ETV Bharat / state

ବାଲେଶ୍ବରରେ ଶୁଭେନ୍ଦୁ ଅଧିକାରୀ, ସରକାରଙ୍କୁ ପ୍ରଶଂସା ଓ ମମତାଙ୍କୁ କଲେ ଟାର୍ଗେଟ

author img

By

Published : Jun 4, 2023, 8:13 PM IST

ବାଲେଶ୍ବରରେ ଆହତଙ୍କୁ ଭେଟିଲେ ଶୁଭେନ୍ଦୁ ଅଧିକାରୀ । ଉଦ୍ଧାର ଓ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା । ମମତାଙ୍କୁ ଘେରିଲେ । କହିଲେ ରାଜନୀତି କରିବା ପାଇଁ ଦୁର୍ଘଟଣାସ୍ଥଳକୁ ଆସିଥିଲେ ମମତା । ଅଧିକ ପଢନ୍ତୁ

ବାଲେଶ୍ବରରେ ଶୁଭେନ୍ଦୁ ଅଧିକାରୀ, ସରକାରଙ୍କୁ ପ୍ରଶଂସା ଓ ମମତାଙ୍କୁ କଲେ ସମାଲୋଚନା
ବାଲେଶ୍ବରରେ ଶୁଭେନ୍ଦୁ ଅଧିକାରୀ, ସରକାରଙ୍କୁ ପ୍ରଶଂସା ଓ ମମତାଙ୍କୁ କଲେ ସମାଲୋଚନା
ବାଲେଶ୍ବରରେ ଶୁଭେନ୍ଦୁ ଅଧିକାରୀ, ସରକାରଙ୍କୁ ପ୍ରଶଂସା ଓ ମମତାଙ୍କୁ କଲେ ଟାର୍ଗେଟ

ବାଲେଶ୍ବର: ଶୁକ୍ରବାର ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ରାଜ୍ୟ ତଥା ବାହାର ରାଜ୍ୟର ଅନେକ ନେତା,ମନ୍ତ୍ରୀ ବାଲେଶ୍ଵର ଅଭିମୁଖେ ଆସିବାରେ ଲାଗିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମେଡିକାଲରେ ଥିବା ଆହତମାନଙ୍କୁ ଭେଟୁଛନ୍ତି ନେତା ଓ ମନ୍ତ୍ରୀ । ସେମିତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆଜି (ରବିବାର) ବାଲେଶ୍ଵର ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଶୁଭେନ୍ଦୁ, ପ୍ରଥମେ ବାଲେଶ୍ଵରବାସୀ ତଥା ବାହନାଗା ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଯେଉଁ ପ୍ରକାର ସେବା ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ସେଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହାସହ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଅଧିକାରୀ । ଏମିତି ଏକ ବିପଦ ବେଳେ କୌଣସି ଦଳ ରାଜନୀତି ଉଚିତ ନୁହେଁ ବୋଲି କହିଥିଲେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ପ୍ରକାର କହିଲେ ଯେ ଡିଭାଇସ (କବଚ) ନଥିବା କାରଣରୁ ଦୁର୍ଘଟଣା ହୋଇଛି ଏବଂ ଏହି ଦୁର୍ଘଟଣା ମନୁଷ୍ୟକୃତ, ମାତ୍ର ଏହା ନିଶ୍ଚିତ ଭାବେ ଏକ ପ୍ରକାର ହାସ୍ୟାସ୍ପଦ କଥା ବୋଲି ଶୁଭେନ୍ଦୁ କହିଛନ୍ତି ।

ଏମିତି କି ଦୁର୍ଘଟଣାର ଦୁଇଦିନ ନଯାଉଣୁ ମମତା ଏମିତି ରେଳମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ଏକ ପ୍ରକାର ହୀନ ରାଜନୀତି ବୋଲି କହିଥିଲେ । ଏହି ଦୁର୍ଘଟଣାର ଉପଯୁକ୍ତ ତଦନ୍ତ ହେବା ପୂର୍ବରୁ ଆକ୍ଷେପ କିମ୍ବା ଏଭଳି ଏକ ଦୁଃଖଦ ଘଟଣାକୁ ନେଇ କୌଣସି ରାଜନୈତିକ ଉଦ୍ଦେଶ୍ୟରେ କିଛି ମନ୍ତବ୍ୟ ଦେବା ଗ୍ରହଣୀୟ ନୁହେଁ । ଏହାସହ ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ଅତ୍ୟନ୍ତ ଶୋଚନୀୟ ଥିବା ବେଳେ ଏଥିପ୍ରତି ମୁଖ୍ୟମନ୍ତ୍ରୀ ମମତା କୌଣସି ଦୃଷ୍ଟି ଦେଉନଥିବା ବେଳେ ପଶ୍ଚିମବଙ୍ଗରୁ ରୋଗୀମାନେ ଓଡିଶା ଆସି ଚିକିତ୍ସିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଆହତମାନଙ୍କୁ ପଶ୍ଚିମବଙ୍ଗ ନେଇ ମମତା କ୍ରେଡିଟ ନେବାକୁ ଚାହୁଁଥିବା କହିଛନ୍ତି ଶୁଭେନ୍ଦୁ ।

ବାଲେଶ୍ଵର ହସ୍ପିଟାଲ ପରିଦର୍ଶନ କରିବା ବେଳେ ଡାକ୍ତରମାନେ ବହୁତ ଭଲ ଚିକିତ୍ସା ଯୋଗାଉଥିବା ଓ ବାଲେଶ୍ଵର ମେଡିକାଲରେ ସବୁ କିଛି ସୁବ୍ୟବସ୍ଥା ରହିଛି ବୋଲି ଅଧିକାରୀ କହିଥିଲେ । ହେଲେ ନିଜର ଅହଂକାର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଯୋଗିତା କରି ଆହତମାନଙ୍କୁ ପଶ୍ଚିମବଙ୍ଗ ନେଉଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ଅଧିକାରୀ । ଯଦି ମମତା ଦୁର୍ଘଟଣାସ୍ଥଳକୁ ବାସ୍ତବରେ ମନରେ ଦୁଃଖ ନେଇ ଆସିଥିଲେ ତେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ରହିଛି ତାଙ୍କ ସହ ଆଲୋଚନା କରି ପାରିଥାନ୍ତେ, ନହେଲେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରି ନିଜର ସମବେଦନା ଜଣାଇ ପାରିଥାନ୍ତେ । ମାତ୍ର ତାହା ନ କରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଆକ୍ଷେପ କରିବାକୁ ମିଡିଆ ଆଗରେ ସେ ପଛାଇ ନଥିଲେ । ଏମିତି ଦୁର୍ଦ୍ଦଶା ବେଳେ ଆକ୍ଷେପ କିମ୍ବା ରାଜନୀତି କରିବା ବଦଳରେ ସମସ୍ତଙ୍କ ଭିତରେ ଏକ ସୁସମ୍ପର୍କ ରହିବାର ଆଵଶ୍ୟକତା ରହିଛି ବୋଲି ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।

ଦେଶର ପ୍ରଧାନମନ୍ତ୍ରୀ କିମ୍ବା ବିଜେପି ଦଳ କୌଣସି ଆକ୍ଷେପ କିମ୍ବା ଆକ୍ରୋଶକୁ ଖାତିର ନ କରି କାମ କରିଛି ଏବଂ ସେବାକୁ ପ୍ରାଧାନ୍ୟ ଦେଇଛି । ଏଭଳି ସମୟରେ ଯେଉଁ ଦଳମାନେ ରେଳଯାତ୍ରୀ ସୁରକ୍ଷା, କିମ୍ବା ଆହତ ଓ ମୃତ ଯାତ୍ରୀଙ୍କ ପାଇଁ କୌଣସି ସମବେଦନା ନଥିବା ବେଳେ କେବଳ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବୟାନବାଜିରେ ଲାଗିଛନ୍ତି । ଏହାସହିତ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ତୁରନ୍ତ କାର୍ଯ୍ୟକାରୀ କରିବାର ଆଵଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.