ETV Bharat / state

ବାଲେଶ୍ଵର ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 2 ଅଟକ - Two arreste

ବାଲେଶ୍ବରର ନାଉପାଳଗଡିରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 2 ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ବାଲେଶ୍ଵରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 2 ଅଟକ

author img

By

Published : Mar 16, 2021, 3:09 PM IST

ବାଲେଶ୍ଵର: ଜିଲ୍ଲାର ନାଉପାଳଗଡିରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାକୁ ନେଇ ଆରକ୍ଷୀ ଅଧିକ୍ଷକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏସପିଙ୍କ ସୂଚନା ଅନୁସାରେ, ନାଉପାଳଗଡିରେ ଟ୍ରଲରରୁ ମାଛ ଅନଲୋଡିଂ କାର୍ଯ୍ୟ ତଦାରଖ କରୁଥିବା ବେଳେ ମାଲିକ ବିଜୟ ପ୍ରଧାନ ଓରଫ ଡାକ୍ତରଙ୍କୁ 6ରୁ 7 ଜଣ ଯୁବକ ଆସି ଖଣ୍ଡାରେ ଆକ୍ରମଣ କରିବା ସହ ତାଙ୍କୁ ଗୁଳି ମାରିଥିଲେ। ଏଥିରେ ବିଜୟଙ୍କ ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ରହିଥିବା ପୋଲିସ କହିଛି।

ବାଲେଶ୍ଵରରେ ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 2 ଅଟକ

ଘଟଣାର ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ଅଟକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିଛିଦିନ ପୂର୍ବରୁ ବିଜୟଙ୍କ ସହ ମାରପିଟ ହୋଇଥିଲା। ଯାହାକୁ ନେଇ ଗୁଳିମାଡ଼ କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ଏହି ଘଟଣାର ଅଧିକ ତଦନ୍ତ ଓ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି। ଯାହାର ନେତୃତ୍ୱ ନେଉଛନ୍ତି ଡିଏସପି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଏସପି କହିଛନ୍ତି। ଅନ୍ୟପଟେ ବାଲେଶ୍ଵରରେ ଏମିତି ବାରମ୍ବାର ଅପରାଧିକ କାର୍ଯ୍ୟକଳାପ ଘଟୁଥିବାରୁ ଜିଲ୍ଲା ତମାମ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ନଜର ରଖିବ ବୋଲି ଏସପି କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟାତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.