ETV Bharat / state

ଅଗ୍ନିବୀର ନିୟମ ପାଇଁ ଜୀବନ ହାରିଲେ ଯୁବକ !

author img

By

Published : Jun 17, 2022, 8:12 PM IST

ଭାରତୀୟ ସେନାରେ ଯୋଗ ଦେବାପାଇଁ ସମସ୍ତ ପ୍ରସ୍ତୁତି ଶେଷ ପରେ ପୁନର୍ବାର ସରକାର ନିୟମ ବଦଳାଇବାରୁ ଆତ୍ମହତ୍ୟା କଲେ ଯୁବକ ! ଅଧିକ ପଢନ୍ତୁ

ଅଗ୍ନିବୀର ନିୟମ ପାଇଁ ଆତ୍ମହତ୍ୟା କଲେ ସେନା ନିଯୁକ୍ତି ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀ !

ବାଲେଶ୍ବର: ଭାରତୀୟ ସେନାରେ ଯୋଗ ଦେବାପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଜଣେ ଯୁବକ ଚାକିରିରୁ ବଞ୍ଚିତ ହେବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନୂଆ ନିୟମ ପାଇଁ ଯୁବକ ଜଣଙ୍କ ଚାକିରିରୁ ବଞ୍ଚିତ ହେବା ଯୋଗୁଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ଦୟାନିଧିପୁର ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ମିଳିଥିବା ସୂଚନା ଅନୁସାରେ, ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ସାନ ପୁଅ ଧନଞ୍ଜୟ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଧନଞ୍ଜୟ ଭାରତୀୟ ସେନାରେ ଭର୍ତ୍ତି ହେବାପାଇଁ ଗତବର୍ଷ ମାର୍ଚ୍ଚ ମାସରେ ଫିଜିକାଲ ପରୀକ୍ଷା ଦେଇଥିଲେ । ଏଥିରେ ପାସ କରିବା ପରେ ସେହି ବର୍ଷ ଅଗଷ୍ଟ ମାସ 29 ତାରିଖରେ ମେଡିକାଲ ଟେଷ୍ଟରେ ମଧ୍ୟ ପାସ କରିଥିଲେ । କେବଳ ଲିଖିତ ପରୀକ୍ଷା ବାକି ରହିଥିଲା, ହେଲେ ଏହି ଲିଖିତ ଟେଷ୍ଟ ପାଇଁ ବାରମ୍ବାର ନିର୍ଦ୍ଧାରିତ ତାରିଖ ବଦଳିବା ଯୋଗୁଁ ଧନଞ୍ଜୟ ରିଟିନ ଟେଷ୍ଟ ଦେଇ ପାରିନଥିଲେ ।

ଗତ ଦୁଇଦିନ ପୂର୍ବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେନା ନିଯୁକ୍ତି ପାଇଁ ଅଗ୍ନିବୀର ନାମରେ ନୂତନ ନିୟମ ଲାଗୁ ପରେ ନିରାଶ ହୋଇ ଯାଇଥିଲେ ଧନଞ୍ଜୟ । ନିଜର ମାନସିକ ଭାରସାମ୍ୟ ହରାଇ ଶେଷରେ ଧନଞ୍ଜୟ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର ସ୍ପଷ୍ଟ କାରଣ ଜଣାପଡି ନ ଥିବାବେଳେ ନିଯୁକ୍ତି ନ ମିଳିବା ଘଟଣାକୁ ଅନୁମାନ କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.