ETV Bharat / state

ବାଲି ଚାଲାଣ ରୋକିବାକୁ ଯାଇ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

author img

By

Published : Nov 25, 2021, 2:52 PM IST

ଚୋରା ବାଲି ଚାଲାଣ (Sand smuggling in balasore) ଗାଡିକୁ ଅଟକାଇବାବେଳେ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ଟ୍ରାକ୍ଟର । ଅଧିକ ପଢନ୍ତୁ

ବାଲି ଚାଲାଣ ରୋକିବାକୁ ଯାଇ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ବାଲି ଚାଲାଣ ରୋକିବାକୁ ଯାଇ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ବାଲେଶ୍ବର: ଚୋରା ବାଲି ଚାଲାଣ (Sand smuggling in balasore) ଗାଡିକୁ ଅଟକାଇବାବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ତହସିଲଦାର ଓ କର୍ମଚାରୀ । ଦୁର୍ଘଟଣା ଶିକାର ହେଲା ତହସିଲଦାରଙ୍କ ଗାଡି । ଏଭଳି ଘଟଣା ଘଟିଛି ଜିଲ୍ଲାର ଜଳେଶ୍ବର ଥାନା ଶିଖରପୁର ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ, ଶିଖରପୁର ଅଞ୍ଚଳରେ ବେଆଇନ ଗଚ୍ଛିତ ବାଲି ରାତିରେ ଚୋରା ଚାଲାଣ ହେଉଥିଲା । ଏନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ତହସିଲଦାର ଚଢ଼ାଉ ପାଇଁ ଆସିଥିଲେ। ଏହାପରେ ସୁବର୍ଣ୍ଣରେଖା ନଦୀର ଶିଖରପୁର ପୋଲ ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ବାଲି ବୋଝେଇ ଟ୍ରାକ୍ଟରର ଡ୍ରାଇଭର ଗାଡିକୁ ଅଟକାଇ ଚଳନ୍ତା ଗାଡିକୁ ଛାଡି ଚମ୍ପଟ ମାରିଥିଲା । ଫଳରେ ବାଲି ବୋଝେଇ ଟ୍ରାକ୍ଟରଟି ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା । କିନ୍ତୁ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.