ETV Bharat / state

ଫେରିଲାନି ଚାକିରି, ଅଫେରା ରାଇଜକୁ ଫେରିଗଲେ କିଡନୀ ରୋଗରେ ଆକ୍ରାନ୍ତ ଅଜୟ ମହାନ୍ତି ! - ଚାକିରିରୁ ନିଲମ୍ବନ ପରେ ହୋମଗାର୍ଡଙ୍କ ମୃତ୍ୟୁ

ଦାୟିତ୍ବରେ ଅବହେଳା ଦର୍ଶାଇ ବାଲେଶ୍ବର ଏସପି ନିଲମ୍ବନ କରିଥିବା ସୋରଥାନା ହୋମଗାର୍ଡ ଅଜୟ ମହାନ୍ତିଙ୍କ ମୃତ୍ୟୁ । ଦୀର୍ଘଦିନ ରୋଗଶଯ୍ୟାରେ ପଡି ପଡି ଶେଷରେ ଆଖି ବୁଜିଛନ୍ତି ଅଜୟ । ଅଧିକ ପଢନ୍ତୁ

ଫେରିଲାନି ଚାକିରି, ଅଫେରା ରାଇଜକୁ ଫେରିଗଲେ କିଡନୀ ଆକ୍ରାନ୍ତ ଅଜୟ ମହାନ୍ତି !

author img

By

Published : May 12, 2022, 7:19 PM IST

Updated : May 13, 2022, 4:18 PM IST

ବାଲେଶ୍ବର: ରୋଗ ପାଇଁ ଚାକିରି ଯାଇଥିଲା, ଏବେ ଚାକିରି ପାଇଁ ଜୀବନ ଚାଲିଗଲା । ଚକିରି ଯିବା ପରେ ସଠିକ୍ ଚିକିତ୍ସା ନପାଇ ଶେଷରେ ଆଖି ବୁଜିଛନ୍ତି ବାଲେଶ୍ବର ଜିଲ୍ଲା ସୋର ଥାନାର ନିଲମ୍ବିତ ହୋମଗାର୍ଡ ଅଜୟ ମହାନ୍ତି । କିଡନୀଜନିତ ସମସ୍ୟା ଥିବାରୁ ପଞ୍ଚାୟତ ନିର୍ବାଚନ ଡ୍ୟୁଟିରେ ଯୋଗଦେଇ ପାରିନଥିଲେ ଅଜୟ । ଫଳରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଶେଷରେ ଯନ୍ତ୍ରଣାରେ ଜର୍ଜରିତ ଅଜୟ ଆଖି ବୁଜିଛନ୍ତି ।

ଫେରିଲାନି ଚାକିରି, ଅଫେରା ରାଇଜକୁ ଫେରିଗଲେ କିଡନୀ ରୋଗରେ ଆକ୍ରାନ୍ତ ଅଜୟ ମହାନ୍ତି !

ଖବର ଅନୁଯାୟୀ, ଚାକିରି ସମୟରେ ଥିବାବେଳେ ହଠାତ ଅଜୟଙ୍କର କିଡନୀଜନିତ ସମସ୍ୟା ଦେଖା ଦେଇଥିଲା । ସେହି ସମୟରେ ଅଜୟଙ୍କର ପଞ୍ଚାୟତ ନିର୍ବାଚନ ଡ୍ୟୁଟି ବାଲିଆପାଳରେ ପଡିଥିଲା । କିନ୍ତୁ ସେ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ଚାଲିଯାଇଥିବାରୁ ଫେରିବାରେ ବିଳମ୍ବ ଘଟିଥିଲା । ଏନେଇ ଥାନା ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ ଅଜୟ । କିନ୍ତୁ ବାଲେଶ୍ଵର ଏସପି ଦାୟିତ୍ବରେ ଅବହେଳା ଦର୍ଶାଇ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ଫଳରେ କିଡନୀ ରୋଗ ସାଙ୍ଗକୁ ଆର୍ଥିକ ସମସ୍ୟା ଅଜୟଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ:- ରୋଗ ପାଇଁ ଚାକିରିରୁ ହେଲେ ନିଲମ୍ବିତ ! ପେଟ ପାଟଣା ପାଇଁ ଚିନ୍ତାରେ ଗୃହରକ୍ଷୀ

ଏକମାତ୍ର ରୋଜଗାରିଆ ପୁଅ ବିଛଣାରେ ପଡିବା ପରେ ଘରେ ଓଳିଏ ଚୁଲି ଡଳୁଥିଲେ ଆରଓଳି ବନ୍ଦ ରହୁଥିଲା । ଗ୍ରାମବାସୀଙ୍କ ସହାୟତାରେ ଅଜୟଙ୍କ ଔଷଧ ଖର୍ଚ୍ଚ ହେଉଥିଲା । ଚାକିରି ଫେରାଇଦେବା କିମ୍ବା କୌଣସି ବେସରକାରୀ ସହାୟତା ପାଇଁ ଅଜୟଙ୍କ ପତ୍ନୀ ବାରମ୍ବାର ଏସପିଙ୍କ କାର୍ଯ୍ୟାଳୟକୁ ଦୌଡିଛନ୍ତି । ଏପରିକି ସେ ନିଜେ ମଧ୍ୟ ସ୍ବାମୀଙ୍କୁ କିଡନୀ ଦେଇ ବଞ୍ଚାଇବାକୁ ମନସ୍ଥ କରିଥିଲେ । କିନ୍ତୁ ସବୁର ମୂଳରେ ଅର୍ଥ ସାଜିଥିଲା ବାଧକ ।

ଏନେଇ ପୂର୍ବରୁ 'ଇଟିଭି ଭାରତ' ପକ୍ଷରୁ ଚିକିତ୍ସାରେ ସହଯୋଗ ଉଦ୍ଦେଶ୍ୟରେ ଖବର ପ୍ରସାରଣ ମଧ୍ୟ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ଖଞ୍ଜା ହୋଇଥିବା ଯୋଜନା ଅଜୟଙ୍କ ପାଖରେ ପହଞ୍ଚି ପାରିଲାନି । ଶେଷରେ 12 ମେ' 2022 ରେ ଆଖି ବୁଜିଛନ୍ତି ଅଜୟ । ଆରପାରିକୁ ଚାଲିଗଲେ ସତ, ହେଲେ ଯୋଜନା ଏବଂ ବ୍ୟବସ୍ଥା ଆଗରେ ରଖିଯାଇଛନ୍ତି ପୁଳା ପୁଳା ଅସୁମାରୀ ପ୍ରଶ୍ନ...? ଏ ଅବିଚାର ପାଇଁ ଦାୟୀ କିଏ ? ସରକାରୀ ଯୋଜନା କାହା ପାଇଁ ? ଅସହାୟ ପରିବାର ଏବେ ଚଳିବ କିପରି ? ଏମିତି ଅନେକ ପ୍ରଶ୍ନ... ତେବେ ଅଜୟ ବଞ୍ଚି ଥିବାବେଳେ ନହେଲା ନାହିଁ, ଚାଲିଯିବା ପରେ ମଧ୍ୟ ଯଦି ତାଙ୍କ ପରିବାରକୁ ସରକାରୀ ୟହାୟତା ଯୋଗାଇ ଦିଆଯିବ, ତେବେ ତାଙ୍କ ପରିବାରର ସମସ୍ୟା ଦୂର ହୋଇପାରବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 13, 2022, 4:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.