ETV Bharat / state

ବରଗଡରେ ବଢୁଛି କୋରୋନା ସଂକ୍ରମଣ, ଆଉ ୧୮ ପଜିଟିଭ ଚିହ୍ନଟ

ବରଗଡ ଜିଲ୍ଲାରେ ରବିବାର ଆଉ ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣ କେବଳ ବରଗଡ ବ୍ଲକ ଅନ୍ତର୍ଗତ କଟାପାଳି ଗାଁର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

author img

By

Published : Jun 28, 2020, 8:59 PM IST

ବରଗଡରେ ବଢୁଛି କୋରୋନା ସଂକ୍ରମଣ, ଆଉ ୧୮ ପଜିଟିଭ ଚିହ୍ନଟ
ବରଗଡରେ ବଢୁଛି କୋରୋନା ସଂକ୍ରମଣ, ଆଉ ୧୮ ପଜିଟିଭ ଚିହ୍ନଟ

ବରଗଡ଼: ରାଜ୍ୟରେ ଥମୁନାହିଁ ମହାମାରୀ କୋରୋନା ସଂକ୍ରମଣ । ବରଗଡ ଜିଲ୍ଲାରେ ରବିବାର ଆଉ ୧୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେସୁଦ୍ଧା ଜିଲ୍ଲାରେ ପଜିଟିଭ ସଂଖ୍ୟା ୮୭ରେ ପହଞ୍ଚିଛି ।

ନୂଆ ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ପଦ୍ମପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ଆମ୍ବାଭୋନା ବ୍ଲକର ଏବଂ ବାକି ୧୫ ଜଣ ବରଗଡ ବ୍ଲକ ଅନ୍ତର୍ଗତ କଟାପାଳି ଗାଁର ବୋଲି ଜଣାପଡିଛି । କଟାପାଳିରେ ଦିନକୁ ଦିନ ବଢିଚାଲୁଥିବା କୋରୋନା ସଂକ୍ରମଣ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି | ତେବେ ଏନେଇ ଜନସାଧାରଣଙ୍କୁ ଭୟଭୀତ ନହୋଇ ସଚେତନତା ଅବଲମ୍ବନ କରିବାକୁ କହିଛନ୍ତି ବରଗଡ ଜିଲ୍ଲାପାଳ ।

ବରଗଡ ବ୍ଲକ କଟାପାଳି ଗାଁରେ କୋରୋନା ସଂକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୩୧ ଜଣ ସଂକ୍ରମିତ ହୋଇସାରିଛନ୍ତି । ତେବେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବାର ଆଶଙ୍କ କରାଯାଇ କଟାପଳି ଗାଁକୁ ସଟଡ଼ାଉନ ଘୋଷଣା କରାଯାଇଛି । ଅଯଥାରେ ଘରୁ ପଦାକୁ ନବାହାରି ସଚେତନ ରହିବା ସହ କୌଣସି ଗୁଜବକୁ ବିଶ୍ବାସ ନକରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.