ETV Bharat / state

ପାଣିରେ ଉବୁଟୁବୁ ବାଲେଶ୍ବରର ଅଧିକାଶଂ ଅଞ୍ଚଳ, ପ୍ରଭାବିତଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

author img

By

Published : Aug 3, 2023, 2:05 PM IST

ବାଲେଶ୍ବରରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ଅନେକ ଅଞ୍ଚଳ । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

waterlogged several parts of balasore
waterlogged several parts of balasore

waterlogged several parts of balasore

ବାଲେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁଁ ବେହାଲ ବାଲେଶ୍ବରର ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଖଇରା ଓ ସିମୁଳିଆ ଅଞ୍ଚଳ ଜଳବନ୍ଦୀ ହୋଇଛି । ପ୍ରଶାସନ ତରଫରୁ ଅନେକ ଲେକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଲୋକ ମାନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଥଇଥାନ କରାଯାଇଛି । ଖଇରା ବ୍ଲକର 22ଟି କେନ୍ଦ୍ରରେ 742 ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଖଇରା ଅଞ୍ଚଳରେ ବିଡ଼ିଓ ଉତ୍ତମ ଜେନା ଓ ତହସିଲଦାର ପ୍ରଶାନ୍ତ ମହାରଣା କେନ୍ଦ୍ରରେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Watch: ରାୟଗଡାରେ ଲଗାଣ ବର୍ଷା, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସେହିପରି ସିମୁଳିଆ ବ୍ଲକରେ ପ୍ରଶାସନ ପକ୍ଷରୁ ଚାଲିଛି ଜୋରଦାର ଉଦ୍ଧାର କାର୍ଯ୍ୟ । ସିମୁଳିଆ ତହସିଲଦାର ବିଶ୍ୱନାଥ ବିଶ୍ୱାଳ ଉପସ୍ଥିତରେ ଦୁଇଟି ଦମକଳ ଟିମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିଶେଷ କରି ଆନନ୍ଦପୁର, ନିଛନ୍ଦା, ପଣ୍ଡୁ ଟିପିସିଗଡିଆ, ଦୁଲାରପୁର ଆଦି ଗ୍ରାମରେ ପାଣି ଘେରରେ ଥିବା ଲୋକ ମାନଙ୍କୁ ଆଜି ସକାଳେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏବେବି ମାର୍କୋଣା ଗଣ୍ଡିବେଡ଼ ଆନନ୍ଦପୁର ରାସ୍ତାରେ 2 ଫୁଟ ଉଚ୍ଚରେ ପାଣି ଚାଲିଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସେହିପରି ସୋର ବ୍ଲକ ଚପରପଦା ଗ୍ରାମ 6ଟି ପରିବାର ପାଣିଘେରରେ ଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଜଳାର୍ଣ୍ଣବ ଅନୁଗୋଳ: ପାଣି ଘେରରେ ଗାଁଠୁ ସହର, ଜଳବନ୍ଦୀ ଲୋକେ

ଖଇରା ବ୍ଲକରେ ମଧ୍ୟ 4 ଗୋଟି ପଞ୍ଚାୟତର 10ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି । ଖଇରା ଏବଂ ସିମୁଳିଆ ବ୍ଲକରେ ବନ୍ୟା ପରିସ୍ଥିତି ଯୋଗୁଁ ଜିଲ୍ଲାପାଳ ଦୁଇଟି ବ୍ଲକରେ ଥିବା ସ୍କୁଲ ଗୁଡିକ ଛୁଟି ଘୋଷଣା କରିଛନ୍ତି । ଅନ୍ୟପଟେ ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ 5.50 ମିଟର ଥିବା ବେଳେ 6.21 ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି । ବିପଦ ସଂକେତ 7.21 ମିଟର ଥିବା ବେଳେ ଏବେ 7.60 ମିଟରରେ ଜଳ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଲେ ଅନେକ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.