ETV Bharat / state

ବୁଧବାର ବରଗଡ ଜିଲ୍ଲାରେ ୧୮୫ କୋରୋନା ପଜିଟିଭ - 185 new corona positives

ବୁଧବାର ବରଗଡ ଜିଲ୍ଲାରେ ସର୍ବାଧିକ ୧୮୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ବରଗଡ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨୯୬ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବୁଧବାର ବରଗଡ ଜିଲ୍ଲାରେ ୧୮୫ କୋରୋନା ପଜିଟିଭ
ବୁଧବାର ବରଗଡ ଜିଲ୍ଲାରେ ୧୮୫ କୋରୋନା ପଜିଟିଭ
author img

By

Published : Sep 3, 2020, 1:44 AM IST

ବରଗଡ: ବୁଧବାର ବରଗଡ ଜିଲ୍ଲାରେ ସର୍ବାଧିକ ୧୮୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ବରଗଡ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨୯୬ରେ ପହଞ୍ଚିଛି । କେବଳ ବରଗଡ ସହରରେ ବୁଧବାର ୧୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ବରଗଡ ଜିଲ୍ଲାରେ ୧୩୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୭୪ ଜଣ ସକ୍ରିୟ ରହିଛନ୍ତି ଏବଂ ୯ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବରଗଡ ଜିଲ୍ଲାରେ ପ୍ରତିଦିନ ଶତାଧିକ କୋରୋନା ସଂକ୍ରମିତ ଚିହ୍ନଟ କରାଯାଉଥିବା ବେଳେ କିନ୍ତୁ ପ୍ରଶାସନ ଢିଲା ପଡୁଥିବା ଦେଖାଯାଇଛି । ବରଗଡ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିଲା ବେଳକୁ ସମସ୍ତ ଦୋକାନ ବଜାରରୁ କଟକଣା ହଟାଇ ଦେଇଛି । ପୂର୍ବପରି ଦୋକାନ ବଜାର ଗୁଡିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଖୋଲା ଯିବାର ଅନୁମତି ବରଗଡ ଜିଲ୍ଲାପାଳ ପ୍ରଦାନ କରିଛନ୍ତି । ସେହିପରି ସୁଇମିଙ୍ଗ ପୁଲ, ମଲ, ସିନେମା ହଲ, ସ୍କୁଲ ଓ କଲେଜ ଆଦି ସବୁ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.