ETV Bharat / state

ରସିକିଆ ଟ୍ୟୁଉସନ ମାଷ୍ଟରଙ୍କ କଳାକାରନାମା: ବନ୍ଧା ହେଲେ, ଛେଚା ଖାଇଲେ

ନୀଳଗିରି ଥାନା ଅଧିନ ସିଙ୍ଗିରି ଗ୍ରାମରେ କିଶୋର ନାୟକ ନାମକ ଶିକ୍ଷକ ପିଲାଙ୍କୁ ଟିୟୁସନ କରନ୍ତି। ଟିୟୁସନ ଛୁଟି ପରେ ସେ ଦୁଇଜଣ ପିଲାଙ୍କୁ ଅଟକ ରଖି ସେମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଅଭିଯୋଗ ହୋଇଛି । ଏହା ପରେ ଗ୍ରାମବାସୀ ଶିକ୍ଷକ କିଶୋର ନାୟକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଦେଖିବାକୁ ମିଳିଛି

author img

By

Published : Jun 2, 2019, 1:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଦିନକୁ ଦିନ କଳଙ୍କିତ ହେବାରେ ଲାଗୁଛି ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ସୁମଧୁର ସମ୍ପର୍କ । ଛାତ୍ରଛାତ୍ରୀଙ୍କ ପ୍ରତି ଶିକ୍ଷକଙ୍କ ବଢୁଛି ଲୋଲୁପ ଦୃଷ୍ଟି, ରସିକିଆ ସାଜୁଛନ୍ତି ମାଷ୍ଟ୍ରେ । ଏହି ଭଳି ଖବର ଯେତିକି ଘୃଣ୍ୟ ସେତିକି ନୀଚ ଓ ନୈତିକତାହୀନ । ଏଭଳି ଜଣେ ବାଜେ ଚରିତ୍ରର ଟିୟୁସନ ଶିକ୍ଷକଙ୍କୁ ନିଜ କୁକର୍ମର ଫଳ ଦେଇଛନ୍ତି ଗ୍ରାମବାସୀ । ଅନୈତିକ କାର୍ଯ୍ୟରେ ପିଲାଙ୍କୁ ଲିପ୍ତ କରିବା ଅଭିଯୋଗରେ ଗାଁ ଲୋକେ ସମ୍ପୃକ୍ତ ଶିକ୍ଷକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଉପଯୁକ୍ତ ଶିକ୍ଷା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନ ସିଙ୍ଗିରି ଗ୍ରାମରେ କିଶୋର ନାୟକ ନାମକ ଶିକ୍ଷକ ପିଲାଙ୍କୁ ଟିୟୁସନ କରନ୍ତି। ଟିୟୁସନ ଛୁଟି ପରେ ସେ ଦୁଇଜଣ ପିଲାଙ୍କୁ ଅଟକ ରଖି ସେମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଅଭିଯୋଗ ହୋଇଛି । ଏମିତି କିଛିଦିନ ବିତିବା ପରେ ପିଲାମାନେ ସେମାନଙ୍କ ସହ ଘଟିଥିବା କଥା ସମ୍ପର୍କରେ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ । ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଏ ଘଟଣା ସମ୍ପର୍କରେ ପଚାରିବାରୁ ସେ ହଡବଡେଇବା ସହ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ।

ଏହାକୁ ନେଇ ଗ୍ରାମବାସୀ ଶିକ୍ଷକ କିଶୋର ନାୟକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ସୂଚନା ରହିଛି । ଏନେଇ ଥାନାରେ 2ଟି ପୃଥକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ଟିୟୁସନ ଶିକ୍ଷକଙ୍କ କଳଙ୍କିତ ଅଧ୍ୟାୟ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 2/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଟିୟୁସନ ଶିକ୍ଷକଙ୍କ କଳଙ୍କିତ ଅଧ୍ୟାୟ ଶେଷ ହୋଇଛି। ଛାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇବା ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ଗ୍ରାମବାସୀ ଉଚିତ ଶିକ୍ଷା ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନ ସିଙ୍ଗିରି ଗ୍ରାମରେ କିଶୋର ନାୟକ ନାମକ ଜଣେ ଶିକ୍ଷକ ଟିୟୁସନ କରନ୍ତି। ଟିୟୁସନ ଛୁଟି ପରେ ସେ ଦୁଇଜଣ ପିଲାଙ୍କୁ ଅଟକ ରଖି ସେମାନଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଅଭିଯୋଗ ହୋଇଛି। ଏମିତି କିଛିଦିନ ବିତିବା ପରେ ପିଲାମାନେ ସେମାନଙ୍କ କଷ୍ଟ ସମ୍ପର୍କରେ ପରିବାର ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଏ ଘଟଣା ସମ୍ପର୍କରେ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ। ଏହାକୁ ନେଇ ଗ୍ରାମବାସୀ ଶିକ୍ଷକ କିଶୋର ନାୟକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏନେଇ ଥାନାରେ 2ଟି ପୃଥକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରୁ ସମ୍ପୃକ୍ତ ଶିକ୍ଷକଙ୍କୁ ଉଦ୍ଧାର କରି ଥାନାକୁ ନେଇଥିବା ଜଣାପଡିଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.