ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଦେଶୀମଦ ଭାଟି ଉପରେ ଚଢ଼ାଉ କରିଛନ୍ତି ବିଡ଼ିଓ । ବିପୁଳ ଦେଶୀମଦ ଜବତ ହୋଇଥିବା ବେଳେ ମଦ ବେପାରିମାନେ ଚମ୍ପଟ ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, କୋରୋନା ପାଇଁ ଲକଡାଉନ ଥିବା ବେଳେ ଖଇରା ବ୍ଲକ କଇଥଗଢିଆ ପଞ୍ଚାୟତ ପାତ୍ରଖୁଣ୍ଟାରେ ଥିବା ଦୁଇଟି ବେଆଇନ ଦେଶୀମଦ ଭାଟିରେ ଲୋକଙ୍କ ଭିଡ଼ ଜମୁଥିଲା ।
ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ବିଡ଼ିଓଙ୍କୁ ଜଣାଇବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏକ ସ୍ପେଶାଲ ଟିମ ସହ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । ଚଢ଼ାଉରେ 28 ଲିଟର ଦେଶୀମଦ ଜବତ ହୋଇଥିବା ବେଳେ ବେପାରିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ