ETV Bharat / state

ମହାମାରୀ ସହ ଦାଉ ସାଧିଲା ଗରିବୀ, ପାଇଖାନା ପାଲଟିଲା କ୍ବାରେଣ୍ଟାଇନ ସେଣ୍ଟର - covid news

ବାହାର ଜିଲ୍ଲାରୁ ଫେରିଥିବା ଜଣେ ଯୁବକଙ୍କ ପାଇଁ ଏବେ ପାଇଖାନା ପାଲଟିଛି କ୍ବାରେଣ୍ଟାଇନ ସେଣ୍ଟର। ଅତ୍ୟନ୍ତ ଗରିବ ପରିବାରର ଏହି ଯୁବକ ଜଣଙ୍କୁ 21 ଦିନ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ପାଇଖାନାରେ ସେ ରହୁଥିବା ଦେଖିବାକୁ ମିଳିଛି। ଅଧିକ ଖବର ପଢନ୍ତୁ...

quarantine center
ମହାମାରୀ ସହିତ ଦାଉ ସାଧିଲା ଗରୀବି , ପାଇଖାନା ପାଲଟିଲା କ୍ବାରେଣ୍ଟାଇନ ସେଣ୍ଟର
author img

By

Published : May 11, 2020, 4:23 PM IST

ବାଲେଶ୍ବର: ବାହାର ଜିଲ୍ଲାରୁ ଫେରିଥିବା ଜଣେ ଯୁବକଙ୍କ ପାଇଁ ଏବେ ପାଇଖାନା ପାଲଟିଛି କ୍ବାରେଣ୍ଟାଇନ ସେଣ୍ଟର। ଅତ୍ୟନ୍ତ ଗରିବ ପରିବାରର ଏହି ଯୁବକ ଜଣଙ୍କୁ 21 ଦିନ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ପାଇଖାନାରେ ସେ ରହୁଥିବା ଦେଖିବାକୁ ମିଳିଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ସରସ୍ବତୀପୁର ଅଞ୍ଚଳରେ।

ପାଇଖାନା ପାଲଟିଛି କ୍ବାରେଣ୍ଟାଇନ ସେଣ୍ଟର

ମିଳିଥିବା ସୂଚନା ଅନୁସାରେ, ସରସ୍ବତୀପୁର ଅଞ୍ଚଳର ପରମେଶ୍ୱର ବିନ୍ଧାଣିଙ୍କ ପୁଅ କାଳିଆ 4 ମାସ ପୂର୍ବରୁ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଗଞ୍ଜାମ ଯାଇଥିଲେ। ଲକଡାଉନ ଯୋଗୁଁ ସେଠାରେ ସେ ଭୋକ ଉପାସରେ ରହି ଶେଷରେ ଚାଲିଚାଲି ଗଞ୍ଜାମରୁ ବାଲେଶ୍ଵର ପଳାଇ ଆସିଥିଲେ।

ସରସ୍ବତୀପୁରରେ କାଳିଆ 9 ତାରିଖ ପହଞ୍ଚିବା ପରେ ତାଙ୍କୁ ନିଜ ଘରେ କ୍ବାରେଣ୍ଟାଇନରେ ରହିବା ପାଇଁ କୁହାଯାଇଥିଲା। ଅତ୍ୟନ୍ତ ଗରିବ ଶ୍ରେଣୀର ପରିବାରର 12 ଜଣ ସଦସ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ କେବଳ ଗୋଟିଏ ଚାଳ ଛପର ରହିଥିବାରୁ କାଳିଆଙ୍କୁ ଶେଷରେ ପାଇଖାନାରେ ରହିବାକୁ ପଡୁଛି।

ଏନେଇ ସେ ସ୍ଥାନୀୟ ପ୍ରଶାସନ ଓ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାଙ୍କ ଅସୁବିଧା କଥା କେହି ଶୁଣି ନଥିବା ସେ ଅଭିଯୋଗ କରିଛନ୍ତି। ଗରିବ ପରିବାର ପାଖରେ ଯେଉଁଠି ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ ସେଠାରେ ଏମିତି ପରିସ୍ଥିତିରେ ପାଇଖାନାକୁ କ୍ବାରେଣ୍ଟାଇନ ସେଣ୍ଟର ଭାବେ ଗ୍ରହଣ କରିଛନ୍ତି କାଳିଆ। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କାଳିଆଙ୍କୁ ପଞ୍ଚାୟତ ସ୍ତରରେ ହୋଇଥିବା ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟରରେ ରହିବାର ବ୍ୟବସ୍ଥା କରାଇବା ପାଇଁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.