ETV Bharat / state

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ପ୍ରଶଂସାରେ ବିଜେପି ଯୁବ ମୋର୍ଚ୍ଚା - ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା

ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ । ଯେଉଁଥିରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Yuva Morcha praised the works of Union Minister pratap sadangi
କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ଯୁବମୋର୍ଚ୍ଚାଙ୍କ ପ୍ରଶଂସା
author img

By

Published : Dec 6, 2020, 7:04 AM IST

ବାଲେଶ୍ଵର: ଏକ ଘରୋଇ ହୋଟେଲରେ ବାଲେଶ୍ବର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ । ଯେଉଁଥିରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ନିକଟରେ ସେରଗଡ଼ରୁ ନୀଳଗିରି ଝରଣାଘାଟି ଯାଏ ଚାରିଥାକିଆ ରାସ୍ତା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ 125 କୋଟି ଟଙ୍କା ଅନୁମୋଦନ କରାଯାଇଥିବା ଯୋଗୁଁ ପରିବହନରେ ଉନ୍ନତି ହେବ ବୋଲି କୁହାଯାଇଥିଲା ।

କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ଯୁବମୋର୍ଚ୍ଚାଙ୍କ ପ୍ରଶଂସା

ସେହିପରି ବାଲେଶ୍ବରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ଏକ କୋଟି ଟଙ୍କା ମଞ୍ଜୁର, ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଂ ସେଣ୍ଟରର ଏକ୍ସଟେନ୍ସନ୍ ସେଣ୍ଟର ପାଇଁ ୨୦ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଏପରିକି ବିଭିନ୍ନ ହସ୍ପିଟାଲରେ ୮ ଟି ୱାଟର ଏଟିଏମ ସ୍ଥାପନ, ହସ୍ପିଟାଲ ଗୁଡ଼ିକୁ ୬୮ ଲକ୍ଷ ଟଙ୍କା ମୂଲ୍ୟର ଆମ୍ବୁଲାନ୍ସ ଓ ୧୦ ଟି ଅତ୍ୟାଧୁନିକ ମେଡିକାଲ ଭ୍ୟାନ ଯୋଗାଣ ଏବଂ ଜଳେଶ୍ବରରେ ଅତ୍ୟାଧୁନିକ ମାଛ ସଂରକ୍ଷଣ ବ୍ୟବସ୍ଥା ଆଦି ଅନେକ ଜନ କଲ୍ୟାଣକାରୀ କାର୍ଯ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କରିପାରିଛନ୍ତି ବୋଲି ଯୁବମୋର୍ଚ୍ଚା କର୍ମକର୍ତ୍ତାମାନେ ତାଙ୍କର ପ୍ରଶଂସା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.