ETV Bharat / state

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ବାଲେଶ୍ବର

29ରେ ହେବ ବାଲେଶ୍ବରରେ ମତଦାନ । ପ୍ରସ୍ତୁତି ଚୂଡାନ୍ତ କଲା ଜିଲ୍ଲା ପ୍ରଶାସନ । ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦେଲା ପ୍ରଶାସନ ।

author img

By

Published : Apr 26, 2019, 9:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆସନ୍ତା 29ରେ ଜିଲ୍ଲାରେ ମତଦାନ ହେବାକୁ ଥିବାବେଳେ ଜିଲ୍ଲାପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଏନେଇ ଶୁକ୍ରବାର ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

25 ତାରିଖରୁ ଯାନବାହନ ଗୁଡିକ ରିପୋର୍ଟ କରି ସାରିଛନ୍ତି । ସମୁଦାୟ 3600 ଗାଡିକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି । 5ଟି ଜାଗାରୁ ବିତରଣ କେନ୍ଦ୍ର ହେବ ବୋଲି ସୂଚନା ମିଳିଛି । ବସ୍ତା ଓ ବାଲେଶ୍ୱର ପାଇଁ ଉତ୍କଳ ବାଳାଶ୍ରମରୁ ପୋଲିଂ ପାର୍ଟି ଇଭିଏମ ଗ୍ରହଣ କରିବେ। ଜଳେଶ୍ବର ଓ ଭୋଗରାଇ ପାଇଁ ଖ୍ରୀଷ୍ଟିଆନ ହାଇସ୍କୁଲ, ସୋର ଓ ରେମୁଣା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ସିମୁଳିଆ ପାଇଁ ଆଇଟିଆଇ, ନୀଳଗିରି ପାଇଁ କେସି ହାଇସ୍କୁଲରୁ ପୋଲିଂ ପାର୍ଟି ବାହାରିବେ । ଏହାସହ 121 ଜଣ ଅଣୁ ପର୍ଯ୍ୟବେକ୍ଷକ ବିଭିନ୍ନ ବୁଥରେ ନିୟୋଜିତ ହେବେ ।

ଜିଲ୍ଲାରେ 64ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି । ତେଣୁ ସେହି ସବୁ ବୁଥ ପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ। ଇଭିଏମ ତ୍ରୁଟି ହେଲେ ତୁରନ୍ତ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ ପୁରା ପ୍ରସ୍ତୁତ ଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଆସନ୍ତା 29 ତାରିଖ ବାଲେଶ୍ୱରରେ ନିର୍ବାଚନ ହେବାକୁ ଥିବା ବେଳେ ଜିଲ୍ଲାପ୍ରଶାସନ ସମସ୍ତ ପ୍ରସ୍ତୁତି ସାରିଥିବା ଜଣାପଡିଛି। ଏନେଇ ଆଜି ଜିଲ୍ଲାପ୍ରଶାସନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି ଓ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା।

Body:25 ତାରିଖରୁ ଯାନବାହନ ଗୁଡିକ ରିପୋର୍ଟ କରି ସାରିଛନ୍ତି। ସମୁଦାୟ 3600 ଗାଡି ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଛି। 5ଟି ଜାଗାରୁ ବିତରଣ କେନ୍ଦ୍ର ହେବ ବୋଲି ସୂଚନା ମିଳିଛି। ବସ୍ତା ଓ ବାଲେଶ୍ୱର ପାଇଁ ଉତ୍କଳ ବଳାଶ୍ରମରୁ ପୋଲିଂ ପାର୍ଟି ଇଭିଏମ ଗ୍ରହଣ କରିବେ। ଜଳେଶ୍ବର ଓ ଭୋଗରାଇ ପାଇଁ ଖ୍ରୀଷ୍ଟିଆନ ହାଇସ୍କୁଲ, ସୋର ଓ ରେମୁଣା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ସିମୁଳିଆ ପାଇଁ ଆଇଟିଆଇ ,ନୀଳଗିରି ପାଇଁ କେସି ହାଇସ୍କୁଲରୁ ପୋଲିଂ ପାର୍ଟି ବାହାରିବେ। ଏହାସହ 121 ଜଣ ଅଣୁ ପର୍ଯ୍ୟବେକ୍ଷକ ବିଭିନ୍ନ ବୁଥରେ ନିୟୋଜିତ ହେବେ।

Conclusion:ଜିଲ୍ଲାରେ 64ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ସେଗୁଡିକରେ ବିଶେଷ ପଦକ୍ଷେପ ଗ୍ରହଣ କରାଯିବ। ଇଭିଏମ ତ୍ରୁଟି ହେଲେ ତୁରନ୍ତ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସୂଚନା ଦିଆଯାଇଛି। ତେବେ ଜିଲ୍ଲା ପ୍ରଶାସନ ନିର୍ବାଚନକୁ ନେଇ ପୁରା ପ୍ରସ୍ତୁତ ଥିବା ଜଣାପଡିଛି।
ବାଇଟ- ରମେଶ ଚନ୍ଦ୍ର ରାଉତ(ଜିଲ୍ଲାପାଳ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.