ETV Bharat / state

ମେଡିକାଲ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା, ଭିଡିଓ ଭାଇରାଲ

author img

By

Published : Sep 24, 2020, 8:21 PM IST

କୁଲହାଚଡ଼ ଗ୍ରାମର ଜଣେ ଯୁବକଙ୍କୁ ସାପ କାମୁଡ଼ିବା ପରେ, ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ତେବେ ଡାକ୍ତର ରୋଗୀଙ୍କୁ ଝଡାଫୁଙ୍କା କରିବା ସହ ଅରଖ ଗଛର କ୍ଷୀର ଲଗାଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ।

witchcraft treatment to snakebite patients at Baleswar, video goes viral
ମେଡିକାଲ ଭିତରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା, ଭିଡିଓ ଭାଇରାଲ

ବାଲେଶ୍ବର: ଏକ ବିଂଶ ଶତାବ୍ଦୀରେ ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ । ଜଣେ ସାପ କାମୁଡା ରୋଗୀଙ୍କୁ ମେଡିକାଲ ଭିତରେ କରାଯାଇଛି ଝଡାଫୁଙ୍କା। ବିଶ୍ବାସ ନହେଲେ ମଧ୍ୟ ସତ । ଝଡାଫୁଙ୍କା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୁଲହାଚଡ଼ ଗ୍ରାମର ଜଣେ ଯୁବକଙ୍କୁ କିଛିଦିନ ପୂର୍ବରୁ ସାପ କାମୁଡ଼ି ଥିଲା । ପରିବାର ଲୋକ ତୁରନ୍ତ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ରୋଗୀଙ୍କୁ ଝଡାଫୁଙ୍କା କରିବା ସହ ଅରଖ ଗଛର କ୍ଷୀର ଲଗାଇ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ। ପରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା ।

ତେବେ ଆଜିର ଏହି ସ୍ମାର୍ଟ ଓ ଡିଜିଟାଲ ଯୁଗରେ ମେଡିକାଲ ଭିତରେ ଚିକିତ୍ସା ପରିବର୍ତ୍ତେ ଏମିତି ଝଡାଫୁଙ୍କା ପଦ୍ଧତିକୁ ସାଧାରଣରେ ନିନ୍ଦା କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.