ETV Bharat / state

ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ

ବାଲେଶ୍ୱର ଟାଉନ ଥାନାର ଜଣେ ଏଏସଆଇଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଗିରଫ କରିଛି । ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

author img

By

Published : Apr 16, 2019, 1:48 PM IST

Updated : Apr 16, 2019, 3:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଜଣେ ପୋଲିସ ବାବୁ । ଏକ ପାରିବାରିକ ବିବାଦର ସମାଧାନ ପାଇଁ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଟାଉନ ଥାନା ଏଏସଆଇ ନରହରି ମହାଳିକଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ସକିଲ ଅହମ୍ମଦ ନାମକ ଏକ ବ୍ୟକ୍ତିଙ୍କ ଠାରୁ ଟାଉନ ଥାନା ଏଏସଆଇ 10 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏ ନେଇ ଖବର ପାଇ ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ପୋଲିସ ଷ୍ଟେସନ ସମ୍ମୁଖରୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରେ ଥିବା 8500 ଟଙ୍କା ଜବତ ମଧ୍ୟ କରିଛି ।

ଅନ୍ୟପଟେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନରେ ଚଢାଉ କରାଯାଇ ବ୍ୟାଙ୍କ ପାସବୁକ୍‌ ଜବତ କରାଯିବା ସହ ତଦନ୍ତ ଜାରି ରଖିଛି । ତେବେ ଗତ ସୋମବାର ଏକ ଡକାୟତି ଗ୍ୟାଙ୍ଗକୁ ଧରି ଚାରିଆଡେ ଟାଉନଥାନାର ପ୍ରଶଂସା କରାଯାଉଥିବା ବେଳେ ଆଜି ଖୋଦ୍ ଲାଞ୍ଚ ନେଇ ଜଣେ ପୋଲିସ ଅଧିକାରୀ ଗିରଫ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

fgdgf

Conclusion:
Last Updated : Apr 16, 2019, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.