ETV Bharat / state

ଶାଶୁଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Sep 1, 2023, 7:49 PM IST

ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଗ୍ରାମରେ ଅଭାବନୀୟ ଘଟଣା । ଶାଶୁଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

suspicious death of woman
ଶାଶୁଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ବର: ଶାଶୁଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ମହିଳାଙ୍କ ଜଣକ ଇତିଶ୍ରୀ ତିୱାରୀ ହୋଇଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ପାଖରୁ ଏକ ସୁଇସାଇଡାଲ ନୋଟ ଜବତ ହୋଇଛି । ଝିଅକୁ ମାରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଅଭିଯୋଗ କରି ପରିବାର ଲୋକେ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଶାଶୁଘର ଲୋକେ ଖଣ୍ଡନ କରିଛନ୍ତି ।

ସୂଚନା ଅନୁସାରେ, ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅଧିନ ଆଜିମାବାଦ ଅଞ୍ଚଳର ଇତିଶ୍ରୀ ତିୱାରୀଙ୍କୁ ସହଦେବଖୁଣ୍ଟା ଗ୍ରାମର କାର୍ତ୍ତିକ ପଣ୍ଡାଙ୍କ ସାନପୁଅ ରାଜେଶ ପଣ୍ଡାଙ୍କ ସହ ତିନିବର୍ଷ ପୂର୍ବେ ବୈଦିକ ରୀତିନୀତିରେ ବିବାହ ହୋଇଥିଲା । ବିବାହ ବେଳେ ବରଘର ଦାବି ମୁତାବକ ସମସ୍ତ ଯାନୀ ଯୌତୁକ ମଧ୍ୟ ଦିଆଯାଇଥିଲା । ବିବାହର କିଛିଦିନ ପରେ ଶାଶୁ ଘର ଲୋକେ ଇତିଶ୍ରୀଙ୍କୁ ଯୌତୁକ ଜନିତ ନିର୍ଯାତନା ଦେଇଥିବା ଅଭିଯୋଗରେ ଉଲ୍ଲେଖ ଥିବା ବେଳେ ଦୁଇଥର ତାଙ୍କର ଗର୍ଭ ନଷ୍ଟ ହୋଇଯିବା କାରଣରୁ ଶାଶୁଙ୍କ ସମେତ ଯାଆ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

ରାକ୍ଷୀ ପୂର୍ଣ୍ଣମୀରେ ଇତିଶ୍ରୀ ନିଜ ମାମୁଁ ଘରକୁ ଆସିଥିଲେ । ସମସ୍ତଙ୍କୁ ରାକ୍ଷୀ ବାନ୍ଧି ବେଶ ହସଖୁସିରେ ପୁଣି ସ୍ୱାମୀ-ସ୍ତ୍ରୀ ଘରକୁ ଫେରିଥିଲେ । ହେଲେ ଗୋଟିଏ ଦିନ ପରେ ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ ସେ ଜୀବନ ହାରିଥିବା ବାପାଘର ଲୋକଙ୍କୁ ଖବର ଆସିଥିଲା । ପରିବାର ଲୋକେ ସେଠାରେ ପହଞ୍ଚିବା ବେଳକୁ ଇତିଶ୍ରୀଙ୍କୁ ଖଟରେ ଶୁଆଇ ଦିଆଯାଇଥିଲା । ତାଙ୍କ ଶରୀରେ କିଛି କ୍ଷତି ଚିହ୍ନ ଥିବାରୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ଦାବି କରି ପରିବାର ଲୋକେ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡାଲ ନୋଟ୍‌ ଜବତ କରିଛି । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ଉଲ୍ଲେଖ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଗର୍ଭବତୀ ମହିଳାଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ଏନେଇ ମୃତ ଇତିଶ୍ରୀଙ୍କ ପରିବାର ଲୋକେ କହିଛନ୍ତି, "ଇତିଶ୍ରୀ ରାକ୍ଷୀ ବାନ୍ଧିବା ପାଇଁ ଘରକୁ ଆସି ଫେରିବା ବେଳେ ବାଟରେ ଚିକେନ ପକୋଡା ଖାଇଥିବା କଥା ଶାଶୁଘର ଲୋକ ଜାଣିବା ପରେ ପୂର୍ଣ୍ଣମୀରେ କାହିଁକି ଆମିଷ ଖାଇଲେ କହି ଗାଳି ଗୁଲଜ କରିଥିଲେ । ଏହାର ଗୋଟିଏ ଦିନ ପରେ ଇତିଶ୍ରୀ ବେକରେ ରଶୀ ଲଗାଇ ଆତ୍ମହତ୍ୟା କରିଥିବା କଥା ଶାଶୁ ଘରୁ ଫୋନ ଯୋଗେ ଖବର ପାଇଥିଲୁ । ଝିଅ ଶରୀରରେ ଆଘାତ ଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି । ତେଣୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।" ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.