ୍ଟେଲରୁ 19 ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୂଚନା ପରେ ବଢିଲା ଭୟ । ଅଧିକ ପଢନ୍ତୁ...

ଘରୋଇ ବିଦ୍ୟାଳୟର ହଷ୍ଟେଲରେ 19 ଶିଶୁ ସଂକ୍ରମିତ , ବଢିଲା ୩ୟ ଲହର ଭୟ

author img

By

Published : Sep 7, 2021, 9:41 PM IST

ବରଗଡ: ସାମ୍ଭାବ୍ୟ ୩ୟ ଲହର ଆଶଙ୍କାରେ ସମସ୍ତେ ଥିବାବେଳେ ବରଗଡ ଜିଲ୍ଲାରେ ଦେଖିବାକୁ ମିଳଛି ଶିଶୁ ସଂକ୍ରମଣ । ଜିଲ୍ଲାର ଏକ ଘରୋଇ ସ୍କୁଲରେ କ୍ରମାଗତ ଭାବେ ଚିହ୍ନଟ ହେଲେଣି 19 ଆକ୍ରାନ୍ତ । ଗତ 2 ତାରିଖରେ 3 ଜଣ, 3 ତାରିଖରେ 4 ଜଣ, 4 ତାରିଖରେ 7 ଜଣ ଓ ପୁଣି 5 ତାରିଖରେ 5 ଜଣଙ୍କୁ ମିଶାଇ ସମୁଦାୟ 19 ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇ ସାରିଲେଣି । ଏନେଇ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅରୁଣ କୁମାର ପାତ୍ର ସୂଚନା ଦେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ବଢିଛି ।

ଘରୋଇ ବିଦ୍ୟାଳୟର ହଷ୍ଟେଲରେ 19 ଶିଶୁ ସଂକ୍ରମିତ , ବଢିଲା ୩ୟ ଲହର ଭୟ

ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଗୃହ ସଙ୍ଗରୋଧରେ ରଖା ଯାଇଥିବାବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି । ସଂକ୍ରମିତ ଶିଶୁମାନେ ଅଧିକ ଅସୁସ୍ଥ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି । ବରଗଡ଼ ଜିଲ୍ଳାରେ ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଆଜି ପର୍ଯ୍ୟନ୍ତ ସମୁଦାୟ 3,0982 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଜିଲ୍ଲାରେ ମୋଟ 3 ଶହ34 ଜଣ କୋଭିଡ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । କୋଭିଡ଼ର ୨ୟ ଲହର ପରେ ୩ୟ ଲହର ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ଦେଖାଯିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏଥିରେ ଶିଶୁଙ୍କ ସଂକ୍ରମଣ ଆଶଙ୍କା ଅଧିକ ରହିଥିବା ମଧ୍ୟ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇ ସାରିଛନ୍ତି । ତେବେ ୯ମ ଏବଂ ୧୦ମ ଶ୍ରେଣୀ ସ୍କୁଲ ଖୋଲିବା ପରେ ବରଗଡ଼ର ଘରୋଇ ସ୍କୁଲର ଛାତ୍ରଛାତ୍ରୀ କୋଭିଡ଼ରେ କ୍ରମାଗତ ଭାବେ ସଂକ୍ରମିତ ହେବା ଜିଲ୍ଲାବାସୀଙ୍କ ମନରେ ୩ୟ ଲହର ଭୟ ସୃଷ୍ଟି କରିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.