ETV Bharat / state

ସରପଞ୍ଚ ପ୍ରାର୍ଥୀଙ୍କ କେଦାର ଯୋଜନା, ଭାଇରାଲ ହେଲା ଭିଡିଓ

author img

By

Published : Feb 10, 2022, 2:06 PM IST

ଭାଇରାଲ ହେଉଛି ସରପଞ୍ଚ ପ୍ରାର୍ଥୀଙ୍କ ନିଜସ୍ୱ ଯୋଜନା । ଭୋଟରଙ୍କୁ କେଦାର ଯୋଜନା ପାଇଛନ୍ତି ତ ବୋଲି ପ୍ରଶ୍ନ କରୁଛନ୍ତି ପ୍ରାର୍ଥୀ । ଅଧିକ ପଢନ୍ତୁ

ସରପଞ୍ଚ ପ୍ରାର୍ଥୀଙ୍କ କେଦାର ଯୋଜନା, ଭାଇରାଲ ହେଲା ଭିଡିଓ
ସରପଞ୍ଚ ପ୍ରାର୍ଥୀଙ୍କ କେଦାର ଯୋଜନା, ଭାଇରାଲ ହେଲା ଭିଡିଓ

ବାଲେଶ୍ଵର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଉଠୁଛି ପଡୁଛି ଗାଁ ଗଣ୍ଡା । ପ୍ରଚାର ପ୍ରସାର ସାଙ୍ଗକୁ ବର୍ଷୁଛି ମାଳ ମାଳ ପ୍ରତିଶ୍ରୁତି । କିଏ କହୁଛି ନିର୍ବାଚନ ଜିତିଲେ ଆବାସ ଘରଟିଏ କରେଇ ଦେବ ତ ଆଉ କିଏ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଭରସା ଦେଉଛି । ଏହାରି ଭିତରେ ଘର ଘର ବୁଲି ଭୋଟ୍ ଭିକ୍ଷା କରୁଥିବା ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମ୍ପୃକ୍ତ ପ୍ରାର୍ଥୀଙ୍କ ନାମ କେଦାର ସାହୁ ହୋଇଥିବାବେଳେ ସେ ଜଣେ ଭୋଟରଙ୍କୁ କେଦାର ଯୋଜନା ପାଇଛ ତ ? ବୋଲି ପ୍ରଶ୍ନ କରୁଥିବାର ଭିଡିଓରେ ଦେଖାଯାଇଛି ।

ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଚଷାଖଣ୍ଡ ପଞ୍ଚାୟତରୁ ଏହି ଘଟଣା ସାମ୍ନାକୁ ଆସିଛି । ଉକ୍ତ ପଞ୍ଚାୟତରେ ତିନି ଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ କେଦାର ସାହୁ ଜଣେ । ଏହି ପ୍ରାର୍ଥୀ ଜଣକ ପ୍ରଚାର କରୁଥିବା ବେଳେ ଭୋଟରମାନେ ସରକାରୀ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ କରିଥିଲେ ଏହାର ପ୍ରତିଉତ୍ତରରେ କେଦାର ପ୍ରଶ୍ନ କରିଥିଲେ ଯେ, ଆପଣଙ୍କ ପାଖରେ କେଦାର ଯୋଜନା ପହଞ୍ଚିଛି କି ନାହିଁ । ପ୍ରାର୍ଥୀଙ୍କ ଏହି ପଦକ କଥା ଏବେ ଚାରିଆଡେ ଭାଇରାଲ ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.