ETV Bharat / state

ବଜେଟକୁ ନେଇ ଖୁସି, ତେଲ ଓ ଗ୍ୟାସ ଦର ବୃଦ୍ଧିକୁ ଏଡାଇଗଲେ କେନ୍ଦ୍ରମନ୍ତ୍ରୀ - The Union Minister pressmeet

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ....

ବଜେଟକୁ ନେଇ ଖୁସି, ତେଲ ଓ ଗ୍ୟାସ ଦର ବୃଦ୍ଧିକୁ ଏଡାଇଗଲେ କେନ୍ଦ୍ରମନ୍ତ୍ରୀ

author img

By

Published : Feb 15, 2021, 8:59 PM IST

ବାଲେଶ୍ବର: ଚଳିତ ବର୍ଷ ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଏ ବଜେଟ ଏକ ଐତିହାସିକ ବଜେଟ, ସାଧାରଣ ଲୋକଙ୍କ ପାଇଁ ଏ ବଜେଟ ହୋଇଛି। ଗରିବ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ସୁବିଧା କରାଯାଇଛି। ସେଥିପାଇଁ ବିଭିନ୍ନ ଯୋଜନା କେନ୍ଦ୍ର ସରକାର ହାତକୁ ନେଇଥିବା ସେ କହିଛନ୍ତି।

ବଜେଟକୁ ନେଇ ଖୁସି, ତେଲ ଓ ଗ୍ୟାସ ଦର ବୃଦ୍ଧିକୁ ଏଡାଇଗଲେ କେନ୍ଦ୍ରମନ୍ତ୍ରୀ

ଶିକ୍ଷା କ୍ଷେତ୍ରରେ ଉନ୍ନତ ଶିକ୍ଷା ଯୋଗାଇଦେବା ପାଇଁ 15 ହଜାର ବିଦ୍ୟାଳୟରେ ନୂତନ ଶିକ୍ଷାନୀତି ଦ୍ବାରା ଶିକ୍ଷାଦାନ କରାଯିବ। ଏଥିପାଇଁ 100ଟି ସୈନିକ ସ୍କୁଲ ପ୍ରତିଷ୍ଠା କରାଯିବ। ଏହାସହ 750 ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଫଳରେ ଆଦିବାସୀ ପିଲାମାନେ ବିଶେଷ ଭାବେ ଲାଭବାନ ହେବେ ବୋଲି ମନ୍ତ୍ରୀ ମତ ରଖିଛନ୍ତି । ଅନ୍ୟପଟେ ତୈଳଦର ବୃଦ୍ଧିକୁ ନେଇ କିଛି ସନ୍ତୋଷଜନକ ଉତ୍ତର ଦେଇ ନଥିବାବେଳେ ଗ୍ୟାସଦର ବୃଦ୍ଧିକୁ ସେ ସ୍ବୀକାର କରିଛନ୍ତି । ଏହା ସହ କରୋନା ସମୟରେ ମାଗଣା ଗ୍ୟାସ ଓ ରାସନ ଦିଆଯିବା କଥା କହି ଆଡ଼େଇ ଯାଇଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.