ବାଲେଶ୍ବର: ସ୍ବାମୀର କିରୋସିନ ଢାଳି ହତ୍ୟା ଉଦ୍ୟମରେ ଗୁରୁତର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଅଞ୍ଚଳରେ ଜଣେ ମହିଳା ଏପରି ସ୍ଥିତିରେ ଚିକିତ୍ସା ପାଇଁ ବିଭିନ୍ନ ଆଡେ ହାତ ପତାଇ ନିରାଶ ହେବା ପରେ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଥିବା ଦେଖାଯାଇଛି ।
ଘଟଣା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଅଞ୍ଚଳରେ ଗତ ୮ ମାସ ତଳେ ଏମିତି ଏକ ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ବୈସିଙ୍ଗା ଥାନା ହିଙ୍ଗୁଳା ଛେଳିଆ ଅଞ୍ଚଳର ମୋନାଲିସା ଦାସ ରେମୁଣା କାଠପାଳ ଅଞ୍ଚଳର ମୋହିତ ମହାପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ମାତ୍ର ବିବାହର କିଛି ଦିନ ପରେ ମୋହିତ ଯୌତୁକ ନିର୍ଯାତନା ଦେବାସହ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଅନ୍ୟପଟେ ସ୍ତ୍ରୀ ମୋନାଲିସା ଟିକଟକ କରୁଥିବା ଅଭିଯୋଗ କରି ଅସନ୍ତୋଷ ଜାହିର କରୁଥିଲେ ସ୍ବାମୀ ମୋହିତ । ତେବେ ବିବାଦ ତୀବ୍ର ରୂପ ଧାରଣ କିିରିବା ସହ ସ୍ତ୍ରୀ ମୋନାଲିସାଙ୍କୁ କିରୋସିନି ଢାଳି ଜାଳି ଦେବାକୁ ଉଦ୍ୟମ କରିଥିଲେ ସ୍ବାମୀ ମୋହିତ ।
ଫଳରେ ମୋନାଲିସା ଦୀର୍ଘ ଦିନ ଧରି ଟାଟା ହସ୍ପିଟାଲରେ ଚିକିତ୍ସାଧୀନ ରହିଥିବା ବେଳେ ପରେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନିବେଦନ କରିଥିଲେ। ମୋନାଲିସାଙ୍କ ଅବସ୍ଥା ଦେଖି କେନ୍ଦ୍ରମନ୍ତ୍ରୀ ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ