ETV Bharat / state

ମଦ ବେପାରୀ ବିରୋଧରେ ଥାନାରେ ପହଞ୍ଚିଲେ ମହିଳା - ମଦ ବେପାରୀ ବିରୋଧରେ ଗର୍ଜିଲେ ମହିଳା

ବାଲେଶ୍ଵର ଜିଲ୍ଲା ଔପଦା ଥାନା ଆଗରେ ମହିଳାମାନେ ମଦ ବେପାରୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

against the liquor dealer
ମଦ ବେପାରୀ ବିରୋଧରେ ଗର୍ଜିଲେ ମହିଳା
author img

By

Published : Jun 15, 2020, 4:37 PM IST

Updated : Jun 15, 2020, 7:25 PM IST

ବାଲେଶ୍ବର: ମଦ ବେପାରୀ ବିରୋଧରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଆଗରେ ମହିଳାମାନେ ମଦ ବେପାରୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଆଗୁଆନସାହି ଗ୍ରାମରେ ଚୋରା ମଦ କାରବାର ବଢି ଚାଲିଥିବା ବେଳେ ଏନେଇ ମହିଳାଗୋଷ୍ଠୀ ବିରୋଧ କରିଥିଲେ ।

ମଦ ବେପାରୀ ବିରୋଧରେ ଗର୍ଜିଲେ ମହିଳା

ପରେ ଗ୍ରାମବାସୀ ଓ ଉକ୍ତ ମଦ ବେପାରି ମଧ୍ୟରେ ମଦ ନବିକିବାକୁ ନେଇ ଆପୋଷ ବୁଝାମଣା ହୋଇଥିଲା । ମାତ୍ର ଉକ୍ତ ମଦ ବେପାରୀ ଜଣଙ୍କ ମହିଳାଙ୍କ ସ୍ବାମୀଙ୍କ ନାଁରେ ମିଛ ଅଭିଯୋଗ କରି ଥାନାରେ ମାମଲା ରୁଜୁ କରିଥିବା ଅଭିଯୋଗରେ ମହିଳାମାନେ ଉତକ୍ଷିପ୍ତ ହୋଇ ଥାନାରେ ପହଞ୍ଚିଥିଲେ ।

ତେବେ ଉକ୍ତ ଅଞ୍ଚଳ ଆଦିବାସୀବହୁଳ ଅଞ୍ଚଳ ହୋଇଥିବାରୁ ଚୋରା ମଦ କାରବାର ଯୋଗୁଁ ସାମାଜିକ ପରିସ୍ଥିତି ବିଗିଡିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମଦ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 15, 2020, 7:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.