ETV Bharat / state

ପଲିଥିନ ତଳେ ବନ୍ଧା ଜୀବନ, ସହାୟତା ଅପେକ୍ଷାରେ 2 ପରିବାର

ଶୋଚନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ଅଧିନସ୍ଥ ଟେଙ୍ଗରାମାରୀ ଗାଁର 6 ନଂ ୱାର୍ଡର ଅନୀଲ ପାତ୍ର ଏବଂ ଜୟରାମପୁର ଗାଁର 8 ନଂ ୱାର୍ଡର ପଙ୍କଜ ପାଣିଗ୍ରାହୀ । ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ନଥିବା ବେଳେ ପଲିଥିନ ପାଲଟିଛି ସାହାରା । ପଢନ୍ତୁ ସମ୍ପର୍ଣ୍ଣ ଘଟଣା ।

ଡିଜାଇନ ଫଟୋ
author img

By

Published : Jun 27, 2019, 8:04 PM IST

ବାଲେଶ୍ବର: ମୁଣ୍ଡ ଗୁଞ୍ଜିବାକୁ ଭଙ୍ଗା କୁଡିଆ ସାହା । ନା ଅଛି ଛାତ ନା କାନ୍ଥ । ଖୋଲା ଆକାଶ ତଳେ ଜଳୁଛି ଚୁଲି । ଆଉ ପଲିଥିନ ପାଲଟିଛି ଏକମାତ୍ର ସାହାରା । ଖରାଦିନ ତ ଯେମିତି ସେମିତି କଟିଲା ଏବେ ବର୍ଷା ଋତୁ ଆସିବା ପରେ ଆଖିରୁ ନିଦ ହଜିଯାଇଛି । ଏଭଳି ଶୋଚନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ବାଲେଶ୍ବର ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ଅଧିନସ୍ଥ ଟେଙ୍ଗରାମାରୀ ଗାଁର 6 ନଂ ୱାର୍ଡର ଅନୀଲ ପାତ୍ର ଏବଂ ଜୟରାମପୁର ଗାଁର 8 ନଂ ୱାର୍ଡର ପଙ୍କଜ ପାଣିଗ୍ରାହୀ । ଏହି ସମସ୍ୟା ନେଇ RI ବାବୁଙ୍କୁ ଯେତେ ଗୁହାରି କଲେ ମଧ୍ୟ ଦେଖିବାକୁ କେହି ଆସିନାହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପଲିଥିନ ତଳେ ଦିନ କାଟୁଥିବା ଅନିଲ ଜଣେ ଦିନ ମଜୁରିଆ ତ ପଙ୍କଜ ପେଷାରେ ମନ୍ଦିର ପୂଜକ । ସେପଟେ ଗୃହପାଳିତ ପଶୁ ରଖି ପେଟପାଟଣା କରୁଥିବା ଅନିଲଙ୍କ ପରିବାରକୁ ଦାଉ ସାଜିଲା ବାତ୍ୟା ଫନି । ଗାଇ, ଛେଳି ହରାଇଥିବା ଅନିଲଙ୍କୁ ଏଯାଏଁ ମିଳିନି କ୍ଷତିପୂରଣ । ଦୁଇ ପରିବାରର ପିଲାଙ୍କ ମଧ୍ୟରୁ କିଏ ପାଠପଢା ଛାଡି ଦାଦନ ଖଟିବାକୁ ଯାଇଛି ତ କିଏ ପୁଣି ଭିନ୍ନକ୍ଷମ । ଓଳିଏ ଖାଇଲେ ଦୁଇଓଳି ଚୁଲି ଜଳେନି । ସେପଟେ ସ୍ଥାନୀୟ ସରପଞ୍ଚ ଦୀପ୍ତି ରାଣୀ ମିଶ୍ର ଉଭୟ ପରିବାରଙ୍କ ସମେତ ବହୁ ହିତାଧିକାରୀଙ୍କ ନାମ ଆବାସ ଯୋଜନା ତାଲିକାରେ ନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି ।

ପ୍ରକୃତ ହିତାଧିକାରୀଙ୍କୁ କେବେ ମିଳିବ ସେମାନଙ୍କ ହକ ? ଅନ୍ୟପଟେ ଅଧିକ ଅନୁଦାନ ମିଳିଲେ ସମସ୍ତଙ୍କୁ ଘର ଖଣ୍ଡିଏ ମିଳିପାରିବ ବୋଲି ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସରପଞ୍ଚ ଦିପ୍ତି ରାଣୀ ମିଶ୍ର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଗୋଟିଏ ପଞ୍ଚାୟତର ଦୁଇ ପରିବାର ଏବେ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି । ଭଙ୍ଗା କୁଡିଆରେ ମୁଣ୍ଡ ଗୁଞିଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଚାହିଁ ରହିଛନ୍ତି ଚାତକ ଭଳି । ଶୁଖିଲା ଗୁହାରି ତାଙ୍କର ଶୁଣୁନାହିଁ ପ୍ରଶାସନ । ବର୍ଷା ଋତୁ ଆସିବା ପରେ ହଜିଯାଇଛି ସେମାନଙ୍କ ଆଖିରୁ ନିଦ । ପଲିଥିନ୍ ତଳେ ଜୀବନ ବିତୁଥିବା ବେଳେ ଛପର ଫାଟି ଘରେ ପାଣି ପଡୁଛି । ରୋଜଗାର ନ ଥିବାରୁ ସରକାରୀ ସହାୟତା ତାଙ୍କ ଏକମାତ୍ର ସମ୍ବଳ । ସରପଞ୍ଚ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରି ନିରାଶ ହୋଇଛନ୍ତି 2 ପରିବାର।

Body:ଏଭଳି ଶୋଚନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ଅଧିନସ୍ଥ ଟେଙ୍ଗରାମାରୀ ଗାଁ 6 ନଂ ୱାର୍ଡର ଅନୀଲ ପାତ୍ର ଏବଂ ଜୟରାମପୁର ଗାଁ 8 ନଂ ୱାର୍ଡର ପଙ୍କଜ ପାଣିଗ୍ରାହୀ । ଅନୀଲ ପେଷାରେ ଜଣେ ଦିନ ମଜୁରିଆ । ଦୁଇ ନାବାଳକ ପୁଅ ମଧ୍ୟରୁ ଜଣେ ଭିନ୍ନକ୍ଷମ । ଏକମାତ୍ର କନ୍ୟା ଦୁଃଖ କଷ୍ଟଭିତରେ କଲେଜରେ ପାଠ ପଢୁଥିବା ବେଳେ ଓଳିଏ ଖାଇଲେ ଦୁଇଓଳି ଚୁଲି ଜଳେନି । ସେପଟେ ଫନି ବାତ୍ଯାରେ ରୋଷେଇ ଘର ସହିତ ଗୁହାଳ ଘର ଖଣ୍ଡିଏ ଭାଙ୍ଗିଯିବା ଫଳରେ ଋଣକରି ଆଣିଥିବା ଏକମାତ୍ର ରୋଜଗାର ସମ୍ବଳ ଦୁଧିଆଳି ଗାଇ ସହିତ ଛେଳି,କୁକୁଡା ସବୁ ମରି ଯାଇଛନ୍ତି । ଖୋଲା ଆକାଶ ତଳେ ଚୁଲି ଜଳୁଛି । ଆର ଆଇ ବାବୁଙ୍କୁ ଯେତେ ଗୁହାରି କରିବା ପରେ ମଧ୍ୟ ଦେଖିବାକୁ କେହି ଆସିଲେନି। ଏପରି ସ୍ଥିତିରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନୂରୂପ ଅବସ୍ଥାରେ ଦିନ କାଟୁଛନ୍ତି ପଙ୍କଜ । ଜାତିରେ ବ୍ରାହ୍ମଣ ହୋଇଥିବା ବେଳେ ସ୍ଥାନୀୟ କେନ୍ଦୁବାସୁଳୀ ଠାକୁରାଣୀଙ୍କ ପୂଜା କରି ଯାହା ରୋଜଗାର ହୁଏ ସେଥିରେ ସ୍ବାମୀ ଏବଂ ସ୍ତ୍ରୀ କଷ୍ଟରେ ଚଳି ଯାଆନ୍ତି । ଏକମାତ୍ର ପୁଅ ଅଳ୍ପ ବୟସରୁ ପାଠ ଛାଡି ବାହାର ରାଜ୍ୟରେ ଦାଦନ ଖଟୁଛି । ସରକାରୀ ସହାୟତା ଏହି ପରିବାର ପାଇଁ ସାତ ସପନ ପାଲଟିଛି । ନା ମିଳିଛି କାଳିଆ ଟଙ୍କା ନା ମିଳୁଛି ଖଣ୍ଡିଏ ଘର । ଭାବି ଭାବି ଆଖିରେ ନିଦ ନାହିଁ । କହିବେ କାହାକୁ ଶୁଣିବବା କିଏ।

Conclusion:ଏଭଳି ସ୍ଥିତିରେ ସରକାରୀ ସହାୟତା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଗରିବ ବ୍ରାହ୍ମଣ ପରିବାର । ସେପଟେ ଠାକୁରାଣୀଙ୍କ ପୂଜକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରୁଥିବା ବେଳେ ସ୍ଥାନୀୟ ସରପଞ୍ଚ ଦୀପ୍ତି ରାଣୀ ମିଶ୍ର ଉଭୟ ପରିବାରଙ୍କ ସମେତ ବହୁ ଗରିବ ଲୋକଙ୍କ ନାମ ଆବାସ ଯୋଜନା ତାଲିକାରେ ନ ଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହିଛନ୍ତି । ସେପଟେ ବିଜୁ ପକ୍କାଘର ସମୁଦ୍ରକୁ ଶଂଖେ ହୋଇଥିବା ବେଳେ ଅଧିକ ଅନୁଦାନ ମିଳିଲେ ସମସ୍ତଙ୍କୁ ଘର ଖଣ୍ଡିଏ ମିଳିପାରିବ ବୋଲି ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଭଳି ମର୍ମସ୍ପର୍ଶୀ ଘଟଣାରେ କେବେ ଗରିବଙ୍କ ଅବସ୍ଥାରେ ସୁଧାର ଆସିବ ତାହା ସମୟ କହିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.