ETV Bharat / state

ଶେଷ ହୋଇ ପାରୁନି ରାସ୍ତା ନିର୍ମାଣ କାର୍ଯ୍ୟ, ଗ୍ରାମବାସୀଙ୍କ ସହ ବିଧାୟକଙ୍କ ଧାରଣା

author img

By

Published : Dec 13, 2022, 7:51 AM IST

ରାସ୍ତାର ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ନେଇ 5ଟି ପଞ୍ଚାୟତର ଲୋକେ ମିଶି ବାଗୁଡ଼ି ଠାରେ ରାସ୍ତାରେ ବସି ଧାରଣା। ଅଧିକ ପଢନ୍ତୁ

ଗାଁ ଲୋକଙ୍କ ରାସ୍ତାରେ ବସି ଧାରଣା , ଧାରଣାକାରୀଙ୍କ ସହ ବସିଲେ ବିଧାୟକ ଓ ନେତା

ବାଲେଶ୍ବର: ଜିଲ୍ଲାର ସୋର ବାଗୁଡ଼ି ମୁଖ୍ୟ ରାସ୍ତାର ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ଦାବି। ଏନେଇ 5ଟି ପଞ୍ଚାୟତର ଲୋକେ ମିଶି ବାଗୁଡ଼ି ଠାରେ ରାସ୍ତାରେ ବସି ଧାରଣା । ଏହି ରାସ୍ତା ପାଇଁ 1ବର୍ଷ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ କଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ । ରାଜ୍ୟ ସରକାର ବାଗୁଡ଼ିରୁ କୋଟିକୋଟି ଟଙ୍କା ରାଜସ୍ବ ପାଉଥିଲେ ମଧ୍ୟ ଉକ୍ତ ଅଞ୍ଚଳର କୌଣସି ବିକାଶ ହେଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବାରମ୍ବାର ପୂର୍ତ୍ତ ବିଭାଗ ପାଖରେ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଯାହାର ଫଳ ସ୍ବରୂପ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ଧାରଣାକୁ ସମର୍ଥନ କରି ବିଧାୟକ ପର୍ଶୁରାମ ଧଡ଼ା, ସ୍ଥାନୀୟ ଜିଲ୍ଲାପରିଷଦ, ସୋର ପୌରାଧକ୍ଷ ମାଧବ ଧଡ଼ା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ପହଞ୍ଚି ଧାରଣାରେ ବସିବା ପରେ ପୂର୍ତ୍ତ ବିଭାଗ ଅଧିକାରୀ, ସ୍ଥାନୀୟ ତହସିଲଦାର, ସୋର ଥାନା ଅଧିକାରିଣୀ ଧାରଣାସ୍ଥଳରେ ପହଞ୍ଚିଥିଲେ। ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ସମ୍ପୃକ୍ତ ଠିକାଦାର ପହଞ୍ଚି ଛଅ ମାସ ଭିତରେ ରାସ୍ତା କାର୍ଯ୍ୟ ଶେଷ କରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରସମିତ ହୋଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.