ବାଲେଶ୍ବର: ପୋଲିସ ସହ ଯୁକ୍ତିତର୍କ କରି 2 ଜଣ ଯୁବକ ଗିରଫ ହୋଇଛନ୍ତି । ହେଲମେଟ ଓ ମାସ୍କ ଚେକିଂ କରୁଥିବାବେଳେ ପୋଲିସ ସହ ଯୁକ୍ତିତର୍କ କରିବା ଏମାନଙ୍କୁ ମହଙ୍ଗା ପଡିଛି । ଏପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ ଜଳେଶ୍ବର ଥାନା ସମ୍ମୁଖରେ ଚେକିଂ ଚାଲି ଥିବାବେଳେ ପୋଲିସ ଉକ୍ତ ଯୁବକଙ୍କୁ ଚେକିଂ ପାଇଁ ଅଟକାଇଥିଲା । ହେଲେ ଏମାନେ ଯୁକ୍ତିତର୍କ କରିବା ସହ ପୋଲିସ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ତେବେ ଏନେଇ ଜଳେଶ୍ବର ପୋଲିସ କେସ ନମ୍ବର 328ରେ ଏକ ମାମଲା ରୁଜୁ କରି ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଦ୍ବୟ ଜଳେଶ୍ବର ଅଞ୍ଚଳର ଜୟନାରାୟଣ ପରିଡା ଓ ସେକ ଗୋଲାମ ମହିମୁଦ୍ଦିନ ବୋଲି ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ