ETV Bharat / state

ମଣିଷ-ପଶୁର ଅନାବିଳ ପ୍ରେମ: ମାଙ୍କଡର ମୃତ୍ୟୁ ପରେ ହେଲା କ୍ରିୟାକର୍ମ, ଲଣ୍ଡା ହେଲେ ଗ୍ରାମବାସୀ

author img

By

Published : Mar 26, 2023, 10:59 AM IST

ପଶୁ-ମଣିଷ ସମ୍ପର୍କର ନିଆରା ନିଦର୍ଶନ । ମାଙ୍କଡର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିବା ସହ ଭୋଜିଭାତ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

last rites performed of monkey in balasore
ମଣିଷ ଓ ମାଙ୍କଡ ସମ୍ପର୍କର ନିଆରା ନିଦର୍ଶନ
ମଣିଷ ଓ ମାଙ୍କଡ ସମ୍ପର୍କର ନିଆରା ନିଦର୍ଶନ

ବାଲେଶ୍ବର: ଦୁନିଆରେ ମଣିଷର ମୃତ୍ୟୁ ପରେ ପରିବାର ବନ୍ଧୁ ପରିଜନ ଆତ୍ମାର ଶାନ୍ତି ପାଇଁ ଅନେକ କ୍ରିୟାକର୍ମ କରିଥାନ୍ତି । ରୀତିନୀତି ଅନୁଯାୟୀ ୧୦ ଦିନ ମାନି ଏକାଦଶାହ କର୍ମ କରିଥାନ୍ତି । ହେଲେ ଏଠାରେ ମଣିଷମାନେ ପଶୁର ଶୁଦ୍ଧି କ୍ରିୟା କରିଛନ୍ତି । ମଣିଷ ଆଉ ମାଙ୍କଡ ମଧ୍ୟରେ ଦେଖିବାକୁ ମିଳିଛି ଏପରି ନିଆରା ପ୍ରେମ । ମାଙ୍କଡ ଚାଲିଯିବା ଦୁଃଖରେ ଭାଙ୍ଗିପଡ଼ିଲେ ଗ୍ରାମବାସୀ । ମଣିଷ ପରି ପଶୁର ହେଲା ଦଶାହ କ୍ରିୟା, ଆଉ କ୍ରିୟା କର୍ମ ପରେ ଭୋଜିଭାତ । ପଶୁ-ମଣିଷର ନିଆରା ନିଦର୍ଶନ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅଧିନ ତେନ୍ତୁଳିଦା ପଞ୍ଚାୟତ ଜାଗୁଳି ଗ୍ରାମରେ ।

ଜାଗୁଳି ଗ୍ରାମରେ ଏକ ମାଙ୍କଡ଼ ସବୁବେଳେ ଆସି ଘରକୁ ଘର ଡେଉଁଥିଲା । ଯିଏ ଯାହା ଦେଉଥିଲେ ଅତି ସ୍ନେହରେ ଖାଉଥିଲା । ପିଲାଠୁ ବୁଢାଯାଏ ସଭିଏଁ ମାଙ୍କଡ ପ୍ରେମରେ ପଡ଼ିଥିଲେ । ମାଙ୍କଡ଼ର ସ୍ନେହ ଆଗରେ ଗାଁ ଲୋକ ନିଜକୁ ଅଟକାଇ ପାରିନଥିଲେ । ହଠାତ ଏକ ଟ୍ରାନ୍ସଫର୍ମର ଉପରେ ଚଢ଼ିଯାଇଥିଲା ମାଙ୍କଡ । ବିଦ୍ୟୁତ ସଂସ୍ପର୍ଶରେ ଆସି ତାର ମୃତ୍ୟୁ ଘଟିଲା । ମାଙ୍କଡର ଅକାଳ ମୃତ୍ୟୁରେ ଜାଗୁଳି ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ବିଦ୍ୟୁତ କର୍ମଚାରୀମାନେ ମାଙ୍କଡ଼ଟିର ମୃତଦେହ ଉଦ୍ଧାର କରିବା ପରେ ଗ୍ରାମବାସୀ ହିନ୍ଦୁ ରୀତିନୀତିରେ ମାଙ୍କଡର ଅନ୍ତିମ ସଂସ୍କାର କରିଥିଲେ । ଭଜନ କୀର୍ତ୍ତନ କରି ଶୋଭାଯାତ୍ରାରେ ବୁଲାଇଥିଲେ । ଆତ୍ମୀୟଙ୍କ ବିୟୋଗ ଭଳି ଗ୍ରାମବାସୀ ୧୦ ଦିନ ନିୟମ ମାନି ରହିଛନ୍ତି ଏବଂ ମାଙ୍କଡର ଦଶାହ କ୍ରିୟା କରିବା ସହ ସମସ୍ତ କର୍ମ କରିଛନ୍ତି । ଏପରିକି କିଛି ଲୋକ ଲଣ୍ଡା ମଧ୍ୟ ହୋଇଥିବାର ଦେଖାଯାଇଛି ।

ଏକଦଶାହ କ୍ରିୟାରେ ଗ୍ରାମର ଲୋକେ ମିଶି 10 ଖଣ୍ଡ ଗାଁକୁ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ପ୍ରାୟ 1 ହଜାରରୁ ଅଧିକ ଲୋକେ ମାଙ୍କଡ଼ର ଏକଦଶାହ ଭୋଜନରେ ସାମିଲ ହୋଇଥଲେ । ମାଙ୍କଡ଼ ପ୍ରତି ଗ୍ରାମବାସୀଙ୍କ ଏଭଳି ଭଲପାଇବା ସଭିଙ୍କୁ ଚକିତ କରିଛି । ମଣିଷ ଓ ମାଙ୍କଡ଼ ପ୍ରତି ଥିବା ଏହି ନିଃସ୍ବାର୍ଥପର ଭଲପାଇବା ସମାଜ ପାଇଁ ଏକ ବାର୍ତ୍ତା ନିଶ୍ଚୟ । ତେବେ ଇଲେକ୍ଟ୍ରି ଟ୍ରାନ୍ସଫର ପାଖରେ କୌଣସି ସେପ୍ଟି ବାରିକେଟର ବ୍ୟବସ୍ଥା ନଥିବାରୁ ଏଭଳି ଦୁର୍ଘଟଣାକ ଶିକାର ହୋଇଛି ମାଙ୍କଡ । ଆଗାମୀ ଦିନରେ ଆଉ କାହାର ଜୀବନ ନଯାଉ, ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥିବା ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.