ETV Bharat / state

ଥାନା ଆଗରୁ ମହିଳାଙ୍କ ସୁନା ଚେନ ଲୁଟ - thief

ବାଲେଶ୍ବର ସୋର ଥାନା ରୋଷ ଗ୍ରାମର ନିରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ମାନସୀ ନିଜ ସ୍କୁଟିରେ ବଜାରରୁ ଘରକୁ ଫେରୁଥିବା ବେଳେ ଥାନା ସମ୍ମୁଖରେ 3 ଦୁର୍ବୃତ୍ତ ଲୁଟିନେଲେ ସୁନା ଚେନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 13, 2019, 9:10 PM IST

ବାଲେଶ୍ବର: ଦୁର୍ବୃତ୍ତଙ୍କ ତୁମୁଳକାଣ୍ଡ । ଦିନଦ୍ବିପହରେ ଥାନା ଆଗରେ ମହିଳାଙ୍କଠୁ ଲୁଟିନେଲେ ସୁନାଚେନ । ଏହାସହ ଉକ୍ତ ମହିଳାଙ୍କୁ ଗୋଇଠା ମାରି ସେଠାରୁ ଫେରାର ହୋଇଯାଇଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସୋର ଥାନା ସାମନାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ ସୋର ଥାନା ରୋଷ ଗ୍ରାମର ନିରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ମାନସୀ ନିଜ ସ୍କୁଟିରେ ବଜାରରୁ ଘରକୁ ଫେରୁଥିଲେ । ସୋର ଥାନା ନିକଟରେ 3ଜଣ ଦୁର୍ବୃତ୍ତ ବାଇକରେ ଆସି ମାନସୀଙ୍କ ସୁନାଚେନ ଲୁଟିନେବା ସହ ତାଙ୍କୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ । ଆହତ ଅବସ୍ଥାରେ ମାନସୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଉକ୍ତ ଘଟଣା ସମ୍ପର୍କରେ ସୋର ଥାନା ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ସୋର ଥାନା ନିକଟରେ ଯଦି ଏମିତି ଘଟଣା ଘଟୁଛି ସାଧାରଣ ଲୋକେ କେଉଁଠି ସୁରକ୍ଷିତ ମଣିବେ ବୋଲି ପ୍ରଶ୍ନ ଉଠିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ସୋର ଥାନା ଆଗରୁ ଜଣେ ମହିଳାଙ୍କ ସୁନା ଚେନ ଲୁଟ ହୋଇଥିବା ଅଭିଯୋଗ ହୋଇଛି। 3 ଜଣ ଦୁର୍ବୃତ୍ତ ମହିଳାଙ୍କ ଠାରୁ ଚେନ ଲୁଟିବା ପରେ ତାଙ୍କୁ ଗୋଇଠା ମାରି ସେଠାରୁ ପଳାଇଥିବା ଅଭିଯୋଗ ହୋଇଛି।Body:ସୋର ଥାନା ରୋଷ ଗ୍ରାମର ନିରଞ୍ଜନ ପଣ୍ଡାଙ୍କ ସ୍ତ୍ରୀ ମାନସୀ ନିଜ ସ୍କୁଟିରେ ବଜାରରୁ ଘରକୁ ଫେରୁଥିଲେ। ସୋର ଥାନା ନିକଟରେ 3ଜଣ ଦୁର୍ବୃତ୍ତ ବାଇକରେ ଆସି ମାନସୀଙ୍କ ସୁନାଚେନ ଲୁଟିନେବା ସହ ତାଙ୍କୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ। ଆହତ ଅବସ୍ଥାରେ ମାନସୀଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। Conclusion:ତେବେ ସୋର ଥାନା ନିକଟରେ ଯଦି ଏମିତି ଘଟଣା ଘଟୁଛି ଲୋକମାନେ କେଉଁଠି ସୁରକ୍ଷିତ ମଣିବେ ବୋଲି ପ୍ରଶ୍ନ ଉଠିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.