ETV Bharat / state

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

author img

By

Published : Aug 4, 2021, 8:23 PM IST

ଗତମାସ 4 ତାରିଖରେ ବାଲେଶ୍ୱର ସୋର ଅଞ୍ଚଳର ଓକିଲ ଧୀରେନ୍ଦ୍ର ଦାସଙ୍କୁ କୌଣସି କାରଣ ନଥାଇ ପୋଲିସ ଆକ୍ରମଣ କରିବା ଅଭିଯୋଗରେ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିବାବେଳେ ତାହା ଆଜି ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ
ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ

ବାଲେଶ୍ବର: ଗତମାସ 4 ତାରିଖରେ ବାଲେଶ୍ୱର ସୋର ଅଞ୍ଚଳର ଓକିଲ ଧୀରେନ୍ଦ୍ର ଦାସଙ୍କୁ କୌଣସି କାରଣ ନଥାଇ ପୋଲିସ ଆକ୍ରମଣ କରିବା ଅଭିଯୋଗରେ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିଲା। ଅନେକଥର ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ବାର ଆସୋସିଏସନ ପକ୍ଷରୁ ଏ ଘଟଣା ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଓକିଲମାନେ ଆନ୍ଦୋଳନ କରିଥିଲେ। ତେବେ ଏହି ଆନ୍ଦୋଳନ ଏବେ ସ୍ଥଗିତ ରଖାଯାଇଥିବା ବାର ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାର ପୋଲିସ ବି କେ ଵାଲା ଓ ସୋର ଥାନାର ଚନ୍ଦ୍ରଶେଖର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏମିତି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ପାଇଁ ବାର ଆସୋସିଏସନର ସଦସ୍ୟମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି କୋର୍ଟ ବର୍ଜନ ନିଷ୍ପତିକୁ ସ୍ଥଗିତ ରଖିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.