ବାଲେଶ୍ବର: ସହରର ବାଲିଆ ଠାରେ ଦୁଇଜଣ ହୋମିଓପାଥି ଡାକ୍ତରଙ୍କ ମହାନତା ଦେଖିବାକୁ ମିଳିଛି। ହୋମିଓପାଥି ଆବିଷ୍କାର କରିଥିବା ଡାକ୍ତର ସାମୁଏଲ ହେନିମାନଙ୍କ 267ତମ ଜନ୍ମଦିବସ ଅବସରରେ ଡାକ୍ତର ସୋମନାଥ ଦାସ ଓ ଦେବାଶିଷ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥଲା।
ଏହା ବାବଦରେ ହୋଇଥିବା ସମସ୍ତ ଖର୍ଚ୍ଚ ଉଭୟ ଡାକ୍ତର ବହନ କରିଥିଲେ। ରୋଗୀସେବା ମନୋବୃତ୍ତି ଓ ହୋମିଓପାଥି ପଦ୍ଧତିରେ ରୋଗ ନାଶ କରିବାର ଉଦ୍ଦେଶ୍ୟ ନେଇ ଏ ପ୍ରକାରର ପ୍ରଚେଷ୍ଟା କରାଯାଇଥିଲା। ଦିନ ତମାମ 200ରୁ ଅଧିକ ରୋଗୀ ମାଗଣା ସ୍ବାସ୍ଥ୍ୟସେବା ପାଇଥିଲେ। ଏସମସ୍ତ କାର୍ଯ୍ୟରେ ଶ୍ରୀରାମ ହୋମିଓ ହଲ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ