ବାଲେଶ୍ବର: ଜିଲ୍ଲାର ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଜଣେ ଯୁବକ ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଇବା ଅଭିଯୋଗରେ ପୋଲିସ ଯୁବକଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି ।
ସୂଚନା ଅନୁସାରେ, ସାର୍ଥା ଗ୍ରାମର ସୁନିଲ ଗୌଡ ନାମକ ଜଣେ ଯୁବକ ଗାଁ ଭିତରେ ପଶି ବନ୍ଧୁକ ଦେଖାଇ ଲୋକଙ୍କୁ ଡରାଇଥିଲେ। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବାପରେ ସାର୍ଥା ଫାଣ୍ଡି ପୋଲିସ ଗାଁରେ ପହଞ୍ଚି ଯୁବକଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ବନ୍ଧୁକ ଜବତ କରିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ