ETV Bharat / state

ଟେରାକୋଟାକୁ ବଞ୍ଚାଇବାକୁ ବାଲେଶ୍ବରରେ ପ୍ରଶିକ୍ଷଣ ଶିବିର - Terakota art traning

ଟେରାକୋଟାକୁ ଭୁଲିଯାଉଛନ୍ତି ଆଜିର ପୀଢୀ । ତେଣୁ ଏହାକୁ ବଞ୍ଚାଇବାକୁ ପ୍ରୟାସ କରିଛି ବାଲେଶ୍ବର ଜିଲ୍ଲା । ଏଥିଲାଗି କୁନିକୁନି ପିଲାଙ୍କୁ ନେଇ ଆରମ୍ଭ ହୋଇଛି ଟେରାକୋଟା ପ୍ରଶିକ୍ଷଣ ଶିବିର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 5, 2019, 8:41 PM IST

ବାଲେଶ୍ବର: ଜିଲ୍ଲାର ସଂସ୍କୃତି, ପରମ୍ପରା ଓ ଲୋକକଳା ଟେରାକୋଟା ବଞ୍ଚାଇବାକୁ ପ୍ରୟାସ କରିଛି ସାମାଜିକ ଅନୁଷ୍ଠାନ ଫମାସ । ଏଥିପାଇଁ କୁନିକୁନି ପିଲାଙ୍କୁ ନେଇ ଆରମ୍ଭ ହୋଇଛି ଟେରାକୋଟା ପ୍ରଶିକ୍ଷଣ ଶିବିର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମୋରଡ଼ା ବିଡ଼ିଓ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରୟାସକୁ ସାଧୁବାଦ ଜଣାଇଥିଲେ । ଆଜିର ଡିଜିଟାଲ ଯୁଗରେ ପିଲାମାନେ ସଂସ୍କୃତି ଓ ଲୋକକଳାକୁ ଭୁଲି ଯାଉଥିବା ବେଳେ ଏମିତି ପ୍ରଶିକ୍ଷଣ ଶିବିର କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବ ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି । ବାଲେଶ୍ବର ସହରର ବିଭିନ୍ନ ସ୍କୁଲର 250ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଟେରାକୋଟା କଳା ଶିଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ସେମାନଙ୍କୁ ଶିଳ୍ପୀ ଅଲେଖ କୁମାର ସାହୁ ଓ ତାଙ୍କ ସହଯୋଗୀମାନେ ଟେରାକୋଟା କଳା ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଥିବା ଜଣାପଡିଛି । ଏହିପରି ପ୍ରଶିକ୍ଷଣ ଆଗାମୀ 8 ତାରିଖ ଯାଏଁ ଚାଲିବ । 8 ତାରିଖରେ ପିଲାମାନଙ୍କ ଉଦ୍ଦେଶ୍ୟରେ ଗୁଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଡା.ଶାନ୍ତନୁ ଦାସ, ସମ୍ପାଦକ ଦୀଲିପ ପରିଡା ପ୍ରମୁଖ ପରିଚଳନା କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

cccd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.