ETV Bharat / state

ପ୍ରତିଶୃତି ଦେଇ ଭୁଲିଗଲେ ବିଧାୟକ, ୩ ବର୍ଷ ବିକାଶର ହିସାବ ମାଗିଲେ ଯୁବନେତା

author img

By ETV Bharat Odisha Team

Published : Nov 18, 2023, 9:56 PM IST

ବାଲେଶ୍ବର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ଯୁବନେତା ବିକ୍ରମ ପଣ୍ଡାଙ୍କ ଟାର୍ଗେଟ । ବିଧାୟକ ପ୍ରତିଶୃତି ଦେଇ ଭୁଲିଗଲେ ବୋଲି ଆଣିଲେ ଅଭିଯୋଗ । ଅଧିକ ପଢ଼ନ୍ତୁ

୩ ବର୍ଷ ବିକାଶର ହିସାବ ମାଗିଲେ ଯୁବନେତା
୩ ବର୍ଷ ବିକାଶର ହିସାବ ମାଗିଲେ ଯୁବନେତା
୩ ବର୍ଷ ବିକାଶର ହିସାବ ମାଗିଲେ ଯୁବନେତା

ବାଲେଶ୍ଵର: ଦେଇଥିବା ପ୍ରତିଶୃତି ରଖିନାହାନ୍ତି ବିଧାୟକ । ବିକାଶ ଠାରୁ ବହୁତ ଦୂରରେ ରହିଛି ବାଲେଶ୍ବର । ବାଲେଶ୍ବର ସହରବାସୀଙ୍କ ହକ କଣ ତାହା ସଦର ବିଧାୟକ ଭୁଲିଯାଇଛନ୍ତି । ତେବେ ଏମିତି କିଛି ଅଭିଯୋଗ ଆଣିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବାଲେଶ୍ବର ସଦର ବିଧାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଯୁବନେତା ବିକ୍ରମ ପଣ୍ଡା ।

ବିକ୍ରମଙ୍କ ଅଭିଯୋଗ ଅନୁସାରେ, ଗତ ୩ବର୍ଷ ତଳେ ବାଲେଶ୍ବର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଧାୟକ ଭାବେ ସ୍ୱରୂପ କୁମାର ଦାସ ନିର୍ବାଚିତ ହୋଇଥିଲେ । ନିର୍ବାଚନ ପ୍ରଚାର ବେଳେ ଆଜିର ବିଧାୟକ ବାଲେଶ୍ଵର ସହରବାସୀଙ୍କୁ ପ୍ରତିଶ୍ରୁତିର ପାହାଡ଼ ଠିଆ କରିଦେଇଥିଲେ । ସେ ନିର୍ବାଚିତ ହେଲେ ବାଲେଶ୍ଵର ସହରକୁ ୧୫୦କୋଟି ଟଙ୍କାର ଅନୁଦାନ ଆଣିବା ଠାରୁ ଆରମ୍ଭ କରି ସହରରେ ଏକ ଅତ୍ୟାଧୁନିକ ପାର୍କ, ଉନ୍ନତ ଧରଣର ରାସ୍ତାଘାଟ, ବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା, ୨୪ ଘଣ୍ଟିଆ ସ୍ଵଚ୍ଛ ପିଇବା ପାଣି, ଗରିବଙ୍କୁ ଘର ଏଭଳି ବହୁ ପ୍ରତିଶୃତି ଦେଇଥିଲେ । ମାତ୍ର ଆଜିକୁ ଠିକ୍‌ ୩ ବର୍ଷ ବିତିଗଲା ପରେ ମଧ୍ୟ ସବୁ ପ୍ରତିଶୃତି ପାଣିର ଗାର ସଦୃଶ ମନେ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ.......ବାଲେଶ୍ବର ଓ ବଲାଙ୍ଗୀରରେ ଆମ ଓଡିଶା ନବୀନ ଓଡିଶା ଶୁଭାରମ୍ଭ; ବିକଶିତ ଗାଁ ହେବ ଓଡିଶା ରୂପାନ୍ତରର ପ୍ରକୃତ ଚିତ୍ର

ଏବେ ପର୍ଯ୍ୟନ୍ତ ବାଲେଶ୍ଵର ସହରକୁ ୧୫୦ କୋଟି ନା ୧.୫ କୋଟି ଆସିଲା ଆଜି ଯାଏଁ ତାର ହିସାବ ନାହିଁ । ସ୍ୱଚ୍ଛ ପିଇବା ପାଣି ନାହିଁ କି ଉନ୍ନତ ଧରଣର ରାସ୍ତା ମଧ୍ୟ ନାହିଁ । ସେହିପରି ସହରବାସୀ ଉନ୍ନତମାନର ପାର୍କ ପାଇଲେ ନାହିଁ କି ଗରିବ ଘର ଖଣ୍ଡେ ପାଇଲା ନାହିଁ । କେବଳ ଏତିକି ନୁହେଁ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଥିବା ବେଳେ ବିଧାୟକଙ୍କ ସମେତ ପୌରାଧ୍ୟକ୍ଷ କେବଳ ଭାଷଣ ବାଜିରେ ବ୍ୟସ୍ତ ବୋଲି ବିକ୍ରମ କହିଛନ୍ତି । ଏଭଳି ବହୁ ସମସ୍ୟା ବାଲେଶ୍ଵର ସହରକୁ ଆକ୍ରାନ୍ତ କରି ରଖିଛି ଯାହାର ସମାଧାନ କରିବାରେ ବିଧାୟକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସହରର ସମସ୍ୟାକୁ ନେଇ ନିଦା ବିଷ୍ଣୁ ସାଜିବା ଘୋର ଦୁଃଖ ଓ ପରିତାପର ବିଷୟ । ଏମିତି କି ପୌରପାଳିକାକୁ ମଧ୍ୟ ବିଧାୟକ ସ୍ଥାଣୁ କରିଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।ଏସବୁ ସମସ୍ୟାର ତୁରନ୍ତ ସମାଧାନ କିମ୍ବା ଆଲୋଚନା କରା ନଗଲେ ଆଗାମୀ 29 ତାରିଖରେ ଜନ ଅଧିକାର ସମାବେଶ କରି ସରକାରଙ୍କ ପ୍ରତିନିଧିମାନଙ୍କୁ ନିଦରୁ ଉଠା ଯିବ ବୋଲି ଚେତାବନୀ ଦେଇଛନ୍ତି ବିକ୍ରମ ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.