ETV Bharat / state

ଅନ୍ଧବିଶ୍ୱାସର କରୁଣ ପରିଣତି, ଜିଭ କାଟିବା ପରେ ଯୁବକଙ୍କୁ ପିଟିପିଟି ହତ୍ୟା !

author img

By

Published : Jan 17, 2023, 12:58 PM IST

ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କ ଜିଭ କାଟିବା ପରେ ପିଟିପିଟି ଜୀବନ ନେଇଗଲେ ଗ୍ରାମବାସୀ । ଅଧିକ ପଢନ୍ତୁ

young man was beaten to death
ଜିଭ କାଟିବା ପରେ ଯୁବକଙ୍କୁ ପିଟିପିଟି ହତ୍ୟାt

ବାଲେଶ୍ୱର: ଆଧୁନିକ ଯୁଗରେ ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ମଣିଷ । ଗୁଣିଗାରେଡିକୁ ନେଇ ଘଟାଇ ଚାଲିଛି ଗୋଟିଏ ପରେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ । ଏବେ ପୁଣି ସେହିପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ମଧ୍ୟ ଚମକି ପଡିବେ । ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକଙ୍କ ଜିଭ କାଟିବା ସହ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବାଙ୍କୀଶୁଳ ଗ୍ରାମରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଶ୍ୟାମ ସିଂ । ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ଲୋକେ କେତେ ଯେ ନିଷ୍ଠୁର ହୋଇ ପଡନ୍ତି ତାହା ଏହି ଘଟଣା ହିଁ ବୟାନ କରୁଛି ।

ଜିଭ କାଟିବା ପରେ ଯୁବକଙ୍କୁ ପିଟିପିଟି ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ବାଙ୍କୀଶୁଳ ଗ୍ରାମର ଶ୍ୟାମ ସିଂଙ୍କ ସହ ଗାଁର କିଛି ଲୋକଙ୍କ ମଧ୍ୟରେ କୌଣସି କଥାକୁ ନେଇ ସାମାନ୍ୟ ବଚସା ହୋଇଥିଲା । ଏହାପରେ ଶ୍ୟାମ ଗାଁ ଲୋକଙ୍କୁ ଗୁଣି କରିଥିବା ସନ୍ଦେହରେ ତାଙ୍କୁ ଆକ୍ରମଣ କରିଥିଲେ ଗ୍ରାମବାସୀ । ପ୍ରଥମେ ଶ୍ୟାମର ଜିଭ କାଟିବା ପରେ ଗାଁ ଲୋକେ ଶ୍ୟାମକୁ ପିଟିପିଟି ହତ୍ୟା କରିଥିବା କଥା କୁହାଯାଉଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି । ତେବେ ଗୁଣି ଗାରେଡି ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କୌଣସି କଥାକୁ ନେଇ ଏପରି କାଣ୍ଡ ଘଟାଇଛନ୍ତି ଗ୍ରାମବାସୀ ସେନେଇ ତଦନ୍ତ ଜାରି ରଖିଛି ପୋଲିସ । ତେବେ ପୂର୍ବରୁ ଅନ୍ଧବିଶ୍ବାସକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । ଗତ ଡିସେମ୍ବର ମାସରେ ସୁନ୍ଦରଗଡ ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କ ମୁହଁରେ ଗ୍ରାମବାସୀ ବିଷ୍ଠା ବୋଳିଥିବା ଖବର ସାମ୍ନାକୁ ଆସିଥିଲା। ମହିଳାଙ୍କୁ ନିସ୍ତୁକ ମାଡ଼ ମାରି ଗରମ ପାଣିରେ ହାତ ବୁଡ଼ାଇ ଦେଇଥିଲେ ଗ୍ରାମବାସୀ । ମାଲକାନିଗିରି ଜିଲ୍ଲା ମେଟାଗୁଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ମହିଳା ଜଣକ ଗୁରୁତର ଆହତ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଏହି ଘଟଣାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ସେହିପରି ଗୁଣି ଗାରେଡିକୁ ନେଇ କେନ୍ଦୁଝର ଜିଲ୍ଲାରେ ସ୍ବାମୀ ସ୍ତ୍ରୀଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। କିଛି ଦୁବୃର୍ତ୍ତ ବିଳମ୍ବିତ ରାତିରେ ରାସୋଳ ଝୁମୁକିପାଟିଆ ସାହିରେ ବାହାଡା ମୁର୍ମୁ ଓ ଧାନୀ ମୁର୍ମୁଙ୍କ ଘରେ ପଶି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.