ETV Bharat / state

ଆକ୍ସନ ମୋଡରେ ବରଗଡ଼ ପୋଲିସ, ପଶ୍ଚିମବଙ୍ଗର 13 ଠକ ଗିରଫ - 13 ଟକଙ୍କୁ ଗିରଫ କଲା ବରଗଡ଼ ଟାଉନ ପୋଲିସ

ପୋଲିସ କବ୍ଜାରେ ଅନ୍ତଃରାଜ୍ୟ ଠକ । ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡଧରଣର ସଫଳତା । 13 ଜଣ ପଶ୍ଚିମବଙ୍ଗ ଠକଙ୍କୁ ଗିରଫ କଲା ପୋଲିସ। ଅଧିକ ପଢ଼ନ୍ତୁ

13 ପଶ୍ଚିମବଙ୍ଗ ଠକ ଗିରଫ
13 ପଶ୍ଚିମବଙ୍ଗ ଠକ ଗିରଫ
author img

By ETV Bharat Odisha Team

Published : Sep 24, 2023, 10:13 PM IST

13 ପଶ୍ଚିମବଙ୍ଗ ଠକ ଗିରଫ

ବରଗଡ଼: ପୋଲିସ କବ୍ଜାରେ ଅନ୍ତଃରାଜ୍ୟ ଠକ । ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡଧରଣର ସଫଳତା । ବଡ଼ ବଡ଼ କମ୍ପାନୀର କର୍ମଚାରୀ କହି ଲୋକଙ୍କ ଠାରୁ କୌଶଳ କ୍ରମେ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଏକ ରାକେଟକୁ କାବୁ କରିଛି ବରଗଡ଼ ଟାଉନ ପୋଲିସ । ଏହି ଠକାମୀ ରାକେଟର 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହି ସେମାନଙ୍କ ଠାରୁ 23ଟି ମୋବାଇଲ ଫୋନ, ନଗଦ 1ଲକ୍ଷ 95 ହଜାର 640 ଟଙ୍କା, ୱେଷ୍ଟ ବେଙ୍ଗଲ ନମ୍ବର ରହିଥିବା ଏକ କାର, 4ଟି ଲାପଟପ୍‌, ଦୁଇଟି ବ୍ଳାଙ୍କ ଚେକ ଓ ଅନେକ ନକଲି ପରିଚୟ ପତ୍ର ସହିତ ଠକାମିରେ ବ୍ୟବହୃତ ଅନେକ କାଗଜପତ୍ର ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ବରଗଡ଼ 17 ନମ୍ବର ୱାର୍ଡ ସ୍ଥିତ ଅମ୍ବାପାଳି ବାସିନ୍ଦା ଅଜୟ ରେଖାନି ନାମକ ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ତାଙ୍କ ତିନି ମହଲା ଘର ମହିନ୍ଦ୍ରା କମ୍ପାନୀରେ ଭଡା ଲଗାଇବା ପାଇଁ କହିଥିଲେ। ଏହାସହ ତାଙ୍କୁ ଲୋଭ ଦେଖାଇ ତାଙ୍କ ଠାରୁ ଦୁଇ ଲକ୍ଷ ଟଙ୍କାର ଠକେଇ କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ କରିଥିଲେ । ତେବେ ପୂର୍ବରୁ ରାଉରକେଲା ଓ ସୁନ୍ଦରଗଡରେ ମଧ୍ୟ କିଛି ଲୋକ ଏପରି ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ ଠକ ଗ୍ୟାଙ୍ଗ ବରଗଡ଼ରେ ରହିଥିବା ଜାଣିବାକୁ ପାଇଥିଲା ବରଗଡ଼ ଟାଉନ ପୋଲିସ । ତେବେ ପୋଲିସ ଆକ୍ଟିଭ ମୋଡକୁ ଆସିବା ସହ ସଙ୍ଗେ ସଙ୍ଗେ ଏହାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ବରଗଡ଼ର ଏକ ହୋଟେଲରୁ ଗିରଫ କରିଥିଲା । ବରଗଡ଼ ଭିଡ଼ି ପ୍ୟାଲେସ ଠାରେ ଗତ 3 ଦିନ ଧରି ରହୁଥିବା ଏହି 13 ଜଣ ଅଭିଯୁକ୍ତଙ୍କୁ ବରଗଡ଼ ଟାଉନ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଏହା ମଧ୍ୟ ପଢ଼ନ୍ତୁ ...ଅନଲାଇନରେ ହୋଟେଲ ବୁକିଂ କରୁଥିଲେ ସାବଧାନ, ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି ସାଇବର ଲୁଟେରା

ତେବେ ପୋଲିସ ହାତରେ ଧରାପଡିଥିବା ଏହି ଠକ ରାକେଟର 13 ଜଣ ଅଭିଯୁକ୍ତ ପଶ୍ଚିମବଙ୍ଗର ବୋଲି ପୋଲିସ ସୂଚନା ଦେଇଛି । ଏହି ଠକ ରାକେଟ ପୂର୍ବରୁ ଓଡିଶା ତଥା ଓଡିଶା ବାହାର ରାଜ୍ୟରେ ଅନେକ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ସ୍ଵୀକାର କରିଛନ୍ତି । ସେପଟେ ବରଗଡ଼ରେ ଠକେଇ କରିବା ପୂର୍ବରୁ ଏହି ରାକେଟ ରାଉରକେଲା ଓ ସୁନ୍ଦରଗଡରେ ମଧ୍ୟ ଠକାମି କରି ଫେରାର ହୋଇଯାଇଥିଲେ । ମାତ୍ର ବରଗଡ଼ ପୋଲିସର ତତ୍ପରତା କାରଣରୁ ଏହି ଠକ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛନ୍ତି । ତେବେ ବରଗଡ଼ ପୋଲିସ ବିଭାଗ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଆଜି ପୋଲିସ ଏହି ଘଟଣାର ଖୁଲସା କରିଛି । ଏହାସହ ବରଗଡ଼ ଟାଉନ ଥାନାରେ ଏନେଇ ଦଫା 419, 420 , 467 , 468 , 471,482 , 477, 120, ରେ କେସ ନମ୍ବର 571 ରେ ମାମଲା ରୁଜୁ ହୋଇଛି।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.